ବିଜେପି ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ଵାନ
by Argus News
Sun, Dec 10 | 7:24 p.m.

ଭୁବନେଶ୍ୱର:  ମହିଳା ବିରୋଧୀ ରାଜ୍ୟ ସରକାରଙ୍କ ବିରୋଧରେ ହେବ ଦୁର୍ବାର ଆନ୍ଦୋଳନ । ବିଜେପି ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ଆହ୍ଵାନ ଦେଇଛନ୍ତି । ରାଜ୍ୟର ଅଧା ଡଜନ ମନ୍ତ୍ରୀ ଓ ବହୁ ବିଧାୟକଙ୍କ ନାଁରେ କେଳେଙ୍କାରୀର ସଙ୍ଗୀନ ଅଭିଯୋଗ ରହିଛି ।  ରାଜ୍ୟ ସାରା ସ୍କୁଟି ରାଲି ମାଧ୍ୟମରେ କରାଯିବ ଜୋରଦାର ପ୍ରତିବାଦ ।  
ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସଦ୍ୟ ପ୍ରକାଶିତ ଏନସିଆରି ରିପୋର୍ଟର ତଥ୍ୟ ଦେଖିଲେ, ଭାରତରେ ରାଜ୍ୟ ସରକାର ଓଡିଶାକୁ ନିନ୍ଦିତ କରିଛନ୍ତି । ଓଡିଶାରେ ମହିଳା ମାନଙ୍କ ଉପରେ ବଢଥିବା ଅତ୍ୟାଚାର ଯୋଗୁଁ ସମସ୍ତଙ୍କ ମୁଣ୍ଡ ତଳକୁ ହୋଇଛି । ରାଜ୍ୟରେ ସ୍ଥାଣୁ, ଅପାରଗ ଏବଂ ଦୁର୍ନୀତିଗ୍ରସ୍ତ ଶାସନ ବ୍ୟବସ୍ଥା ଚାଲିଛି ।

ଅଧା ଡଜନ ମନ୍ତ୍ରୀଙ୍କ ନାଁରେ ରହିଛି କେଳେଙ୍କାରୀ ଭଳି ସଙ୍ଗୀନ ଅଭିଯୋଗ । ଡଜନ ଡଜନ ବିଧାୟକ ମାନଙ୍କ ନାଁରେ ମହିଳା ମାନେ ଅଭିଯୋଗ କରିଛନ୍ତି । ବିଜେଡର ମହିଳା ନେତ୍ରୀ ମାନେ ଦଳୀୟ ନେତାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଏ ସରକାର ପଦଚ୍ୟୁତ ହେଲେ ମମିତା ମେହେର, ପରୀଙ୍କ ଭଳି ପୀଡିତାଙ୍କୁ ସଠିକ୍ ନ୍ୟାୟ ମିଳିବ ବୋଲି କହିଛନ୍ତି ଧର୍ମେନ୍ଦ୍ର । ଗୋଟିଏ ପଟେ କେନ୍ଦ୍ର ସରକାରଙ୍କ ମହିଳା କଲ୍ୟାଣକାରୀ ଯୋଜନାକୁ ପହଞ୍ଚାଇବା ସହ ରାଜ୍ୟ ସରକାରଙ୍କ ବିରୋଧରେ ମହିଳା ବିରୋଧୀ ଅପରଧକୁ ନେଇ ରାଜ୍ୟ ସାରା ଦୁର୍ବାର ଆନ୍ଦୋଳନ କରିବ ମହିଳା ମୋର୍ଚ୍ଚା । ଏ ନେଇ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଏ ନେଇ ନିଷ୍ପତି ହୋଇଛି ।  ସେହିପରି ବିଜେଡି ଏସଏଚଜି ଭୋଟ ବ୍ୟାଙ୍କ ଭାଙ୍ଗିବାକୁ ବଡ଼ ଷ୍ଟ୍ରାଟେଜି କରିଛି ବିଜେପି । ରାଜ୍ୟ ସାରା ବିଜେପି କରିବ ସ୍କୁଟି ରାଲି । ଏହି ସ୍କୁଟି ରାଲି ସାହାଯ୍ୟରେ ପ୍ରତି ମହିଳାଙ୍କୁ ଛୁଇଁବାକୁ ଯୋଜନା । ପ୍ରତି ମଣ୍ଡଳ ସ୍ତରରେ ସ୍କୁଟି ରାଲି ଆୟୋଜିତ ହେବ ।

ଏସଏଚଜି ମାନେ ପାଉଥିବା ଟଙ୍କା କେନ୍ଦ୍ର ସରକାର ଦେଉଛନ୍ତି ବୋଲି ମହିଳାଙ୍କୁ ଅବଗତ କରିବ ବିଜେପି ମହିଳା ମୋର୍ଚ୍ଚା । ସେହିପରି ନାରୀ ସଶକ୍ତିକରଣ ପାଇଁ ମୋଦି ସରକାର ନେଇଥିବା ଏକାଧିକ ଐତିହାସିକ ନିଷ୍ପତ୍ତି ଓ ଯୋଜନାକୁ ମଧ୍ୟ ମହିଳାଙ୍କ ପାଖରେ ପହଞ୍ଚାଇବ ମହିଳା ମୋର୍ଚ୍ଚା । ଏ ନେଇ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ପରିବର୍ଦ୍ଧିତ  କାର୍ଯ୍ୟକାରିଣୀ ବୈଠକରେ ରାଜନୀତିକ ଚିଠା ପ୍ରସ୍ତାବ ପାରିତ ହୋଇଛି । ସେପଟେ ବିଜେପିର ଅଭିଯୋଗ ଉପରେ ଜବାବ ରଖିଛି ବିଜେଡି । ଓଡ଼ିଶାରେ ୮୦ ପ୍ରତିଶତ ଲୋକ ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଚାହୁଁଛନ୍ତି । ମହିଳାଙ୍କୁ ସ୍ଵାବଲମ୍ବୀ ଏବଂ ଆତ୍ମ ନିର୍ଭର କରିବା ପାଇଁ ମୋଦି ଆହ୍ଵାନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା, ମୁଦ୍ରା ଋଣ ବ୍ୟବସ୍ଥା, ସୌଭାଗ୍ୟ ଯୋଜନାରେ ବିଜୁଳି, ସ୍ଵଚ୍ଛ ଭାରତ ଯୋଜନା ଅନ୍ତର୍ଗତ ଓଡିଶାରେ ୭୭ ଲକ୍ଷ ଘରେ ଶୌଚାଳୟ, ସ୍ଵଜଳ ଧାରା ଯୋଜନାରେ ଓଡ଼ିଶାରେ ୫୩ ଲକ୍ଷ ଘରେ ନଳ ଯୋଗେ ଜଳ, ଓଡିଶାର ୩ କୋଟି ୨୫ ଲକ୍ଷ ନାଗରିକଙ୍କୁ ମାଗଣାରେ ରାସନ ଯୋଗାଉଛନ୍ତି ମୋଦି ସରକାର । ବିକଶିତ ଭାରତ ଗଠନ, ୨ କୋଟି ଲକ୍ଷପତି ଦିଦି ଏବଂ ନମୋ ଡ୍ରୋନ ଦିଦି ବନେଇବା ପାଇଁ ଆହ୍ଵାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହି ସବୁ ଯୋଜନାର ବାର୍ତ୍ତା ଘରେ ଘରେ ପହଞ୍ଚାଇବ ମହିଳା ମୋର୍ଚ୍ଚା । 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ