ଏବେବି ଗାଁକୁ ସଂଯୋଗ ହୋଇପାରନି ପକ୍କା ରାସ୍ତା, ଲୋକେ ହନ୍ତସନ୍ତ
by Argus News
Sat, Sep 14 | 6:29 p.m.

ଅର୍ଗସ ବ୍ୟୁରୋ:  ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ବହଳଦା  ବ୍ଲକ ଅନ୍ତର୍ଗତ ବଡପଳସା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସୁନାପୋଷି ଗ୍ରାମର ଇଚାଘୁଟୁ ସାହି। ଦେଶ ସ୍ଵାଧୀନ ହେବାର ଏତେ ବର୍ଷ ପରେବି ଗାଁ କୁ ସଂଯୋଗ ହୋଇ ପାରନି ପକ୍କା ରାସ୍ତା । ପାଦଚଲା କଚ୍ଚା ରାସ୍ତା ଯୋଗୁଁ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବା ବେଳେ ବର୍ଷା ଦିନ କଥା ନ କହିବେ ଭଲ। ଅସରାଏ ବର୍ଷା ପରେ ରାସ୍ତାର କାଦୁଅ ବିଲର ଭ୍ରମ ଶ୍ରୁଷ୍ଟି କରୁଛି। ଆଉ ଏହି ରାସ୍ତା ଦେଇ ପ୍ରତି ଦିନ ଯିବା ଆସିବା କରୁଛନ୍ତି ଅଞ୍ଚଳବାସୀ।

ଖାଲି ରାସ୍ତା କହିଁକି ଗାଁରେ ପାଣି ସମସ୍ୟା ମଧ୍ୟ ଉତ୍କଟତର। ଗାଁରେ ଚାରୋଟି ନଳକୂପ ଅଛି ସତ ମାତ୍ର ସେଥିରୁ ଦୁଇଟି ମାତ୍ର ନଳକୂପରୁ ପାଣି ବ୍ୟାବହାର ହେଉଛି। ଅନ୍ୟ ଦୁଇଟିରୁ ନାଲି ପାଣି ବାହାରୁଛି। ଯେଉଁ ପାଣି ବ୍ୟବହାର କରି ଗାରୋର କିଡନୀ ରୋଗ ବ୍ୟପୁଥିବା ଅଭିଯୋଗ ହୋଇଛି। ସେଭଳି ପ୍ରାଥମିକ ଶିକ୍ଷା ପାଇଁ ଗାଁରେ ଥିବା ବିଦ୍ୟାଳୟର ଖେଳ ପଡିଆ ପାଇଁ ଥିବା ୨ଏକର ୨୫ ଡେଶ୍ମିଲ ଜାଗା ଖେଳ ପଡ଼ିଆ ବଦଳରେ ଜଣେ ବ୍ୟକ୍ତିଗତ ଭାବରେ ଘର ତିଆରି କରି ନିଜ ଗାଡି ରଖୁଥିବା ଅଭିଯୋଗ ହୋଇଛି। ଗାଁର ସମସ୍ୟ ଅନେକ। ଏହାର ସମାଧାନ ପାଇଁ ପ୍ରତିଶ୍ରୁତି ବି ଅନେକ ମିଳିଛି ମାତ୍ର ସଵୁ ପାଲଟିଛି ପ୍ରତାରଣା । ତେବେ ଦେଖିବାକୁ ବାକି ରହିଲା ଏହି ଖବର ପ୍ରସାରଣ ପରେ ସ୍ଥାନୀୟ ପ୍ରଶାସନ ବା ସରକାର ଏହି ଗରିବ ଆଦିବାସୀଙ୍କ ପ୍ରତି କଣ ପଦକ୍ଷେପ ଗ୍ରହଣ କରୁଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ଦିଲ୍ଲୀ ମଦ ଦୁର୍ନୀତିରେ
ଦିଲ୍ଲୀ ମଦ ଦୁର୍ନୀତିରେ ବହୁ ନେତା ଜେଲ ଯିବା ପରେ ଆତିଶୀ ଥିଲେ ଚର୍ଚ୍ଚାରେ
ଅର୍ଗସ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଇସ୍ତଫା ପରେ ଆତିଶି ମାର୍ଲେନ ମୁଖ୍ୟମନ୍ତ୍ରୀ ଭାବେ ଦଳୀୟ ନେତାଙ୍କ ଦ୍ୱାରା ମନୋନୀତ ହୋଇଛନ୍ତି । ଦିଲ୍ଲୀ ମଦ ଦୁର୍ନୀତିରେ ବହ
ସ୍କୁଲରେ ତାଲା
ପ୍ରଧାନଶିକ୍ଷକଙ୍କ ମନମୁଖୀ କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ଗ୍ରାମବାସୀ
ଅର୍ଗସ ବ୍ୟୁରୋ : ସ୍କୁଲରେ ତାଲା ମାରିଲେ ଗ୍ରାମବାସୀ। ସୋନପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ କୁମୁଣ୍ଡେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା । ସ୍କୁଲରେ ବିଭିନ୍ନ ସମସ୍ୟା ନେଇ ଆଜ
କଂଗ୍ରେସ
କ୍ଷମତା ପାଇଁ ଦେଶ ବିଭାଜନ ଲକ୍ଷ୍ୟରେ କଂଗ୍ରେସ:ମୋଦି
ଅର୍ଗସ ବ୍ୟୁରୋ:ତୁଷ୍ଟିକରଣ ରାଜନୀତିର ସବୁ ସୀମା ପାର କରିଛି କର୍ଣ୍ଣାଟକର କଂଗ୍ରେସ ସରକାର। ଏ ଦୃଶ୍ୟ ସାରା ଦେଶକୁ ବିଚଳିତ କରିଦେଇଛି। ଶେଷରେ ଭଗବାନ ଗଣପତିଙ୍କ ମୂର୍ତ୍ତିକୁ ଛାଡ଼ିଦେଲେନି