ଚିଲିକା ନଳଘାସରେ ଲାଗିଛି ନିଆଁ
by Argus News
Sat, Apr 13 | 5:57 p.m.

ଅର୍ଗସ ବ୍ୟୁରୋ: ଚିଲିକା ନଳଘାସରେ ଲାଗିଛି ନିଆଁ । ହୁତୁ ହୁତୁ ହୋଇ ଜଳୁଛି ନଳଘାସ । ଅସହ୍ୟ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ନିଆଁ ଅସ୍ତବ୍ୟସ୍ତ କରି ପକାଉଛି । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବନାଞ୍ଚଳ ଇଲାକା କାଳୁପଡାଘାଟ ସ୍ଥିତ ଚିଲିକା କୂଳଠାରୁ ଅନତି ଦୂରରେ ଲାଗିଛି ନିଆଁ । 

ନଳଘାସ ରେ ନିଆଁ ଲାଗିବା ଦ୍ୱାରା ବିପଦରେ ପଡିଛନ୍ତି ଜଳଚର ଜୀବ , ପକ୍ଷୀ , ଜଳଜ ଉଦ୍ଭିଦ , ବାଘାଡୀ ଇତ୍ୟାଦି । ଚିଲିକା ରେ ନିଆଁ ଲାଗିଲେ ତାକୁ ଲିଭାଇବା ମୁସ୍କିଲ। ହେଲେ ଏହି ନିଆଁ କିଭଳି ଲାଗିଲା ତାହା ମଧ୍ୟ କେହି ଜାଣି ନାହାନ୍ତି। ତେବେ ଏଯାଏ ଘଟଣା ସ୍ଥଳରେ ପହଞ୍ଚି ନାହାନ୍ତି ବନ୍ୟପ୍ରାଣୀ ସୁରକ୍ଷା ବାହିନୀ। କାଳୁପଡାଘାଟ ସ୍ଥିତ ଚିଲିକା କୂଳଠାରୁ ଅନତି ଦୂରରେ ଲାଗିଥିବା ନିଆଁ ଖବର କେତେକ ମତ୍ସ୍ୟଜୀବୀମାନେ ଜଣାଇଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ତାତି
5m ago
ରାଜ୍ୟରେ ବଢୁଛି ତାତି , ୬ ରାଜ୍ୟ ପାଇଁ ହିଟ୍ ୱେଭ ଜାରି
ଅର୍ଗସ ବ୍ୟୁରୋ : ଆଜି ବି ଅସହ୍ୟ ତାତି ଅନୁଭୁତ ହେବ । ସକାଳ 8.30 ସୁଦ୍ଧା ଭୁବନେଶ୍ବରେ ପାରଦ 34.6 ରେକର୍ଡ କରାଯାଇଛି । ଗତ 3 ଦିନ ହେବେ ରାଜ୍ୟରେ ବଢିଛି ତାପମାତ୍ରା । ସକାଳ ସାଢ
କିସମିସ୍ ପାଣି
14m ago
ଜାଣନ୍ତୁ କିସମିସ୍ ପାଣିର ଫାଇଦା
ଅର୍ଗସ ବ୍ୟୁରୋ: ଆମେ ସମସ୍ତେ ଜାଣିଛେ ଡ୍ରାଏ ଫ୍ରୁଟସ ଆମ ଶରୀର ପାଇଁ କେତେ ଲାଭଦାୟୀ। କିନ୍ତୁ ଏହି ଡ୍ରାଏ ଫ୍ରୁଟସ ଗୁଡ଼ିକ ବହୁତ୍ ମହଙ୍ଗା ହୋଇଥାଏ। ଅଧିକାଂଶ ଲୋକଙ୍କ ପାଇଁ ନିୟମିତ ଭାବର
ଅଗ୍ନିକାଣ୍ଡ
ଭୟାବହ ଅଗ୍ନିକାଣ୍ଡ , ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଞ୍ଚାୟତ ସମିତି ସଭାଗୃହରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଜଳିଗଲା ଲକ୍ଷାଧିକ ଟଙ୍କାର ମୂଲ୍ୟବା