ବାଘ ପରି ମାଡିଆସୁଛି ତାତି
by Argus News
Fri, Feb 23 | 2:26 p.m.

ଭୁବନେଶ୍ୱର:  ମାଘରେ ବାଘ ଭଳି ଜାଡ କିନ୍ତୁ ଜାଡ ଗଲା କୁଆଡେ..  ବାଘ ପରି ଖରା ମାଡି ଆସିଲାଣି। ଏବେଠୁ  ସିଜିଲେଣି ଲୋକେ।  ମାର୍ଚ୍ଚକୁ ଅବସ୍ଥା କଣ ହେବ।  ଏବେଠୁ ଆଉଟୁ ପାଉଟୁ ହେଲେଣି ଲୋକେ ।ଦିନରେ ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କବାୟୁ ପ୍ରବେଶ କରୁଥିବାରୁ ତାପମାତ୍ରା ବଢୁଛି । ଆକାଶ ନିର୍ମଳ ରହିବା ସହ ପାରଦ ୩୫-୩୬ ଡିଗ୍ରୀ ଉପରେ ରହୁଛି । ସାଧାରଣତଃ ଜାନୁଆରୀ ମାସ ରେ ସୂର୍ଯ୍ୟଙ୍କ ଉତ୍ତରାୟନ ଗତି ପାଇଁ ତାପମାତ୍ରା ବୃଦ୍ଧି ହୋଇଥାଏ ।ତେବେ ଆସନ୍ତାକାଲି ଠୁ ପାଣିପାଗରେ ପରିବର୍ତନ ହେବା ସହ କମିବ ଦିନ ତାପମାତ୍ରା ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଉପକୂଳ ଓ ଦକ୍ଷିଣ ଓଡିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି । ଆସନ୍ତାକାଲି ଠାରୁ ଆଗମୀ ୭ ଦିନ ପର୍ଯ୍ୟନ୍ତ ରାଜ୍ୟ ର ବିଭିନ୍ନ ସ୍ଥାନରେ ବର୍ଷା ର ସମ୍ଭାବନା ରହିଛି l ୨୩ ଓ ୨୪ ତାରିଖରେ ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି l ତେବେ ବର୍ଷା ହେଲେ ମଧ୍ୟ ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ l 

ଅନ୍ୟପଟେ  ଖରାକୁ ଦୃଷ୍ଟିରେ ରଖି କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହୋଇଛି ପ୍ରସ୍ତୁତି। ୧୦ ଟି ବେଡ ଯୁକ୍ତ ସ୍ବତନ୍ତ୍ର ହିଟ ଷ୍ଟ୍ରୋକ ୱାର୍ଡ ବ୍ୟବସ୍ଥା କରାଯାଇଛି l ଓଆରଏସ ଓ ମେଡିସିନ ମଧ୍ୟ ପର୍ଯ୍ୟପ୍ତ ପରିମାଣ ରେ ରଖାଯାଇଛି l ଏଥିସହ ଲୋକମାନଙ୍କୁ ସଚେତନ ମଧ୍ୟ କରାଯାଉଅଛି l ଅବଶ୍ୟକତା ନଥିଲେ ଲୋକ ମାନେ ମଧ୍ୟ ବାହାରକୁ ବାହାରନ୍ତୁ ନାହିଁ ଓ ଛତା ଓ ପାନିବୋତଲ ବ୍ଯବହାର କରନ୍ତୁ ବୋଲି ସଚେତନ କରିଛନ୍ତି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଧେଶକ। ମାଘ ନ ସରୁଣୁ ରାଜ୍ୟରୁ ଗାଏବ ହୋଇଗଲାଣି ଶୀତ । ଉଭୟ ଦିନ ଓ ରାତିର ତାପମାତ୍ରା ବୃଦ୍ଧି ପାଇଛି।

ଅଧିକ ଦେଖନ୍ତୁ : 


 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ