ବଫର ଓ କୋର ଅଂଚଳରେ ନିଆଁ ଲାଗିନି, ବୁଲୁଛନ୍ତି ବାଘ ଛୁଆ 
by Argus News
Thu, Apr 25 | 2:57 p.m.

ଭୁବନେଶ୍ୱର:  ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ନିଆଁ ଲାଗିଥିଲେ ମଧ୍ୟ ସୁରକ୍ଷିତ ବୁଲୁଛି ବାଘ ଛୁଆ । ଶିମିଳିପାଳର ବଫର ଓ କୋର ଅଂଚଳରେ ବାଘ ଅଛନ୍ତି । ଏହି ଅଂଚଳରେ ନିଆଁ ଲାଗି ନଥିବାରୁ ବାଘ ସୁରକ୍ଷିତ ଥିବା ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି । ଅନ୍ୟ ଜନ୍ତୁମାନେ ମଧ୍ୟ ସୁରକ୍ଷିତ ଅଛନ୍ତି । ସାଧାରଣତଃ ଗାଁ ନିକଟରେ ଥିବା ଜଙ୍ଗଲରେ ନିଆଁ ଲାଗିଛି । 2 ଟି ଓଡ୍ରାଫ ଟିମ୍ ସହ 300 ଫାୟାର ସ୍କ୍ୱାଡ୍ ନିଆଁ ଲିଭା କାମରେ ଲାଗିଛନ୍ତି । 

ସେପଟେ ନିଆଁ ଉପରେ ନଜର ରଖିବା ପାଇଁ ଶିମିଳିପାଳରେ ଲାଗିଛି 360 ଡିଗ୍ରୀ AI କ୍ୟାମେରା । 6 ଟି ଟାୱାରରେ ଲଗାଯାଇଛି ଏହି କ୍ୟାମେରା । ଧୂଆଁ ଉଠିବା ମାତ୍ରେ ସମ୍ପୃକ୍ତ ସ୍ଥାନକୁ ଜୁମ୍ କରି ଭିଡିଓ କରିବା ସହ ଲୋକେସନ୍ ଜଣାଇବ କ୍ୟାମେରା । ଆଗକୁ ସାତକୋସିଆ ସହ ଦକ୍ଷିଣ ଓଡିଶା ଜଙ୍ଗଲରେ ଏହି କ୍ୟାମେରା ଲଗାଇବାକୁ ଯୋଜନା ରହିଥିବା ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି । 

ଆହୁରି ପଢନ୍ତୁ ଓଡିଶା ଖବର...
 

BOBBY DAS
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ