ପଶୁପକ୍ଷୀଙ୍କର କଣ ଭୋଟ ନାହିଁ ବୋଲି ସେମାନଙ୍କ ପ୍ରତି ଦୃଷ୍ଟି ପଡ଼ୁନି: ଅନୀଲ
by Argus News
Sat, Feb 10 | 3:14 p.m.

ଅର୍ଗସ ବ୍ୟୁରୋ: ଆଜକୁ ୨୩ ଦିନ ହେଲାଣି ରାଜ୍ୟରେ ପ୍ରାଣୀ ଚିକିତ୍ସକମାନେ ଆନ୍ଦୋଳନରେ ଅଛନ୍ତି। ପୁରା ପ୍ରାଣୀ ଚିକିତ୍ସା ବ୍ୟବସ୍ଥା ବନ୍ଦ ପଡ଼ିଛି। ଅନେକ ସ୍ଥାନରେ ଚିକିତ୍ସା ଅଭାବରୁ ଗୋମାତା, କୁକୁଡ଼ା, ଛେଳି, କୁକୁର, ବିଲେଇଙ୍କର ମୃତ୍ୟୁ ହୋଇଥିବାର ଖବର ଆସୁଛି। ଏସବୁ ଦେଖିଲେ ଲାଗୁଛି ରାଜ୍ୟରେ ସରକାର ଚାଲିଛି କି ନାହିଁ ତାହା ବୁଝାପଡ଼ୁନି। କଣ ପଶୁ ପକ୍ଷୀମାନଙ୍କର ଭୋଟ ନାହିଁ ବୋଲି ସରକାରଙ୍କର ତାଙ୍କ ପ୍ରତି ଦୃଷ୍ଟି ପଡ଼ୁନାହିଁ ବୋଲି ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ ପ୍ରଶ୍ନ କରିଛନ୍ତି। 

ପ୍ରାଣୀ ଚିକିତ୍ସକମାନଙ୍କର ସମସ୍ତ ଦାବି ଯଥାର୍ଥ। କାହିଁକି ସରକାର ସେମାନଙ୍କ ଦାବିକୁ କର୍ଣ୍ଣପାତ କରୁ ନାହାନ୍ତି ତାହା ବଡ଼ ଆଶ୍ଚର୍ଯ୍ୟ। ବିଭାଗୀୟ ପ୍ରମୁଖ ସଚିବ କୁଆଡେ ଧମକ ଦେଉଛନ୍ତି ଯେ, ଦେଖିବା କେତେ ଦିନ ଆନ୍ଦୋଳନ କରିବ ବୋଲି। ଯଦି ଏହା ସତ୍ୟ ହୋଇଥାଏ ତାହେଲେ ଏହାଠାରୁ ବଳି ନିନ୍ଦନୀୟ କଥା ଆଉ କିଛି ନାହିଁ। ବଡ଼ ଦୁଃଖର କଥା ଯେ, ଏପର୍ଯ୍ୟନ୍ତ ସରକାର ଆନ୍ଦୋଳନରେ ବସିଥିବା ଡାକ୍ତରମାନଙ୍କ ସହିତ ଆଲୋଚନା ବି କରି ନାହାନ୍ତି। ଏତେ ଅହଙ୍କାରୀ ସରକାର ଗଣତନ୍ତ୍ର ପାଇଁ ଭଲ ନୁହେଁ। 

ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗଦା ଗଦା ମଲା କୁକୁଡ଼ା

ତୁରନ୍ତ ରାଜ୍ୟ ସରକାର ପ୍ରାଣୀ ଚିକିତ୍ସକମାନଙ୍କ ଦାବିକୁ ପୂରଣ କରିବାପାଇଁ ପଦକ୍ଷେପ ନିଅନ୍ତୁ। ଚିକିତ୍ସା ଅଭାବରୁ ଯେଉଁମାନଙ୍କର ପଶୁପକ୍ଷୀମାନେ ମରିଯାଇଛନ୍ତି ସେମାନଙ୍କୁ ସରକାର ତୁରନ୍ତ କ୍ଷତିପୂରଣ ଦିଅନ୍ତୁ। 


 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ