ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ମାଛଧରା ଉପରେ ଲାଗିଲା କଟକଣା
by Argus News
Fri, Nov 01 | 2:49 p.m.

ଅର୍ଗସ ବ୍ୟୁରୋ: ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ମାଛଧରା ଉପରେ ଲାଗିଲା କଟକଣା । ଆଜିଠୁ ୭ ମାସ ପର୍ଯ୍ୟନ୍ତ ଅଭୟାରଣ୍ୟକୁ ଯାଇ ପାରିବେନି ମତ୍ସ୍ୟଜୀବୀ । ବିରଳ ଅଲିଭ ରିଡଲେ କଇଁଛଙ୍କ ଆଗମନ ଋତୁ ଆସୁଥିବାରୁ ସେମାନଙ୍କ ସୁରକ୍ଷା ପାଇଁ କଟକଣା ଲାଗୁ ହୋଇଛି । ଅଲିଭ ରିଡଲେ କଇଁଛଙ୍କ ଏନ୍ତୁଡିଶାଳ ଭାବେ ପ୍ରସିଦ୍ଧି ଲାଭ କରିଥିବା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସମେତ ଧାମରା ମୁହାଣରୁ ଦେବୀ ମୁହାଣ ଯାଏଁ ୧୬୦ କିଲୋମିଟର ପର୍ୟ୍ୟନ୍ତ ଲାଗିବ କଟକଣା ।

ନଭେମ୍ବର ୧ ତାରିଖରୁ ମଇ ମାସ ୩୧ ତାରିଖ ଯାଏ ୭ ମାସ ଧରି ମାଛଧରା ଓ ଟ୍ରଲର ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ତେବେ କଇଁଛଙ୍କ ସୁରକ୍ଷା ପାଇଁ ମତ୍ସ୍ୟବିଭାଗ ପକ୍ଷରୁ ଧାମରା ମୁହାଁଣରୁ ଦେବୀ ମୁହାଁଣ ପର୍ଯ୍ୟନ୍ତ ସମୁଦ୍ରକୂଳ ଠାରୁ ୨୦ କିମି ଯାଏଁ ଯନ୍ତ୍ରଚାଳିତ ଟ୍ରଲର, ବୋଟ୍‌, ଭୁଟୁଭୁଟି ଚଳାଚଳ ବନ୍ଦ ସହିତ ମାଛଧରା ଉପରେ ମଧ୍ୟ କଟକଣା ଜାରି ହୋଇଥିବା ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବିରଳ ଅଲିଭ୍‌ରିଡ୍‌ଲେ କଇଁଛଙ୍କୁ ଜଳଦସ୍ୟୁ ଓ ମାଛ ମାଫିଆଙ୍କ କବଳରୁ ରକ୍ଷା କରିବା ଓ ବେଆଇନ୍‌ ଟ୍ରଲର ଚଳାଚଳ ଉପରେ ଅଙ୍କୁଶ ରଖିବା ପାଇଁ ବନବିଭାଗ ସମେତ କୋଷ୍ଟଗାର୍ଡ, ମେରାଇନ୍‌ ପୁଲିସ୍‌, ମତ୍ସବିଭାଗ ପକ୍ଷରୁ ମିଳିତ ପାଟ୍ରୋଲିଂ କରାଯିବ। 
 

PAYA SHRADDHA
6m ago
ପାଞ୍ଜିର ଦ୍ଵନ୍ଦ୍ଵ : ୨ ଦିନ ପିଣ୍ଡ ଦେବେ ଭକ୍ତ !
ଅର୍ଗସ ବ୍ୟୁରୋ: ଦୀପାବଳୀ, କାଳୀପୂଜା ଓ ପୟା ଶ୍ରାଦ୍ଧ ପାଳନକୁ ନେଇ ଥମିଲାନି ଦ୍ଵନ୍ଦ। ଚତୁର୍ଦ୍ଦଶୀ ଯୁକ୍ତ ଅମାବାସ୍ୟାରେ ଜଳିଲା କାଉଁରିଆ, ପଡିଲା ପିଣ୍ଡ, ଭକ୍ତ ଡାକିଲେ ବଡବଡୁଆ । ପୁର
ବେଳାଭୂମିରୁ
48m ago
ବେଳାଭୂମିରୁ ଲୁଟ: ଦୁଇ ଲୁଟେରା ଗିରଫ
ଅର୍ଗସ ବ୍ୟୁରୋ: ଉଦୟପୁର ବେଳାଭୂମିରୁ ପର୍ଯ୍ୟଟକଙ୍କୁ ଠାରୁ ମୋବାଇଲ ଓ ମନିପର୍ସ ଲୁଟିନେଇ ଚମ୍ପଟ ମାରୁଥିବା ବେଳେ ଦୁଇ ବଙ୍ଗୀୟ ଲୁଟେରାଙ୍କୁ କାବୁ କରି ଗିରଫ କଲା ମେରାଇ
SPEED 10
ସକାଳୁ ଏଯାଏ ବ୍ରେକିଂ ନ୍ୟୁଜ୍‌ ଜାଣିବା ପାଇଁ ସ୍କ୍ରୋଲ କରନ୍ତୁ
ଅର୍ଗସ ବ୍ୟୁରୋ: ଆଜି ଶ୍ରୀମନ୍ଦିରରେ ପାଳନ ହେବ ଦୀପାବଳି । ପାଞ୍ଜିକା ଦ୍ଵନ୍ଦ୍ଵ ଭିତରେ ଗତକାଲି କିଛି ଭକ୍ତ ପ୍ରୟାଶ୍ରାଦ୍ଧ ଦେଇଥିବା ବେଳେ ସିଂହଦ୍ଵାର ସାମ୍ନାରେ ଆଜି ଭକ୍