ଚଳିତବର୍ଷ ତାତିର ସବୁ ରେକର୍ଡ ଭାଙ୍ଗିବ
by Argus News
Tue, Apr 23 | 2:27 p.m.

ଅର୍ଗସ ବ୍ୟୁରୋ: ଚଳିତବର୍ଷ ରେକର୍ଡ ଭାଙ୍ଗିବ ତାତି । ଏପରି ଏକ ସତର୍କବାଣୀ ଦେଇଛନ୍ତି ବୈଜ୍ଞାନିକ । ସେମାନଙ୍କ ତଥ୍ୟ ଅନୁଯାୟୀ ଗତବର୍ଷର ତାତି ୧ଲକ୍ଷ ବର୍ଷର ରେକର୍ଡ ଭାଙ୍ଗିଥିବାବେଳେ ଚଳିତବର୍ଷର ରୌଦ୍ରତାପ ବିଗତ ବର୍ଷର ସବୁ ରେକର୍ଡକୁ ଭାଙ୍ଗିଦେବ ବୋଲି ଆକଳନ କରାଯାଇଛି।
ଘନ କଂକ୍ରିଟ ଜଙ୍ଗଲ, ଜୈବ ଇନ୍ଧନ ଦ୍ୱାରା ଗାଡ଼ି ଚଳାଚଳ, ବୃକ୍ଷଲତା ଇତ୍ୟାଦିରେ ଘନଧୂଳି ଆସ୍ତରଣ ଏବଂ ବାୟୁମଣ୍ଡଳରେ ଅଙ୍ଗାରମାତ୍ରା ବୃଦ୍ଧି ସହ ତାପମାତ୍ରାରେ ବୃଦ୍ଧି ଘଟିବ ।

ଅନ୍ୟପକ୍ଷରେ ଚଳିତବର୍ଷ ଏଲନିନୋର ପ୍ରଭାବ ଅଧିକ ରହିବାକୁ ଥିବାବେଳେ ପବନ ଚଳାଚଳ କ୍ଷେତ୍ରରେ ଏହା ପ୍ରତିବନ୍ଧକ ସୃଷ୍ଟି କରିବ । ଫଳରେ ଝାଞ୍ଜି ପବନ ଓ ପ୍ରଚଣ୍ଡ ଖରା ସହ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିବ ବୋଲି ବୈଜ୍ଞାନିକମାନେ ସତର୍କ କରାଇ ଦେଇଛନ୍ତି । ଆଗକୁ ରାତିର ତାପମାତ୍ରାରେ ଯଥେଷ୍ଟ ବୃଦ୍ଧି ଘଟିବ। ୨୦୨୪ ସବୁ ରେକର୍ଡ ଭାଙ୍ଗିବ। ଆଉ ଏହା ସତ। ଆମେରିକା ବୈଜ୍ଞାନିକ ଗେଭିନ ସେମିଟ କହିଛନ୍ତି ଏଲନିନୋ ଯୋଗୁ ପରିବେଶ ପ୍ରଭାବିତ ହେଉଛି। ସେଥିପାଇଁ ଚଳିତବର୍ଷ ୫୦ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଛୁଇଁବ ବୋଲି ଆକଳନ କରାଯାଇଛି। 

ଅଧିକ ପଢ଼ନ୍ତୁ ପାଣିପାଗ ଖବର 
 

ତାତି
40m ago
ରାଜ୍ୟରେ ବଢୁଛି ତାତି , ୬ ରାଜ୍ୟ ପାଇଁ ହିଟ୍ ୱେଭ ଜାରି
ଅର୍ଗସ ବ୍ୟୁରୋ : ଆଜି ବି ଅସହ୍ୟ ତାତି ଅନୁଭୁତ ହେବ । ସକାଳ 8.30 ସୁଦ୍ଧା ଭୁବନେଶ୍ବରେ ପାରଦ 34.6 ରେକର୍ଡ କରାଯାଇଛି । ଗତ 3 ଦିନ ହେବେ ରାଜ୍ୟରେ ବଢିଛି ତାପମାତ୍ରା । ସକାଳ ସାଢ
କିସମିସ୍ ପାଣି
49m ago
ଜାଣନ୍ତୁ କିସମିସ୍ ପାଣିର ଫାଇଦା
ଅର୍ଗସ ବ୍ୟୁରୋ: ଆମେ ସମସ୍ତେ ଜାଣିଛେ ଡ୍ରାଏ ଫ୍ରୁଟସ ଆମ ଶରୀର ପାଇଁ କେତେ ଲାଭଦାୟୀ। କିନ୍ତୁ ଏହି ଡ୍ରାଏ ଫ୍ରୁଟସ ଗୁଡ଼ିକ ବହୁତ୍ ମହଙ୍ଗା ହୋଇଥାଏ। ଅଧିକାଂଶ ଲୋକଙ୍କ ପାଇଁ ନିୟମିତ ଭାବର
ଅଗ୍ନିକାଣ୍ଡ
ଭୟାବହ ଅଗ୍ନିକାଣ୍ଡ , ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଞ୍ଚାୟତ ସମିତି ସଭାଗୃହରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଜଳିଗଲା ଲକ୍ଷାଧିକ ଟଙ୍କାର ମୂଲ୍ୟବା