ଖରାରେ ଛିଡା ହୋଇଥିବା କାରରେ ଭୁଲରେ ବି ରଖନ୍ତୁ ନାହିଁ ଏହି ୫ଟି ଜିନିଷ  
by Argus News
Mon, May 20 | 2:21 p.m.

ନୂଆଦିଲ୍ଲୀ: ହୋଇପାରେ ବିସ୍ଫୋରଣ।  ଖରାରେ ଛିଡା ହୋଇଥିବା କାରରେ ଯଦି ଏହି ୫ ଟି ଜିନିଷ ରଖୁଛନ୍ତି ତେବେ  ଆପଣଙ୍କ କାରରେ ବିସ୍ଫୋରଣ ଘଟିପାରେ।  ଏହି ୫ଟି ଜିନିଷକୁ କେବେବି ଭୁଲରେ  ଖରାରେ ଛିଡା ହୋଇଥିବା ଗାଡିରେ ଛାଡିକି ଆସନ୍ତୁ ନାହିଁ। 
 

୧-ପରଫ୍ୟୁମ୍‌- ପରଫ୍ୟୁମ୍‌ ରେ ପର୍ଯ୍ୟାପ୍ତ ମାତ୍ରାରେ ଆଲକୋହଲ ରହିଥାଏ। ଯାହା ଜ୍ୱଳନଶୀଳ  ହୋଇଥାଏ।  ଯଦି ଏହାକୁ  ଗରମ କାରରେ ଛାଡୁଛନ୍ତି ଏବଂ ଏହା ଉପରେ ସୂର୍ଯ୍ୟ କିରଣ ପଡୁଛି ତେବେ  ବୋତଲ ଭିତରେ ଗ୍ୟାସ ହୋଇଯାଇଥାଏ।  ଯାହାଦ୍ୱାରା ବୋତଲ ବିସ୍ଫୋରଣ ଘଟିଥାଏ।     

୨-ସାନିଟାଇଜର- ହ୍ୟାଣ୍ଡ ସାନିଟାଇଜରରେ ମଧ୍ୟ ପର୍ଯ୍ୟାପ୍ତ  ଆଲକୋହଲ  ରହିଥାଏ।  ଆଉ ଏହାକୁ ଯଦି ଗରମ କାରରେ ରଖୁଛନ୍ତି ତେବେ ଏହା ବିପଦଜନକ।  ସୂର୍ଯ୍ୟଙ୍କ କିରଣ  ସଂସ୍ପର୍ଶରେ ଆସିବା ଦ୍ୱାରା  ଏଥିରେ ମଧ୍ୟ କେମିକାଲ ରିଆକ୍ସନ  ହୋଇଥାଏ।   ଯାହାଦ୍ୱାରା ବିସ୍ଫୋରଣ ଘଟିବାର ସମ୍ଭାବନା ରହିଥାଏ।   

୩-ବ୍ୟାଟେରୀ- ବ୍ୟାଟେରୀ ଏବଂ ଇଲୋକ୍ଟ୍ରୋନିକସ୍‌ କୁ ମଧ୍ୟ ହାଇ ଟେମ୍ପରେଚର  ନରଖିବା ଉଚିତ୍‌।  ବ୍ୟାଟେରୀ, ପାଓ୍ୱରବ୍ୟାଙ୍କ, ସେଲ ଇତ୍ୟାଦି କୁ ଭୁଲ ର ମଧ୍ୟ କାର ରେ ନଛାଡନ୍ତୁ।  ଏଥିରେ ସର୍ଟ ସର୍କିଟ, ସ୍ପାର୍କ  ଏବଂ ନିଆଁ ଲାଗିବାର ବିପଦ ରହିଥାଏ।  

୪- ସିଗାରେଟ ଲାଇଟର-  ଏହାର ବହୁତ ସାଧାରଣ କଥା।  ସିଗୋରେଟ ଟାଣୁଥିବା  ବ୍ୟକ୍ତିମାନେ  ଅଧିକାଂଶ  ଡ୍ୟାଶବୋର୍ଡ  ଏବଂ ସେଣ୍ଟ୍ରାଲ  କଂଶୋଲ ରେ  ଲାଇଟର ରଖିଥାନ୍ତି।   ଲାଇଟର ରେ ମଧ୍ୟ ଗ୍ୟାସ ରହିଥାଏ। ହାଇ ଟେମ୍ପରେଚର ଯୋଗୁଁ  ଲାଇଟର  ଫାଟି ଯିବାର ସମ୍ଭାବନା  ରହିଥାଏ।  ଆଉ ଏଥିରୁ ନିଆଁ ମଧ୍ୟ ଲାଗିଯାଇଥାଏ। 
ଏହି ସବ ଜିନିଷ  ଜ୍ୱଳନଶୀଳ ହୋଇଥାଏ।  ଆଉ ଭୀଷଣ  ଗରମରେ କାରରେ ନିଆଁ ଲାଗିବାର ସମ୍ଭାବନା ରହିଥାଏ।    ଏହଠାରେ ଯାହାବି  ସୂଚନା ଆମେ ଦେଲୁ ତାହା ସବୁ  ମିଡିଆ ରିପୋର୍ଟସ ଉପରେ ଆଧାରିତ।      

ଅଧିକ ପଢନ୍ତୁ ଭାରତ ଖବର 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ