ଖରାଦିନେ କେମିତି ନେବେ ନିଜର ଯତ୍ନ ? ଟିପ୍ସ ଆପଣାଇଲେ ପାଇବେ ଫାଇଦା
by Argus News
Mon, Apr 01 | 7:53 p.m.

ଅର୍ଗସ ବ୍ୟୁରୋ: ଖରା ଦିନରେ ଅନେକ ଲୋକଙ୍କର ଦେହ ଖରାପ ହୁଏ । ଏହି ସଵୁ ଜିନିଷରୁ ଦୂରେଇ ରୁହନ୍ତୁ ନଚେତ୍ ଅସୁଵିଧାରେ ସମ୍ମୁଖିନ ହେଵାକୁ ପଡିଵ । ଗ୍ରୀଷ୍ମ  ରୁତୁରେ ପେଟ ବ୍ୟଥା, ବାନ୍ତି ଏବଂ ଗ୍ୟାସ୍ ଏସିଡିଟି ଭଳି ସମସ୍ୟା ଅଧିକ ଦେଖାଯାଇଥାଏ ।ଖରା ଦିନରେ ଖାଇଵା ,ପିଇଵା ଠିକ୍ ହୋଇନଥିଵା ଯୋଗୁଁ ଲୋକମାନର ଅଧିକ ଦେହ ଅଧିକ ଅସୁସ୍ଥ ହୋଇପଡେ ।  

ପ୍ରବଳ ଗରମ ହେଲେ  ଲୋକମାନଙ୍କର ଦେହ ଅଧିକା  ଖରାପ । ଯଦି ଆପଣ ଖରା ଦିନରେ ସୁସ୍ଥ ରହିବାକୁ ଚାହାଁନ୍ତି ତେବେ କିଛି ବିଶେଷ ଜିନିଷର ଯତ୍ନ ନେବା ଜରୁରୀ ଅଟେ ।  ଯଦି ଆପଣ ଧ୍ୟାନ ଦିଅନ୍ତି ନାହିଁ, ତେବେ ଆପଣଙ୍କୁ ଅସୁସ୍ଥ ହେବାକୁ ଅଧିକ ସମୟ ଲାଗିବ ନାହିଁ । ଖାଦ୍ୟ ସାମଗ୍ରୀର ଏପଟ ସେପଟ ଯୋଗୁଁ ଲୋକମାନେ ଅସୁସ୍ଥ ହୋଉଛନ୍ତି ।

ଏପଟ ସେପଟ  ଖାଇବା ଦ୍ୱାରା କେବଳ ହଜମ ଜନିତ ସମସ୍ୟା ହୋଇନଥାଏ ବରଂ ଖାଦ୍ୟ ବିଷାକ୍ତ ଭଳି ସମସ୍ୟା ମଧ୍ୟ ହୋଇପାରେ ଯଦି ଆପଣ ଏହି ଜିନିଷଠାରୁ ଦୂରରେ ରୁହନ୍ତି ତେଵେ ସୁସ୍ଥ ରହିଵେ।  ତେଣୁ ଖରା ଦିନରେ କଣ ଖାଇଵା ନଖାଇଵା ଆସନ୍ତୁ ଜାଣିଵା । 

ମସଲାଯୁକ୍ତ ଖାଦ୍ୟ -
ଖରା ଦିନରେ ମସଲା ଯୁକ୍ତ ଖାଦ୍ୟ ଖାଇଵା ଠିକ ନୁହେଁ । ଖରା ଦିନ ଆସିଲେ ଖାଇଵାଠୁ ମସଲାକୁ ଦୂରରେ ରଖିଵା ଆଵଶ୍ୟକ । ଏହି ରତୁରେ ଅଧିକ ତେଲ ଏବଂ ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଭଲରେ ହଜମ ହୋଇନଥାଏ । ଏହା ପେଟ ଜଳିବା, ଗ୍ୟାସ ଏବଂ ଏସିଡିଟି ଵଢିଥାଏ ।ଅତ୍ୟଧିକ ତେଲି ଖାଦ୍ୟ ଖାଇଵା ଦ୍ଵାରା ମେଟାବୋଲିଜିମ୍ ମଧ୍ୟ ମନ୍ଥର ହୋଇଯାଏ । ତେଣୁ ଏହି ଜିନିଷଗୁଡ଼ିକଠାରୁ ଦୂରତା ରଖ । 

ଵାସି ଖାଦ୍ୟ :-
ଶୀତ ଦିନେ ଖାଦ୍ୟ  ନଷ୍ଟ ହୁଏ ନାହିଁ । କିଛି ଲୋକ ସକାଳର ଖାଦ୍ୟ ସନ୍ଧ୍ୟାରେ ଖାଆନ୍ତି । କିନ୍ତୁ ଖରା ଦିନରେ ଏହା କରିବା ରୋଗକୁ ନିମନ୍ତ୍ରଣ କରିବା ପରି ।  ଖରା ଦିନରେ ଭୁଲରେ ମଧ୍ୟ ଵାସୀ ଖାଦ୍ୟ ଖାଆନ୍ତୁ ନାହିଁ ।  ଏହା ପେଟରେ ସମସ୍ୟା ସୃଷ୍ଟି କରିପାରେ । ଅନେକ ଥର ଖାଦ୍ୟ ନଷ୍ଟ ହେତୁ ଖାଦ୍ୟ ବିଷାକ୍ତ ହୋଦଇଥାଏ । 

ବାହାର ଖାଦ୍ୟ :-
କିଛି ଲୋକ ବାହାରେ ଖାଦ୍ୟ ଅଧିକ ଖାଆନ୍ତି ।  ଏହିପରି ଲୋକମାନେ ଅସୁସ୍ଥ ହେବାର ସମ୍ଭାବନା ଅଧିକ। ଅନେକ ପ୍ରକାରର ଜୀବାଣୁ ବାହାର ଖାଦ୍ୟରେ ଥାଏ । ସୂର୍ଯ୍ୟକିରଣ ଯୋଗୁଁ ଖାଦ୍ୟ ଖରାପ ହୋଇପାରେ ବିଶେଷକରି ଜଣେ ବାହାରେ ଖାଇବା, ଫଳ କାଟିବା କିମ୍ବା ଫଳ ଚାଟ୍ ଖାଇବା ଉଚିତ୍ ନୁହେଁ ଏହା ଆପଣଙ୍କୁ ଶରୀରକୁ ଅସୁସ୍ଥ କରିପାରେ ।ଚା ଏବଂ କଫି ଖରା ଦିନରେ ପିଇଵା ଦେହ ପାଇଁ  ଜମା ଭଲ ହେଇନଥାଏ । 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ