ଗଜପତି: ଗଜପତି ଜିଲ୍ଲା ଚନ୍ଦ୍ରଗିରି ଲଖାରି ଅଭୟାରଣ୍ୟକୁ ପୁଣି ଫେରିଛି ମହାବଳ । ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଳକ ପୁରୁଣାପାଣି ପଞ୍ଚାୟତ ଜାନିଆମ୍ବ ଗ୍ରାମ ନିକଟରୁ ଗାଈ ମନ୍ଦାରୁ ଏକ ଗାଈକୁ ଟେକି ନେଇ ଗାଆଁ ଠାରୁ 200 ମିଟର ଦୂରରେ ମାରି ଖାଇଛି ମହାବଳ ।
ସକାଳେ ନିଜ ଗାଈ ମନ୍ଦାରେ ନଥିବା ଦେଖି ଖୋଜାଖୋଜି କରିବା ପରେ ଗାଈର କ୍ଷତ ବିକ୍ଷତ ମୃତଦେହ ନିକଟରେ ଥିବା ଝରଣା ଆରପଟ ପଡ଼ିଥିବା ଦେଖି ବନ ବିଭାଗକୁ ଖବର ଦେଇଛନ୍ତି ଗ୍ରାମବାସୀ । ଖବର ପାଇ ବନବିଭାଗ କର୍ମଚାରୀ ଓ ପ୍ରାଣୀ ଚିକିତ୍ସା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଏହା ବାଘ ଆକ୍ରମଣ ଦ୍ଵାରା ହୋଇଥିବା ସନ୍ଦେହ କରିଛନ୍ତି । ଏପରିକି ନଈକୂଳ ବାଲି ଓ କାଦୁଅରେ ପାଦ ଚିହ୍ନ ଦେଖିବାକୁ ମିଳିଛି ।
ଏହା ଜାଣିବାପରେ ଗ୍ରାମବାସୀ ଅତ୍ୟନ୍ତ ଭୟଭୀତ ହୋଇ ରହିଥିବାବେଳେ କାନ କଟା ଓ ଖମ୍ବାରି ଗାଆଁ ରାସ୍ତା ଦେଇ କୌଣସି ଲୋକ ଯିବାଆସିବାକୁ ଭୟ କରୁଛନ୍ତି ।