ରାଜାଙ୍କୁ ଭୋଟ୍ ନଦେଲେ ସବୁ ସୁବିଧା ବନ୍ଦ !
by Argus News
Sat, Apr 13 | 2:31 p.m.

ଆଠଗଡ:  '୯୦୪୦୧୧୬୧୭୭' ନମ୍ବରରୁ ଆଠଗଡ଼ ଅଞ୍ଚଳର ବିଭିନ୍ନ ଲୋକଙ୍କ ପାଖକୁ ଆସୁଛି କଲ୍ । ସବୁ ସୁବିଧା ପାଉଛନ୍ତି କି ନାହିଁ ପଚାରିବା ପରେ ଚଳିତ ନିର୍ବାଚନରେ ରାଜା ସ୍ବାଇଁଙ୍କୁ ଭୋଟ ଦେବେ ବୋଲି ସିଧାସଳଖ  କହୁଛନ୍ତି ଫୋନରେ କହୁଥିବା ବ୍ୟକ୍ତି ଜଣଙ୍କ ।

ତେବେ ବାରମ୍ବାର ପଚାରିଲେ ସେ କହୁଛନ୍ତି ଯେ ଆମେ ରାଜା ସ୍ୱାଇଁଙ୍କ ଅଫିସରୁ କହୁଛୁ । ରାଜା ସ୍ବାଇଁ ଆଠଗଡ଼ ନିର୍ବାଚନ ମଣ୍ଡଳୀରେ କିଏ କୋଉ ଯୋଜନା ପାଇଛି ତାଙ୍କ ପାଖରେ ସମସ୍ତ ତଥ୍ୟ ରହିଥିବାବେଳେ ସେ ସମସ୍ତ ତଥ୍ୟର ପାଇଥିବା ହିତାଧିକାରୀମାନଙ୍କୁ ଲୋକ ଲଗାଇ ଫୋନ କରି ରାଜା ସ୍ବାଇଁଙ୍କୁ ଭୋଟ ଦେବାକୁ କହୁଛନ୍ତି । ନଚେତ ପାଇଥିବା ଯୋଜନା ଗୁଡିକ କାଟି ଦିଆଯିବ ବୋଲି କହୁଛନ୍ତି । 

ତେବେ ଏଭଳି ଫୋନ କଲ୍ କରି ରାଜା ସ୍ବାଇଁ କ'ଣ ପ୍ରମାଣିତ କରିବା ପାଇଁ ଚାହୁଁଛନ୍ତି । ଏହା କ'ଣ ଏକ ପ୍ରକାରର ନିର୍ବାଚନ ଆଚରଣବିଧି ଉଲ୍ଲଘଂନ ନୁହେଁ କି ? ତେବେ ଏଥିପ୍ରତି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଦୃଷ୍ଟି ଦେବାକୁ ଫୋନ କଲ୍ ଆସିଥିବା ହିତାଧିକାରୀମାନେ ପ୍ରକାଶ କରିଛନ୍ତି ।

ଆହୁରି ପଢନ୍ତୁ ରାଜନୀତି ଖବର...
 

MOTHER-IN-LAW
9m ago
ବୋହୂର ମାଡରେ ଶାଶୂ ଗୁରୁତର, ଭାଇରାଲ ହେଉଛି ମାଡ଼ ବେଳର ଦୃଶ୍ୟ
ଅର୍ଗସ ବ୍ୟୁରୋ : ବୋହୂର ମାଡରେ ୬୫ବର୍ଷୀୟ ଶାଶୂ ଗୁରୁତର । ଗୁରୁତର ଶାଶୂଙ୍କୁ ଉଦ୍ଧାର କରି ବାସୁଦେବପୁର ମେଡିକାଲରେ ଗ୍ରାମବାସୀ ମାନେ ଭର୍ତ୍ତି କରିଛନ୍ତି । ସେଠାରେ ତାଙ୍କ ଚିକିତ୍ସା ଜାର
MANMOHAN SAMAL
37m ago
କାର୍ଯ୍ୟକ୍ରମରେ ଯୋଗଦେବା ସହ ଦଳୀୟ କର୍ମୀ ଓ ପ୍ରାର୍ଥୀଙ୍କ ମନୋବଳକୁ ସୁଦୃଢ କଲେ
ଅର୍ଗସ ବ୍ୟୁରୋ : ଆଜି ଦିନିକିଆ ଗସ୍ତରେ ମୟୂରଭଞ୍ଜ ଗସ୍ତରେ ଅଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଦୁଇ ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେଇ ଦଳୀୟ କର୍ମୀ ଓ ପ୍ରାର୍ଥୀଙ୍କ ମନବଳକୁ ସୁଦୃ
ନିଯୁକ୍ତି ନାଁରେ ଗୋଚର
ନିଯୁକ୍ତି ନାଁରେ ଗୋଚର ଜମି ହଡ଼ପ କରୁଛନ୍ତି କନ୍ଧମାଳ ସାଂସଦ
ଅର୍ଗସ ବ୍ୟୁରୋ: ସ୍କୁଲ ଭିତରକୁ ଧସେଇ ପଶିଲେ ଲୋକେ , ସାଇନ ବୋର୍ଡ ଭାଙ୍ଗିଲେ। ଜମି ମାଫିଆ କହି ଦେଲେ ନାରାବାଜି l ଏଭଳି ଘଟଣା ବର୍ତ୍ତମାନ ସାରା ଜିଲ୍ଲାରେ ଚର୍ଚ୍ଚା ହୋଇଥିବା ବେଳେ ଘଟଣାକ