ଗୋମାତାଙ୍କୁ ଅପମାନ ନେଇ ଏବେ ସାରା ଦେଶରେ ଅସନ୍ତୋଷ
by Argus News
Wed, Dec 06 | 8:17 p.m.

ଅର୍ଗସ ବ୍ୟୁରୋ : ସନାତନକୁ ଅପମାନ, ଗୋମାତାକୁ ଅପମାନ, ହିନ୍ଦୀକୁ ଅପମାନ, ଉତ୍ତର ଭାରତକୁ ଅପମାନ । କୋଟି କୋଟି ଭାରତୀୟ ସନାତନୀଙ୍କ ଧାର୍ମିକ ଭାବନାକୁ ବାରମ୍ବାର ଚୋଟ । ଆଉ ବିବାଦ ହେବା ପରେ ଶବ୍ଦ ପ୍ରତ୍ୟାହାରର ନାଟକ । ଡିଏମକେ ସାଂସଦ ସିନ୍ଥେଲ କୁମାର ପ୍ରଥମେ ହିନ୍ଦୀ ଭାଷୀ ରାଜ୍ୟହଗୁଡ଼ିକୁ ଗୋମୁତ୍ର ରାଜ୍ୟ କହି ଅପମାନ କଲେ । ଯେତେବେଳେ ବିରୋଧ ହେଲା କହିଲେ ମୁଁ କାହାକୁ ଆଘାତ ଦେଇନି କି କିଛି ଭୁଲ କଥା କହିନି । ଆଉ ଯେତେବେଳେ ବିରୋଧ ଜୋର ଧରିଲା କହିଲେ ଶବ୍ବ ପ୍ରତ୍ୟାହାର କରିନେଉଛି । 

ଯେତେବଳେ ଚାହିଁବେ ଅପମାନ କରିବେ ଆଉ ଅଡୁଆରେ ପଡିଲେ ଶବ୍ଦ ପ୍ରତ୍ୟାହାର କଲି କହି ଖସିଯିବେ । ବିଜେପି କହିଛି ଉଦ୍ଦେଶ୍ୟମୂଳକ ଭାବେ ବ୍ୟବହାର କରାଯାଇଥିବା ଶବ୍ଦ ପାଇଁ କ୍ଷମା ଗ୍ରହଣୀୟ ନୁହେଁ । ଆଉ ଡିଏମକେ ନେତା ହେଉଛନ୍ତି ଅଭ୍ୟାସଗତ ସନାତନ ଅପମାନକାରୀ ।

ତାମିଲନାଡୁରେ ଡିଏମକେର ସହଯୋଗୀ କଂଗ୍ରେସ । ଇଣ୍ଡି ଆଲାଏନ୍ସରେ ବି ସାମିଲ ଡିଏମକେ । ହେଲେ ଗୋମାତା ଓ ସନାତନ ପ୍ରତି ଏପରି ଅପଶବ୍ଦକୁ ନେଇ କଂଗ୍ରେସ ନେତାଙ୍କ ମୁହଁରେ ତାଲା । ନା ରାହୁଲ ଗାନ୍ଧି ନା ସୋନିଆ କେହିଁ ଏ ପ୍ରସଙ୍ଗ ଏଯାଏ ପଦଟିଏ ବି ପ୍ରତିକ୍ରିୟା ଦେଲେ ନାହିଁ । ପୂର୍ବୁର ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ପୁଅ ତଥା ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ବି ସନାତନ ଧର୍ମକୁ କରିଥିଲେ ଅପମାନ । ସେତେବେଳ ମଧ୍ୟ କଂଗ୍ରେସ ନେତାଙ୍କ ମୁହଁରେ ପଡ଼ିଯାଇଥିଲା ତାଲା । 

ଅଧିକ ପଢନ୍ତୁ ଭାରତ ଖବର

ବିଜେପି କହିଛି ଉଦୟନିଧିଙ୍କ କ୍ଷେତ୍ରରେ ଚୁପ ରହିବା ଯୋଗୁଁ ୩ ରାଜ୍ୟରେ କଂଗ୍ରେସକୁ ଆଉଟ କରିଦେଲେ ଜନାତା ।  ଏବେ ସେନ୍ଥିଲ କୁମାରଙ୍କ ସନାତନ ବିରୋଧୀ ବୟନକୁ ନେଇ ନୀରବତା ୨୪ ନିର୍ବାଚନରେ କଂଗ୍ରେସକୁ ପଡ଼ିବ ମହଙ୍ଗା । କେବଳ କଂଗ୍ରେସ ନୁହଁ ଇଣ୍ଡି ଆଲାଏନ୍ସର ସବୁ ଦଳ ସେନ୍ଥିଲ କୁମାରଙ୍କ ବୟାନ ନେଇ ଚୁପ୍ । ଯାହାକି ଧରାପକାଇଦେଇଛି ଏହି ମେଣ୍ଟର ସନାତନ ବିରୋଧୀ ଓ ବିଭାଜନକାରୀ ଆଭିମୁଖ୍ୟ । ଗୋମା ଓ ସନାତନକୁ ବାରମ୍ବାର ଅପମାନକୁ ବରଦାସ୍ତ କରିବେତ ଦେଶର କୋଟି କୋଟି ସନାତନୀ । 

ମାଓ ପ୍ରବଣ ଅଞ୍ଚଳରେ
47m ago
ମାଓ ପ୍ରବଣ ଅଞ୍ଚଳରେ ଗଞ୍ଜେଇ ଚାଷ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠନ
ଅର୍ଗସ ବ୍ୟୁରୋ: ମାଓ ପ୍ରବଣ ଅଞ୍ଚଳରେ ଗଞ୍ଜେଇ ଚାଷ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠନ। ଗଞ୍ଜେଇ ଚାଷ ଉପରେ ଅଙ୍କୁଶ ଲଗାଇ ମାଓବାଦୀଙ୍କ ଆୟ ଉପରେ ଲାଗିବ କଟକଣା। ଗଞ୍ଜେଇ ଚାଷ ବନ୍ଦ ହେଲ
ଉଚ୍ଚ ଜୁଆର
ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ
ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଅଶାନ୍ତ ସମୁଦ୍ର। ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି
ରାଇବଣିଆ ଅଞ୍ଚଳରେ
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ