ସାରା ଦେଶରେ ଉତ୍ସାହର ମାହୋଲ, ଓଡିଶାରେ ବି ଢୋଲ- ନଗଡା ବଜାଇ ସ୍ଵାଗତ
by Argus News
Tue, Mar 12 | 7:24 p.m.

ନୂଆଦିଲ୍ଲୀ/ଭୁବନେଶ୍ୱର:  ସାରା ଦେଶରେ CAA ଲାଗୁ ଉତ୍ସାହ । ୩ ମୁସଲିମ ଦେଶରେ ଧାର୍ମିକ ବିଦ୍ଵେଶ କାରଣରୁ ଉତ୍ପୀଡ଼ନର ଶିକାର ହୋଇ ଭାରତର ଶରଣାର୍ଥୀ ସାଜିଛନ୍ତି ଅନେକ ହିନ୍ଦୁ, ଇସାଇ, ଶିଖ୍, ବୌଦ୍ଧ, ଜୈନ ଓ ପାର୍ସୀ ବିଦେଶୀ ନାଗରିକ । ମୋଦି ସରକାରଙ୍କ ବଡ଼ ପଦକ୍ଷେପ  । ସାରା ଦେଶରେ CAA ଲାଗୁ ପାଇଁ ଜାରି ହେଲା ବିଜ୍ଞପ୍ତି । ବହୁ ବିତର୍କ ଓ ବିରୋଧ ଭିତରେ ୨୦୧୯ରେ ସଂସଦରୁ ପାସ୍ ହୋଇଥିଲା ଅଧିନିୟମ । ୨୦୨୦ ଜାନୁଆରୀରେ ମିଳିଥିଲା ରାଷ୍ଟ୍ରପତିଙ୍କ ଅନୁମୋଦନ । 

ଏପଟେ ଓଡିଶାରେ ବିଭିନ୍ନ ସ୍ଥାନରେ ଏହାକୁ ସ୍ଵାଗତ କରିଛନ୍ତି ଶରଣାର୍ଥୀ । ପାକିସ୍ତାନରୁ ବାଂଲାଦେଶ ବିଭାଜନ ହେବା ପରେ ୧୯୭୧ ମସହିରେ ପୂର୍ବ ବଙ୍ଗରେ ହେଉଥିବା ହିଂସା ଫଳରେ ହିନ୍ଦୁ ସମ୍ପ୍ରଦାୟର କିଛି ଲୋକଙ୍କୁ ଭାରତ ସରକାର ଆଣି ବାଲଶ୍ଵେର ଜିଲ୍ଲା ରେମୁଣାରେ ଥଇଥାନ କରିଥିଲେ । ପ୍ରାୟ ୧ ହଜାର ପରିବାର ଏବେ ରେମୁଣାରେ ରହୁଛନ୍ତି । ଅଣମୁସଲମାନ ଶରଣାର୍ଥୀ ମାନଙ୍କୁ ନାଗରିକତ୍ଵ ପ୍ରଦାନ କରିବା ଦିଗରେ ମୋଦି ସରକାର ପଦକ୍ଷେପ ନେଇଛନ୍ତି । ତେଣୁ ଶରଣାର୍ଥୀ ମାନେ ଖୁସି ହେବା ସହିତ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।  
କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ଅଞ୍ଚଳବାସୀ ମଧ୍ୟ ନାଗରିକତ୍ଵ ଅଧିକାର ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବତୀଘର, ଖରିନାସି, ବଉଳକଣ। ରାମନଗର ଏବଂ ଜମ୍ବୁ ପଞ୍ଚାୟତରେ ବସବାସ କରୁଥିବା ମୋଟ ୧୫୫୧ ପରିବାରଙ୍କ ମନରେ ଖୁସିର ଲହର ଖେଳିଯାଇଛି । ଭାରତୀୟ ନାଗରିକତ୍ଵ ଆଇନ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବଉଳକଣି ପଞ୍ଚାୟତ ଲୁଣାଘେରି ଗ୍ରାମରେ ରହୁଥିବା ଶରଣାର୍ଥୀ । ଗାଁରେ  ରାମ ନାମ ହରି ନାମ କୀର୍ତ୍ତନ କରିବା ସହ ମିଠା ବାଣ୍ଟି ଖୁସି ମନାଇଛନ୍ତି । ସେହିପରି ନଗରଙ୍ଗପୁରର ଉମରକୋଟ ୟୁଭି 52 ରାଇଘରରେ ରହୁଥିବା ଅନେକ ଶରଣାର୍ଥୀ ପରିବାରରେ ଖୁସିର ଲହରୀ...

ଅନ୍ୟପଟେ ସିଏଏ ଲାଗୁ ହେବାକୁ ନେଇ ସାମ୍ବାଦିକ ସମ୍ମିଳନୀ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ ଜଣାଇଛି ରାଜ୍ୟ ବିଜେପି । ସେହିପରି ବିଜେଡି ମଧ୍ୟ ସିଏଏକୁ ସ୍ଵାଗତ କରିଥିବା ବେଳେ କଂଗ୍ରେସ ଚିରାଚରିତ ଢଙ୍ଗରେ ବିରୋଧ କରିଛି ।  ତେବେ ମାର୍ଚ୍ଚ ୨୦୨୩ରେ ବିଧାନସଭାରୁ ମିଳିଥିବା ତଥ୍ୟ ଅନୁସାରେ ଓଡିଶାରେ ସମୁଦାୟ ୧ ଲକ୍ଷ ୫୭ ହଜାର ୪୩୨ ଜଣ ବଙ୍ଗଳାଦେଶୀ ଶରଣାର୍ଥୀ ବିଭିନ୍ନ ଜିଲ୍ଲାରେ ରହୁଛନ୍ତି । ଏହାସହ ୩ ହଜାର ୭୪୦ ଜଣ ବଙ୍ଗଳାଦେଶୀ ଅନୁପ୍ରବେଶକାରୀ ମଧ୍ୟ ବେଆଇନ ଭାବେ ବିଭିନ୍ନ ଜିଲ୍ଲାରେ ବସବାସ କରୁଛନ୍ତି । ପାକିସ୍ତାନ ଓ ଆଫଗାନିସ୍ତାନରୁ କେତେ ଲୋକ 2014 ପୂର୍ବରୁ ଓଡିଶା ଆସି ରହୁଛନ୍ତି ତାର ହିସାବ ସରକାରୀ ଭାବେ ନାହିଁ।  
ଅଧିକ ପଢନ୍ତୁ ଭାରତ ଖବର

ଖଲ୍ଲିକୋଟ ହିଂସା ପାଇଁ
48m ago
ଖଲ୍ଲିକୋଟ ହିଂସା ପାଇଁ ଗଠନ ହେଲା SIT, ଗିରଫ ହେବେ ଫେରାର୍ ଅଭିଯୁକ୍ତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ହିଂସାକାଣ୍ଡ ଓ ହତ୍ୟାର ତଦନ୍ତ ପାଇଁ ଗଠନ ହେଲା SIT . ଏସଆଇଟି ହତ୍ୟା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ । ମାମଲାରେ ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍
AC
51m ago
ଏସିର ଥଣ୍ଡା ପବନ ଆର୍ଥ୍ରାଇଟିସ୍ ରୋଗୀଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିପାରେ
ଅର୍ଗସ ବ୍ୟୁରୋ: ଏସିର ଥଣ୍ଡା ପବନ ଆର୍ଥ୍ରାଇଟିସ୍ ରୋଗୀଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିପାରେ । ଥଣ୍ଡା ହେତୁ ଶରୀର ଏବଂ ଗଣ୍ଠିରେ ଯନ୍ତ୍ରଣା ହେବାର ସମସ୍ୟା ବଢିପାରେ । ଏସି,କୁଲରର ପବ
ଗ୍ରୀଷ୍ମ ପ୍ରବାହ
52m ago
୨୦ ରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି
ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ସକାଳେ ଖରା ଅପରାହ୍ନରେ କାଳବୈଶାଖୀ ବର୍ଷା ହେଉଥିବା ବେଳେ ଆଗାମୀ ୫ ଦିନ ଯାଏ ମେଘୁଆ ପାଗ ସହ କାଁ ଭାଁ ସ୍ଥାନରେ ବର୍ଷା ହେବା