ଅସହ୍ୟ ଗୁଳୁଗୁଳିରୁ କେମିତି ପାଇବେ ରକ୍ଷା ଜାଣନ୍ତୁ...
by Argus News
Thu, Jun 20 | 1:14 p.m.

ଅର୍ଗସ ବ୍ୟୁରୋ:  ରାଜ୍ୟରେ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ବଢ଼ୁଛି। ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳୁ ୮ଟାରୁ ଖରା ଆସିଯାଉଛି ଯେ, ସନ୍ଧ୍ୟା ୬ ଟା ନହେଲେ ଅସ୍ତ ହେଉନାହିଁ। କିଛି ସ୍ଥାନରେ ୪୫ ରୁ ୫୦ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ମଧ୍ୟ ରେକର୍ଡ କରାଯାଇଛି । ଅତ୍ୟଧିକ ଗରମ ବୃଦ୍ଧି ପାଉଥିବାରୁ ଲୋକମାନେ ଘରୁ ବାହାରିବା ପାଇଁ ଇଚ୍ଛା ପ୍ରକାଶ କରୁ ନାହାଁନ୍ତି । ଏହି ସମସ୍ୟାରୁ ବର୍ତ୍ତିବା ପାଇଁ ଆପଣ ପ୍ରଚୁର ମାତ୍ରାରେ ପାଣି, ସରବତ କିମ୍ବା ଘୋଳ ଦହି ସେବନ କରିବା ଉଚିତ ।  ଘୋଳ ଦହିରେ ଭିଟାମିନ୍ –ବି, ପ୍ରୋଟିନ୍‌, କ୍ୟାଲସିୟମ ଏବଂ ପୋଟାସିୟମ ଭଳି ପୋଷକ ତତ୍ୱ ଶରୀରକୁ ଡିଟକ୍ସିଫାଇ କରିବାରେ ସହାୟକ ହୋଇଥାଏ । ଏହା ବ୍ୟତୀତ ଅନେକ ଚର୍ମ ସମସ୍ୟାରୁ ରକ୍ଷା କରି ତ୍ୱଚାର ଚମକ ବୃଦ୍ଧି କରିଥାଏ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଡିହାଇଡ୍ରେସନରୁ ରକ୍ଷା ପାଇବା ପାଇଁ ଘୋଳ ଦହି ରାମବାଣ ସଦୃଶ ଅଟେ । ଘୋଳ ଦହିରେ ପ୍ରଚୁର ମାତ୍ରାରେ ମିନେରାଲସ, ଭିଟାମିନସ, କ୍ୟାଲସିୟମ, ପ୍ରୋଟିନ ଏବଂ ପ୍ରୋବାୟୋଟିକ ରହିଛି । ଘରେ ଘୋଳ ଦହି ତିଆରି କରୁଥିଲେ ଏହାକୁ ଆହୁରି ସ୍ୱାଦିଷ୍ଟ କରିବା ପାଇଁ ଏଥିରେ ଆବଶ୍ୟକ ମୁତାବକ ଜିରା ଗୁଣ୍ଡ, ପୋଦିନା ଏବଂ ସାମାନ୍ୟ ଲୁଣ ମିଶେଇ ପିଇପାରିବେ । ଏହା ଶରୀରକୁ ଶୀତଳତା ପ୍ରଦାନ କରିଥାଏ । ଘୋଳ ଦହିରେ ଥିବା ହେଲ୍‌ଦୀ ବ୍ୟାକ୍ଟେରିଆ, କାର୍ବୋହାଇଡ୍ରେଟ୍ ଏବଂ ଲାକ୍ଟୋଜ୍ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ । ଏହାର ନିୟମିତ ସେବନ ଦ୍ୱାରା ଶରୀରର ଶକ୍ତି ବୃଦ୍ଧି ହୋଇଥାଏ । ପାଚନ ଜନିତ ସବୁ ସମସ୍ୟା ଦୂର ହୋଇଥାଏ ।

ଅଧିକ ପଢ଼ନ୍ତୁ ଜୀବନଶୈଳୀ ଖବର: 

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା