ବଦମାସିଆଙ୍କୁ ବୁଲଡୋଜର ସାବାଡ କରିବ
by Argus News
Thu, May 23 | 9:02 p.m.

ଅର୍ଗସ ବ୍ୟୁରୋ : ଆସୁ ଆସୁ ନବୀନଙ୍କ ଉପରେ ବର୍ଷିଲେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ । କହିଲେ, ସେଇଠି ବହୁତ ବଦମାସିଆ ଥିଲେ ସମସ୍ତଙ୍କୁ ବୁଲଡୋଜର ସାବାଡ କରିଛି । ଏଇଠି ବି କିଛି ବଦମାସିଆ ଅଛନ୍ତି...ବିଜେପି ସରକାର ଆସିବା ମାତ୍ରେ ସେମାନଙ୍କୁ ବି ଶାସ୍ତି ଦିଆଯିବ । ସାବାଡ୍‌ କରାଯିବ । ଯୋଗୀଙ୍କ ଏମିତି ଆଟାକ୍‌ ପରେ ଚିନ୍ତାରେ ବିଜେଡି ନେତା । କାରଣ କୋଟି କୋଟି ଟଙ୍କାର ସ୍କାମରେ ଏମାନେ ସଂପୃକ୍ତ । ତେଣୁ ଜେଲ ଯିବାକୁ ଶଙ୍ଖ ଦଳର ନେତାଏ କୁନ୍ଥୁକୁନ୍ଥୁ ହେଲେଣି ବୋଲି ଲୋକେ କହୁଛନ୍ତି । 

ବାଣପୁର ଗସ୍ତରେ ଯୋଗୀ, ସଭାରେ ପହଞ୍ଚୁ ପହଞ୍ଚୁ ନବୀନ ସରକାରକୁ ନିଶାନା କଲେ । କହିଲେ, ପ୍ରଭୁ ଜଗନ୍ନାଥ ଆମକୁ ଶକ୍ତି ଦିଅନ୍ତୁ..ଆମେ ଏଠାରେ ଡବଲ ଇଂଜିନ ସରକାର କରୁ । ଲ୍ୟାଣ୍ଡ, ସ୍ୟାଣ୍ଡ, ମାଇନିଂ, ଗୋ ମାଫିଆଙ୍କୁ ସାବାଡ଼ ପାଇଁ ଶକ୍ତି ଦିଅନ୍ତୁ । ଉତ୍ତର ପ୍ରଦେଶର ବୁଲ୍‌ ଡୋଜର ପରି ଏଠାରେ ସମାନ ଶୈଳୀରେ ମାଫିଆଙ୍କୁ ସାବାଡ଼ କରାଯିବ । ଏ ମୋଦିଙ୍କ ଭାରତ, ଯିଏ ବଦମାସୀ କରିବ,ସିଏ ସାବାଡ଼ ହେବ । ଖାଲି ଏତିକି ନୁହେଁ ବରଂ ଡବଲ ଇଂଜିନ ସରକାରରେ ଲାଭ କେମିତି ମିଳେ ? ୟୁପି ପୂରା ଭାରତକୁ ଦେଖାଇ ଦେଇଛି । ସମାନ ଢଙ୍ଗରେ ଓଡ଼ିଶାରେ ବି ଶାସନ ହେବ, ବିକାଶ ହେବ ।

ରାଜ୍ୟରେ ମୁଖ୍ୟମନ୍ତ୍ରୀ ଜଣେ ହେଲେ ଶାସନ କରୁଛି ଆଉ ଜଣେ । ଓଡ଼ିଶାରେ ନବୀନ ସରକାର ବାବୁମାନଙ୍କ ଘେରାବନ୍ଦୀରେ ରହିଛନ୍ତି । ଜାଣିଶୁଣି ନବୀନ ସରକାର ଏଠାରେ ଆୟୁଷ୍ମାନ ଭାରତ ଲାଗୁ କରୁନି । ହେଲେ ମୋଦି ଯେଉଁ ପରି ଭାବରେ ବିକାଶ କରୁଛନ୍ତି ତାହା ଦେଶବାସୀ ଦେଖୁଛନ୍ତି । ଓଡ଼ିଶାରେ ଚାର୍‌ଶୋ ପାର୍‌ ଶୁଣି ବିଜେଡିର ମୁଣ୍ଡ ବୁଲାଇଦେଲାଣି । କେମିତି ନିର୍ବାଚନ ଜିତିବେ ସେନେଇ ମେଂଚା ମେଂଚା ଯୋଜନା ଘୋଷଣା କରୁଛନ୍ତି ହେଲେ ଲାଭ କଣ ହେଉଛି ସେ କଥା ଆପଣ ବି ଜାଣିଥିବେ । ଏହାସହ ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇ କହିଛନ୍ତି, ଏଠି ପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ବି ହଜାଇ ଦେଲେଣି । ଏ ସରକାର ରାଜ୍ୟର କେବେ ବିକାଶ କରିପାରିବ ନାହିଁ ବୋଲି ଯୋଗୀ କହିଛନ୍ତି ।

ମୋଟ୍‌ ଉପରେ ରାଜ୍ୟରେ ଏବେ ବିଜେଡି ପ୍ରତି ଲୋକ ବିମୁଖ ହେଲେଣି, ବିଜେପି ପ୍ରତି ଜନମତ ବଢୁଛି । ଆଉ  ଏହାରି ଭିତରେ କେନ୍ଦ୍ରୀୟ ନେତାମାନେ ଯେମିତି ଭାବରେ ଘନଘନ ଓଡ଼ିଶା ଆସି ନବୀନଙ୍କ ଉପରେ ବର୍ଷୁଛନ୍ତି , ସେଥିରୁ ଗୋଟିଏ କଥା ସ୍ପଷ୍ଟ ଏଥର ବିଜେଡି ଯିବ, ବିଜେପି ସରକାର କରିବ ।
 

EMERGENCY
6m ago
ଜୁନ 25 ବର୍ଷ 1975; ଏ ତାରିଖ ଆଉ ବର୍ଷକୁ ବୋଧେ ଭୁଲି ପାରିବେନି ଭାରତବାସୀ
ଅର୍ଗସ ବ୍ୟୁରୋ: ଜୁନ 25 ବର୍ଷ 1975 । ଏ ତାରିଖ ଆଉ ବର୍ଷକୁ ବୋଧେ ଭୁଲି ପାରିବେନି ଭାରତବାସୀ । ଭାରତରେ ରାଜନୈତିକ ଇତିହାସରେ ଘଟିଯାଇଥିବା ବହୁ ଘଟଣାବଳୀ ମଧ୍ୟରେ ଆଜିର ତାରିଖ ଲିପିବଦ୍
ଏନକାଉଣ୍ଟର
8m ago
ଓଡ଼ିଶା ଛତିଶଗଡ ସୀମାରେ ଏନକାଉଣ୍ଟରରେ ଟଳିଲେ ନକ୍ସଲ୍
ଅର୍ଗସ ବ୍ୟୁରୋ : ଓଡ଼ିଶା ଛତିଶଗଡ ସୀମାରେ ଏନକାଉଣ୍ଟରେ ଟଳିଲେ ନକ୍ସଲ୍ । ଧମତରୀରେ ଯବାନ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏନକାଉଣ୍ଟରେ ଜଣେ ନକ୍ସଲ ନିହତ ହୋଇଛି । ମୃତ
ଆଫଗାନିସ୍ତାନ
29m ago
ସେମି ଫାଇନାଲରେ ଆଫଗାନିସ୍ତାନ , ବିଶ୍ବକପରୁ ବିଦା ଅଷ୍ଟ୍ରେଲିଆ
ଅର୍ଗସ ବ୍ୟୁରୋ : ଟି ଟ୍ବେଣ୍ଟି ବିଶ୍ବକପ ସେମି ଫାଇନାଲରେ ଆଫଗାନିସ୍ତାନ । ବାଂଲାଦେଶକୁ ୮ ରନରେ ହରାଇ ସେମିରେ ଆଫଗାନିସ୍ତାନ । ବର୍ଷା ବାଧାପ୍ରାପ୍ତ ମ୍ୟାଚକୁ ଡିଏଲ୍ ମେଥଡରେ ୮ ରନରେ ଜିତିଲ