ଗଜପତିରେ ବାଘ ଆତଙ୍କ
by Argus News
Wed, Nov 22 | 11:30 a.m.

ଗଜପତି:  ପୁଣି ଥରେ ଗୋଟିଏ ଗାଈକୁ ମାରି ଖାଇଲା ମହାବଳବାଘ । ଗତ ରାତି 8 ଟା ସମୟରେ ରାୟଗଡ ବ୍ଲକ କୁମୁଲୁସିଂ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅଁଳାବର ଗ୍ରାମ ନିକଟସ୍ଥ ଜଙ୍ଗଲରେ ଏକ ଗାଈକୁ ଗୋଟିଏ ମହାବଳ ବାଘ ଖାଇଥିବାର ଫୋଟୋ ଗୋଟିଏ ଟ୍ରାପ କ୍ୟାମେରାରେ କଏଦ ହୋଇଛି I 

ମହାବଳ ବାଘଟି ଗତ ଦୁଇ ଦିନ ହେଲା ଆନ୍ଧ୍ରପ୍ରଦେଶର ସାରାଳି  ନିକଟରେ ବୁଲୁଥିବାର ଖବର ରହିଥିଲା I ବର୍ତ୍ତମାନ ସେ ମହାବଳ ବାଘଟି ଦେବଗିରି ବନାଞ୍ଚଳର କୁମୁଲୁସିଙ୍ଗି ବିଟ ଇଲାକାରେ ଚଳପ୍ରଚଳ କରୁଥିବାର ଦେଖାଯାଇଛି I ଏଥିପାଇଁ ଆଖପାଖ ଅଞ୍ଚଳର ସମସ୍ତ ଗ୍ରାମବାସୀଙ୍କୁ ସତର୍କ କରାଯାଇଛି I 

ବାଘ ଉପରେ ନଜର ରଖିବା ପାଇଁ ୭ଜଣ ଲେଖାଏଁ ୫ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି । ସେହିପରି ଆବଶ୍ୟକୀୟ ସ୍ଥାନରେ ଟ୍ରାପ କ୍ୟାମରେ ମଧ୍ୟ ଖଞ୍ଜିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କହିଛନ୍ତି ପାରଳାଖେମୁଣ୍ଡି ଏସିଏଫ ।

୭ଟି ଛେଳିକୁ ମାରି ଖାଇଲା କଲରାପତରିଆ ବାଘ

ସ୍ବଚ୍ଛ ପାନୀୟ
7m ago
5 ବର୍ଷରେ ଆଖି ବୁଜିଲେଣି 15 ଜଣ
ଅନୁଗୁଳ: ସ୍ବଚ୍ଛ ପାନୀୟ ଜଳ ଯୋଗାଇବାରେ ବିଫଳ ବିଜେଡି ସରକାର । ଫେଲ୍ ମାରିଛି ବସୁଧା ଯୋଜନା ଓ ମେଗା ପାନୀୟ ଜଳ ପ୍ରକଳ୍ପ । 50 ପରିବାରର ଶୋଷ ମେଣ୍ଟାଉଛି ଗୋଟିଏମାତ୍ର ନଳକୂପର
ପର୍ଯ୍ୟାୟ ନିର୍ବାଚନ
33m ago
ସୁବର୍ଣ୍ଣପୁରର ଦୁଇ ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବ ମତଦାନ
ସୁବର୍ଣ୍ଣପୁର: ଆସନ୍ତାକାଲି ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ। ଏହି କ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ଦୁଇ ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବ ମତଦାନ । ଜିଲ୍ଲାର ସୋନପୁର ବିଧାନସଭ
ଲାଭ
34m ago
କେନ୍ଦ୍ର ସରକାରଙ୍କ ଯୋଜନା,ଅଳ୍ପ ଟଙ୍କାରେ ବଢ଼ିଆ ଲାଭ
ଅର୍ଗସ ବ୍ୟୁରୋ: ଯଦି ଆପଣ ମଧ୍ୟ ନିଜ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି ତାହା ପୁଣି ସ୍ୱଳ୍ପ ବଜେଟରେ ତାହେଲେ କେନ୍ଦ୍ର ସରକାର ଆପଣଙ୍କ ପାଇଁ ଆଣିଦେଇଛନ୍ତି ଏକ ସୁବର୍ଣ୍ଣ ସୁଯୋଗ