ପ୍ରତି ଜିଲ୍ଲାରେ ହେବ ରିଟେଲ ଆଉଟଲେଟ୍
by Argus News
Wed, Jul 10 | 8:08 p.m.

ଭୁବନେଶ୍ୱର: ନୟାଗଡ, ପୁରୀ, ବାଲେଶ୍ବର ଓ ଗଞ୍ଜାମରେ ହେବ ଫିସିଂ ହବ । ଜାତୀୟ ମତ୍ସ୍ୟ ଚାଷୀ ଦିବସ ଅବସରରେ କିଛି ଏପରି ଘୋଷଣା କରିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଉତ୍ପାଦନରୁ ବିକ୍ରି ପର୍ଯ୍ୟନ୍ତ ରହିବ ସୁବିଧା । ବାଲେଶ୍ୱର ବସ୍ତାରେ ହୋଲସେଲ ମାର୍କେଟ ପାଇଁ 78 କୋଟି ଟଙ୍କାର ଟେଣ୍ଡର ପ୍ରକ୍ରିୟା ଚାଲିଛି ।  ଭୁବନେଶ୍ୱରରେ ହୋଲସେଲ ମାର୍କେଟ ପାଇଁ ଜମି ଅଧିଗ୍ରହଣ ପାଇଁ ରାଜ୍ୟ ସରକାରଙ୍କ ପାଖରେ ଆବେଦନ କରାଯାଇଛି । 

ପ୍ରତି ଜିଲ୍ଲାରେ ରିଟେଲ ଆଉଟଲେଟର ବ୍ୟବସ୍ଥା କରାଯିବ ।  ଧାମରା ଓ ଚାନ୍ଦିପୁରରେ ବିକ୍ରୟ ବ୍ୟବସ୍ଥା ପାଇଁ ଅପଗ୍ରେଡେସନ କରାଯାଉଛି ।  ବର୍ତ୍ତମାନ ଓଡ଼ିଶା, ମତ୍ସ ସମ୍ପଦ ଉତ୍ପାଦନରେ ଚତୁର୍ଥ ସ୍ଥାନରେ ଅଛି । ଏହାକୁ ଏକ ନମ୍ବର କରିବାକୁ ମତ୍ସ୍ୟ ଚାଷୀଙ୍କୁ ସବୁ ପ୍ରକାର ବୈଷୟିକ ସହଯୋଗ ଦିଆଯିବ । ପ୍ରତି ପଞ୍ଚାୟତରେ ମତ୍ସ୍ୟ ଚାଷ ପାଇଁ ଯୁବକମାନଙ୍କୁ ପ୍ରୋତ୍ସାହନ ଦେବେ ରାଜ୍ୟ ସରକାର । ଭଲ ମାଛ ଉତ୍ପାଦନ ସହ ବିକ୍ରୟ କେନ୍ଦ୍ର ଗୁଡିକୁ ସୁଦୃଢ କରାଯିବ ।

ଆହୁରି ପଢନ୍ତୁ ଓଡିଶା ଖବର...
 

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା