ଏଥର ପୂଜାରେ  ୫୦ ଫୁଟର ଗଣେଶଙ୍କ ସହ ୮ ଫୁଟର ମୂଷିକ   
by Argus News
Wed, Sep 04 | 1:05 p.m.

ଭୁବନେଶ୍ୱର: ଆରମ୍ଭ ହେଲାଣି  ପାର୍ବଣ ପାଇଁ ପ୍ରସ୍ତୁତି । ପ୍ରଥମେ ଆଗମନ କରିବେ ଶ୍ରୀ ଗଣେଶ । ଗଣେଶଙ୍କ  ଆଗମନ ପାଇଁ ଚାଲିଛି ପ୍ରସ୍ତୁତି।   ଏଥର ପୂଜାରେ କିଛି ନିଆରା ପାଇଁ  ଲାଗିଛନ୍ତି ପୂଜା କମିଟି।   ୫୦ ଫୁଟର ଗଣେଶ ମୂର୍ତ୍ତି ତିଆରି କରିଛି ଭୁବନେଶ୍ୱର ଶୈଳଶ୍ରୀ ବିହାର ତଳପଡିଆ ପୂଜା କମିଟି । ନଡା ,ପୁଟି ,ବାଉଁଶ ଓ ମାଟିରେ ତିଆରି ହୋଇଛି  ୫୦ ଫୁଟର ଗଣେଶ  ମୂର୍ତ୍ତି।  ୨୦୧୭ରୁ ଗଜାନନ ପୂଜା ଆୟୋଜିତ କରି ଚର୍ଚ୍ଚାରେ ଥିବା ଏହି କମିଟି ଚଳିତ ବର୍ଷ ୫୦ ଫୁଟ ଉଚ୍ଚତାର ମୂର୍ତ୍ତି ପାଇଁ ଆରମ୍ଭ କରିଛନ୍ତି କାମ । ଏଥିପାଇଁ କମିଟି ଯାଜପୁର ମଙ୍ଗଳପୁର ଅଂଚଳରୁ ୭ ଜଣ କାରିଗରଙ୍କୁ ନିୟୋଜିତ କରିଛି । ଆଗାମୀ ୭ ତାରିଖରେ ବିଘ୍ନରାଜଙ୍କ ପୂଜା ଅନୁଷ୍ଠିତ ହେବାକୁ ଥିବାରୁ କାରିଗରଙ୍କ ଆଖିରୁ ନିଦ ହଜିଛି ।  ବିଳମ୍ବିତ ରାତି ଯାଏଁ କାମ କରି ଦାୟିତ୍ୱ ସାରିବାକୁ କାରିଗର ତତ୍ପର ହେଉଥିବା ବେଳେ କମିଟି ପକ୍ଷରୁ କରାଯାଉଛି ଆନୁସଙ୍ଗିକ ସହଯୋଗ । ଚଳିତ ବର୍ଷ ୫୦ ଫୁଟ ଉଚ୍ଚର ଗଣପତି ପ୍ରଭୁ ଶ୍ରୀରାମଙ୍କ ରୂପରେ ଦେବେ ଦର୍ଶନ । ରାଜାରାମ ବେଶରେ ୧୫ ଫୁଟର ଧନୁ ଧରି ଗଣପତି ବିରାଜିତ ହେବାକୁ ଥିବା ବେଳେ ପାଖରେ ୮ ଫୁଟର ମୂଷିକ ପ୍ରଭୁଙ୍କୁ ତୀର ବଢ଼ାଇ ଦେବାର ମୁଦ୍ରାରେ ଶୋଭା ପାଇବେ । ପୂଜାକୁ ଆକର୍ଷଣୀୟ ପାଇଁ ଅନେକ ପ୍ରକାର କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ପୂଜା କମିଟି ପକ୍ଷରୁ କୁହାଯାଇଛି ।

ମୂର୍ତ୍ତି ନିର୍ମାଣ ଠାରୁ ସାଜସଜ୍ବା ସବୁ ହେଉଛି ନିଆରା ଢଙ୍ଗରେ । ପରିବେଶକୁ ସୁହାଇଲା ଭଳି ଉପକରଣ ଯୋଗାଡ଼ କରାଯାଇ ହେଉଛି ବ୍ୟବହାର । ପ୍ରଦୂଷଣ ସୃଷ୍ଟି କରୁଥିବା କୌଣସି ବି ସାମଗ୍ରୀ ମଣ୍ଡପ କିମ୍ବା ମୂର୍ତ୍ତିରେ ବ୍ୟବହାର କରାଯାଉ ନ ଥିବା କୁହାଯାଇଛି । ମୂର୍ତ୍ତି ନିର୍ମାଣରେ ମାଟି ,ନଡା ,ପୁଟି ,ଅଖା ଓ ବାଉଁଶ ତାଟି ବ୍ୟବହାର ହେଉଥିବା ବେଳେ ତୋରଣକୁ ମଧ୍ୟ କରାଯାଉଛି ପରିବେଶ ଅନୁକୂଳ । ପ୍ଲାଷ୍ଟିକ କିମ୍ବା ସେଭଳି କିଛି ପରିବେଶ ବିପଦ ସୃଷ୍ଟି କରୁଥିବା ପଦାର୍ଥ ବଦଳରେ କୁଲା ,ଡାଲା ଓ ବାଉଁଶ ତାଟ ବ୍ୟବହାର ହେଉଛି । ୮ ବର୍ଷର ଏହି ପୂଜା କମିଟି ୮୦ ଫୁଟର ଆକର୍ଷଣୀୟ ତୋରଣ ପ୍ରସ୍ତୁତି କାମରେ ଲାଗିଛି । ପୂଜା ପୂର୍ବରୁ ଏସବୁ କାମ ସରିବ ବୋଲି କହିଛନ୍ତି ନିୟୋଜିତ ମଣ୍ଡପ ଓ ମୂର୍ତ୍ତି କାରିଗର । ରାଜଧାନୀର ଏହି ପରିବେଶ ଅନୁକୂଳ ପୂଜା ଉତ୍ସବ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ବୋଲି କୁହାଯାଇପାରେ ।

ଅଧିକ ଦେଖନ୍ତୁ :
 
 
 

ପ୍ରଥମ ଟେଷ୍ଟ
ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ
ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟର ଟକ୍କର । ରୋହିତ ଶର୍ମାଙ୍କ ନେତୃତ୍ବର
ମଙ୍କିପକ୍ସ
ଭାରତରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ: ଭାରତରେ ଆଉଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ଘର କେରଳରେ । ସେ କିଛି ଦିନତଳେ ୟୁଏଇରୁ ଫେରିଛନ୍ତି । ତାଙ୍କୁ ଆଇସୋଲେସନରେ ରଖ
ଚନ୍ଦ୍ରଯାନ
ଚନ୍ଦ୍ରଯାନ ୪ର ମିଶନ ପାଇଁ କେନ୍ଦ୍ର କ୍ୟାବିନେଟ୍‌ର ମଂଜୁରୀ
ନୂଆଦିଲ୍ଲୀ: ମହାକାଶରେ ଆହୁରି ଶକ୍ତିଶାଳୀ ହେବ ଭାରତ । ଚନ୍ଦ୍ରଯାନ ୪ ମିଶନକୁ କେନ୍ଦ୍ର କ୍ୟାବିନେଟର ମିଳିଛି ମଂଜୁରୀ । ବହୁ ପ୍ରତିକ୍ଷୀତ ଏହି ମିଶନ ପାଇଁ ୨୧୦୪କୋଟି ଟଙ୍କା ବ୍ୟ