ଚର୍ବିର ଘିଅରେ ତିଆରି ହୋଇଛି ତିରୁମାଳା ଲଡୁ ? ଯାଂଚ କରିବ କି ସିବିଆଇ ?
by Argus News
Sat, Sep 21 | 6:54 p.m.

ଅର୍ଗସ ବ୍ୟୁରୋ: ମନ୍ଦିରରେ ବିକ୍ରି ହେଉଥିବା ଲଡୁ ପଶୁ ଚର୍ବିର ଘିଅରେ ତିଆରି ହେଉଛି ? କିଛି ଏମିତି କଥା ସାମ୍ନାକୁ ଆସିବା ପରେ ପୁରା ଦେଶରେ ଏହାକୁ ନେଇ ହଇଚଇ । କାରଣ ପ୍ରସାଦରେ ପଶୁର ଚର୍ବି ମିଶୁଥିବା କଥା ସାମ୍ନାକୁ ଆସିବା ପରେ ଆନ୍ଧ୍ରରେ ତୁମ୍ବିତୋଫାନ ହେଲାଣି । 

କୋଟି କୋଟି ହିନ୍ଦୁଙ୍କ ଧର୍ମୀୟ ଭାବନା ପ୍ରତି ଶକ୍ତ କୁଠାରଘାତ । ଆନ୍ଧ୍ରପ୍ରଦେଶର ତିରୁପତି ବାଲାଜୀଙ୍କ ବିଶ୍ଵବ୍ୟାପୀ ଅଗଣିତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମନରେ ଲାଗିଛି ଗଭୀର ଆଘାତ । କାରଣ ମନ୍ଦିର ଭୋଗରେ ପଶୁଙ୍କ ଚର୍ବିରୁ ଘିଅ ପ୍ରସ୍ତୁତ ହେଉଥିବାରୁ ଭକ୍ତଙ୍କ ମନରେ ଆନ୍ଦୋଳିତ ହେଉଛି ପ୍ରଶ୍ନ । ସତରେ କଣ ଭଗବାନଙ୍କ ଭୋଗରେ ମିଶୁଛି ଚର୍ବିର ଘିଅ ? ସେପଟେ ଧର୍ମୀୟ ପ୍ରସଙ୍ଗ ଏବେ ପାଲଟିଛି ରାଜନୈତିକ ପ୍ରସଙ୍ଗ । ବର୍ତ୍ତମାନର ସରକାର ଓ ପୂର୍ବ ସରକାର ମୁହାଁମୁହିଁ ହୋଇଛନ୍ତି । ଆନ୍ଧ୍ର ପ୍ରଦେଶରେ ଏବେ ଶାସନରେ ଥିବା ଟିଡିପି ଏ ଘଟଣା ପାଇଁ ପୂର୍ବ ସରକାରକୁ ଦାୟୀ କରିଥିବା ବେଳେ, ପୂର୍ବରୁ ଶାସନରେ ଥିବା ୱାଇଏସଆର୍ କଂଗ୍ରେସ ଦଳର ମୁଖିଆ ୱାଇ ଏସ ଜଗନମୋହନ ରେଡ୍ଡି ଏହାକୁ ଚନ୍ଦ୍ରବାବୁ ନାଇଡୁଙ୍କୁ ରାଜନୈତିକ ଷ୍ଟଣ୍ଟ ବୋଲି କହିଛନ୍ତି । ଭେଙ୍କଟେଶ୍ବରଙ୍କ ପ୍ରସାଦର ପବିତ୍ରତା ନଷ୍ଟ କରିବା ପଛରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ଶାସନ କଳକୁ ଟିଡିପି ଆଙ୍ଗୁଠି ଦେଖାଇ ଥିବା ବେଳେ ସେପଟେ ଅଭିଯୋଗକୁ ସମ୍ପୂର୍ଣ୍ଣ ଭିତ୍ତିହୀନ କହିଛନ୍ତି ଜଗନ ।

ବାଲାଜୀଙ୍କ ମନ୍ଦିରରେ ନିଇତି ଲକ୍ଷଲକ୍ଷ ଭକ୍ତଙ୍କ ଲାଗି ପ୍ରସାଦ ଭାବରେ ଲଡୁ ତିଆରି କରାଯାଏ । ହେଲେ ସେହି ଲଡୁରେ କୁଆଡ଼େ ପଶୁ ଚର୍ବିର ଘିଅ ମିଶୁଥିବା ଜଣାପଡିବା ପରେ ଏବେ ଜୋରଦାର ଚର୍ଚ୍ଚା । ଏମିତିକି ପୁରା ଘଟଣାରେ ସିବିଆଇ ତଦନ୍ତ ଦାବି କଲାଣି କଂଗ୍ରେସ । ଏ ନେଇ ଜଗନଙ୍କ ଉଉଣୀ ତଥା ଆନ୍ଧ୍ରପ୍ରଦେଶ କଂଗ୍ରେସ ମୁଖ୍ୟ ୱାଇଏସ ଶର୍ମିଲା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଛନ୍ତି । ସେପଟେ ମାମଲା ଗମ୍ଭୀର ହେବାରୁ କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଗତକାଲି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ସହ ଆଲୋଚନା ପରେ ଏ ସମ୍ପର୍କରେ ବିସ୍ତୃତ ରିପୋର୍ଟ ମାଗିଛନ୍ତି । 

ଲଡୁକୁ ନେଇ ବିବାଦ ବଢିବା ପରେ ଶ୍ରୀ ଭେଙ୍କଟେଶ୍ଵର ସ୍ଵାମୀ ମନ୍ଦିର ପରିଚାଳନା ଦାୟିତ୍ଵରେ ଥିବା ତିପୁରତି ତିରୁମାଳା ଦେବସ୍ଥାନମ୍ ବା ଟିଟିଡିର ନିର୍ବାହୀ ଅଧିକାରୀ କହିଛନ୍ତି, ଘିଅର ଗୁଣବତ୍ତା ପରୀକ୍ଷଣ ଲାଗି ଟିଟିଡିର ନିଜସ୍ବ ପରୀକ୍ଷାଗାର ନାହିଁ । ଯାହାର ଫାଇଦା ନେଇଛନ୍ତି ଘିଅ ଯୋଗାଣକାରୀ ସଂସ୍ଥା। ସେପଟେ ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ ଏ ଘଟଣା ପରେ ସନାତନ ଧର୍ମ ରକ୍ଷଣ ବୋର୍ଡ ଗଠନର ଦାବି କରିଛନ୍ତି । ସେପଟେ ମାମଲା ଯାଇ ପହଞ୍ଚିଛି ସୁପ୍ରିମକୋର୍ଟରେ । ବିନିତ ଜିନ୍ଦଲ ନାମଜ ଜଣେ ଆଇନଜୀବୀ ଏ ମାମଲାରେ ଗୃହ ମନ୍ତ୍ରାଳୟ, ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନମୋହନ ରେଡ୍ଡି ଓ ଟିଟିଡି କର୍ତ୍ତୃପକ୍ଷ ଓ ଘିଅ ଯୋଗାଉଥିବା ଠିକାଦାରଙ୍କୁ ଅଭିଯୁକ୍ତ ଦର୍ଶାଇ ସେମାନଙ୍କୁ କୋର୍ଟକୁ ଟାଣିଛନ୍ତି । ତେବେ ସମୟ କହିବ ପ୍ରକୃତରେ ଲଡୁରେ କି ଅପମିଶ୍ରିତ ସାମଗ୍ରୀ ମିଶୁଛି କି ନାହିଁ ।

 

ILLEGAL
ମହାରାଷ୍ଟ୍ର ଧରାବୀ ବସ୍ତିରେ ବେଆଇନ ମସଜିଦ ନିର୍ମାଣକୁ ନେଇ ବଢୁଛି ବିବାଦ
ଅର୍ଗସ ବ୍ୟୁରୋ: ହିମାଚଳ ପ୍ରଦେଶ ସଂଜୌଲୀ ମସଜିଦ ବିବାଦ ଥମିନଥିବାବେଳେ ମହାରାଷ୍ଟ୍ର ଧରାବୀ ବସ୍ତିରେ ବେଆଇନ ମସଜିଦ ନିର୍ମାଣକୁ ନେଇ ବଢୁଛି ବିବାଦ । କୋର୍ଟଙ୍କ ନିର୍ଦ୍ଦେଶ ପର
J&K
ନିର୍ବାଚନ ରାଲିରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବଡ଼ ଘୋଷଣା
ଅର୍ଗସ ବ୍ୟୁରୋ: ଜମ୍ମୁ କାଶ୍ମୀରକୁ ପୁଣିଥରେ ଆତଙ୍କବାଦୀଙ୍କ ଆଡ୍ଡା କରିବାକୁ ଚାହାନ୍ତି ଅବଦୁଲ୍ଲା, ମୁଫତି ଓ ଗାନ୍ଧି ପରିବାର । ତୁଷ୍ଟିକରଣ ରାଜନୀତି କରି ଭୂସ୍ବର୍ଗକୁ ନର୍
POLICE STATION
ଭରତପୁର ଥାନାରେ ମେଜର୍ ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ୍ ନିର୍ଯାତନା ଘଟଣା
ଅର୍ଗସ ବ୍ୟୁରୋ: ଭରତପୁର ଥାନାରେ ମେଜର୍ ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ୍ ନିର୍ଯାତନା ଓ ବର୍ବରତା ଘଟଣା । ପୂର୍ବ ସରକାର ଉପରେ ବର୍ଷିଲେ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ