କଂଗ୍ରେସ ଧର୍ମ ଆଧାରରେ ଚାହୁଁଛି  ସଂରକ୍ଷଣ
by Argus News
Fri, May 03 | 8:38 p.m.

ନୂଆଦିଲ୍ଲୀ:  ବେଙ୍ଗଲରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି, ଧର୍ମ ଆଧାରରେ ସଂରକ୍ଷଣ ଚାହୁଁଛି କଂଗ୍ରେସ । ବିଜେପିକୁ ସମର୍ଥନ କରୁଥିବାରୁ SC, ST, OBCଙ୍କ କୋଟା ଛଡ଼ାଇ ମୁସଲମାନଙ୍କୁ ଦେବାକୁ ଷଡ଼ଯନ୍ତ୍ର ହୋଇଛି । ଆଉ ଏଥିରେ କଂଗ୍ରେସକୁ ସମର୍ଥନ କରୁଛନ୍ତି TMC ଓ INDI ମେଣ୍ଟ । ମୋଦି କହିଲେ, ମୁଁ ଥିବା ଯାଏଁ ସଫଳ ହେବନି ବିରୋଧୀଙ୍କ ଅପଚେଷ୍ଟା  ।

ବଙ୍ଗାଲରେ ଜନସାଧାରଣଙ୍କୁ ଉଦବୋଧନ ଦେଇ କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି କହିଛନ୍ତି କଂଗ୍ରେସ ଧର୍ମ ଆଧାରରେ ସଂରକ୍ଷଣ ଲାଗୁ କରିବାକୁ ଚାହୁଁଛି କଂଗ୍ରେସ । ସେଥିପାଇଁ ଏସସି, ଏସଟି ଏବଂ ଓବିସିଙ୍କ କୋଟା ଛଢାଇ ନେଇ ଜେହାଦି ଭୋଟ ବ୍ୟାଙ୍କ ବା ମୁସଲମାନମାନଙ୍କୁ ଦେବାକୁ ଚାହୁଁଛି । ଦଳିତ ଓବିସି ଏବଂ ଆଦିବାସୀ ଯେଉଁମାନେ କଂଗ୍ରେସ ସହ 50 ବର୍ଷ ଧରି ରହିଲେ ସେମାନେ ଏବେ ମୋଦିଙ୍କୁ ସମର୍ଥନ ଦେଉଛନ୍ତି । ସେଥିପାଇଁ ସେମାନଙ୍କୁ ଦଣ୍ଡିତ କରିବାକୁ ଚାହୁଁଚି କଂଗ୍ରେସ । ତେଣୁ ସଂରକ୍ଷଣ ଛଡାଇ ନେଉଛି । କର୍ଣ୍ଣାଟକରେ ଏହି ପ୍ରକ୍ରିୟା ଆରମ୍ଭ କରିଦେଇଛି କଂଗ୍ରେସ । ଖାସ କରି ଏଥିପାଇଁ ବିରୋଧିଙ୍କୁ ସଂରକ୍ଷଣ ପ୍ରସଙ୍ଗରେ 3ଟି ଚ୍ୟାଲେଂଜ ଦେଇଛନ୍ତି ମୋଦି । ଯେ ପର୍ଯ୍ୟନ୍ତ ମୋଦି ଅଛନ୍ତି କଂଗ୍ରେସକୁ ଲୁଟିବାକୁ ଦେବ ନାହିଁ ବୋଲି ସେ କହିଛନ୍ତି । 

 ଆମେଥିରେ ହାତ ଟେକିଦେଲେ ଗାନ୍ଧି ପରିବାର । ଏବେ ରାଏବରେଲୀ ଭରସା । ଆଜି ଏଆଇସିସି ପକ୍ଷରୁ ଶେଷ ମୁହୂର୍ତ୍ତରେ ରାଏବରେଲି ଓ ଆମେଥି ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିଲା । ଉତ୍ତରପ୍ରଦେଶର ରାଏବରେଲୀରୁ କଂଗ୍ରେସ ନେତା ରାହୁଲ ଗାନ୍ଧି ନାମାଙ୍କନ ଭରିଛନ୍ତି । ପିଏମ ମୋଦିଙ୍ କଟାକ୍ଷ, ଓ୍ବାଇନାଡାରୁ ରାହୁଲ ହାରିବେ। ତେଣୁ ଓ୍ବାଇନାଡାରେ ଭୋଟିଂ ଶେଷ ହେବା ପରେ ଆଉ ଗୋଟିଏ ସିଟ ଉପରେ ରାହୁଲଙ୍କ ନଜର ଥିଲା ।  ପିଏମ କହିଛନ୍ତି, ଆମେଥି କୁ ନେଇ ଏତେ ଭୟଭୀତ ଯେ ରାହୁଲ ଏବେ ରାୟବରେଲି ମୁହାଁ`   2024 ମହାଲଢେଇରେ କିଶୋରୀ ଲାଲ ଶର୍ମା ଲଢିବେ ଆମେଥିରୁ । ଗତ ନିର୍ବାଚନରେ ରାହୁଲ ଆମେଥିରୁ ଲଢିଥିଲେ । ରାହୁଲଙ୍କୁ ହରାଇଥିଲେ ବିଜେପି ନେତା ସ୍ମୃତି ଇରାନୀ ।  
  ଅଧିକ ପଢନ୍ତୁ ଭାରତ ଖବର 

SECOND
24m ago
ଶନିବାର ଥମିଛି ପ୍ରଚାର, ଆସନ୍ତାକାଲି ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ
ଅର୍ଗସ ବ୍ୟୁରୋ: ଆସନ୍ତାକାଲି ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଶନିବାର ଥମିଛି ପ୍ରଚାର । ସମସ୍ତ ବଳ ଲଗାଇ ଦେଇଛନ୍ତି ପ୍ରାର୍ଥୀ । ଜନତାଙ୍କ ମନ ଜିତିବା ସହ ବିକାଶ ଓ ନି
LOW PRESSURE
51m ago
ଲଘୁଚାପ କ୍ଷେତ୍ର ପ୍ରଭାବରେ ହୋଇପାରେ ବର୍ଷା, ପାଣିପାଗ ବିଭାଗର ସୂଚନା
ଅର୍ଗସ ବ୍ୟୁରୋ: ଅସହ୍ୟ ତାତିରୁ ମିଳିବ ଆଶ୍ୱସ୍ତି । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ପ୍ରଭାବରେ ହୋଇପାରେ ବର୍ଷା । ପ୍ରାକ୍ ମୌସୁମୀ ଋତୁରେ ବାତ୍ୟା ଆକଳନ କଲ
IPL-2024
59m ago
ରୋମାଞ୍ଚକର ସ୍ଥିତିରେ IPL-2024, ପ୍ଲେଅଫ୍‌ରେ ଆର୍‌ସିବି
ଅର୍ଗସ ବ୍ୟୁରୋ: ରୋମାଞ୍ଚକର ସ୍ଥିତିରେ IPL-2024 । ପ୍ଲେଅଫ୍‌ରେ ଆର୍‌ସିବି । ଚେନ୍ନାଇ ସୁପର୍ କିଙ୍ଗ୍ସକୁ ପଛକୁ ହଟାଇ ଅପ୍ରତ୍ୟାଶିତ ଭାବେ ପ୍ଲେଅଫ୍ ଯୋଗ୍ୟତା ଅର୍ଜ