ସମାଜକୁ ଆଗକୁ ନେବାକୁ ହେଲେ ସବୁ ବର୍ଗର ଲୋକଙ୍କୁ ସାଙ୍ଗରେ ନେବାକୁ ପଡିବ - ଧର୍ମେନ୍ଦ୍ର ପ୍ରଧାନ
by Argus News
Sat, Feb 24 | 8:24 p.m.

ଅର୍ଗସ ବ୍ୟୁରୋ : ଆମେ ଚଷା ଲୋକମାନେ । ସମାଜରେ ଲୋକଙ୍କ ପ୍ରତି ଆମର ଦାୟିତ୍ୱ ଅଧିକ ଅଛି । ସମାଜକୁ ଆଗକୁ ନେବା ପାଇଁ ହେଲେ ସବୁ ବର୍ଗର ଲୋକଙ୍କୁ ସାଙ୍ଗରେ ନେବାକୁ ପଡିବ ବୋଲି ଶନିବାର ଦେବଗଡ଼ର ତିଳେଇବଣି ଠାରେ ‘ଜିଲ୍ଲା ସ୍ତରୀୟ ଚଷା ସମାଜର ବନ୍ଧୁ ମିଳନ’ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ନିଳବେର୍ଣ୍ଣିସାହି ଠାରେ ପଛୁଆ ବର୍ଗ ସମାଜର ପୃଥକ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଯୋଗଦେଇ ମୋଦି ଗ୍ୟାରେଣ୍ଟିକୁ ଓଡ଼ିଶାକୁ ଆଣିବା ପାଇଁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିଛନ୍ତି ।   

ଏହି ଅବସରରେ ସେ କହିଛନ୍ତି ଯେ ଦେବଗଡ଼ ସହ ମୋର ସମ୍ପର୍କ ବହୁତ ପୁରୁଣା । ଦେବଗଡକୁ ମୁଁ ବହୁତ ପାଖରୁ ଦେଖିଛି । ଏଠାକାର ଗୁରୁଜନ, ମାତୃଶକ୍ତି ଏବଂ ଭାଇ  ଭଉଣୀ ମାନେ ସବୁବେଳେ ମୋତେ ଆଶୀର୍ବାଦ କରି ଆସିଛନ୍ତି । ମୁଁ ଆଜି ଯେଉଁଠି ପହଞ୍ଚିଛି, ଏହି ଅଞ୍ଚଳର ଆଶୀର୍ବାଦରେ ପହଞ୍ଚିଛି । ଦେବଗଡ ପ୍ରତି ମୋର ବିଶେଷ ଆକର୍ଷଣ ଅଛି । ଏହି ସ୍ଥାନକୁ ଆସିଲେ ମୋର ଆତ୍ମବିଶ୍ୱାସ ବଢେ । କୃଷିଭିତ୍ତିକ ଅଞ୍ଚଳ ଦେବଗଡରେ ଚାଷ ଓ ପାଠପଢା ପ୍ରତି ବିଶେଷ ଆସକ୍ତି ସର୍ବଦା ରହିଆସିଛି । ଏବେ ଜିଲ୍ଲାକୁ ନୂଆ ସ୍ତର ପର୍ଯ୍ୟନ୍ତ ନେବାର ସମୟ ଆସିଯାଇଛି । ମୁଁ ଯେଉଁଠି ବି ଥାଏ, ଯେଉଁ ଭୂମିକାରେ ଥାଏ, ସମସ୍ତେ ମିଶି ଦେବଗଡ ଜିଲ୍ଲାର ନୂଆପିଢିକୁ ଆଧୁନିକ ଶିକ୍ଷା ସହ ଯୋଡିବା । ଦେବଗଡକୁ ଜ୍ଞାନ ଓ ଦକ୍ଷତାର ଅତ୍ୟାଧୁନିକ କେନ୍ଦ୍ର ବନାଇବା ପାଇଁ ସମସ୍ତେ ସାମୂହିକ ଦାୟିତ୍ୱ ନେବାକୁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିଛନ୍ତି ।  

କୃଷି ପ୍ରଧାନ ଅଞ୍ଚଳ ଦେବଗଡର ଲୋକଙ୍କ ମୁଖ୍ୟ ଜୀବିକା ଚାଷ । ଦେବଗଡର ବିକାଶ ପାଇଁ ମୋଦୀ ସରକାରଙ୍କ ପାଖରେ ଅର୍ଥର ଅଭାବ ନାହିଁ । ମୋଦୀଜୀ ପ୍ରଧାନମନ୍ତ୍ରୀ ପଦବୀରେ ଥିବା କାରଣରୁ ଦେବଗଡରେ ସଡକପଥର ଉନ୍ନତି ହୋଇଛି । ଲାଇଟର ଉନ୍ନତିକରଣ ହୋଇଛି । ବାରକୋଟକୁ ରେଳପଥ ସଂଯୋଗ କରିବା ପାଇଁ ସର୍ଭେ କାମ ଆରମ୍ଭ ହୋଇଛି । ଏଠାକାର ଅନ୍ନଦାତାଙ୍କ ଉନ୍ନତି ଓ କଲ୍ୟାଣ କରି ସ୍ଥାନୀୟ ଅର୍ଥନୀତିକୁ ମଜଭୂତ୍ କରିବା ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ କହିବା ସହ ସ୍ଥାନୀୟ ଲୋକଙ୍କର ଦାବି ତଥା ମା’ ରଣଚଣ୍ଡୀଙ୍କ ମନ୍ଦିର ତିଆରି କରିବା ପାଇଁ ଉଦ୍ୟମ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ ।  ଏହି ଜିଲ୍ଲା ସ୍ତରୀୟ ଚଷା ସମାଜର ବନ୍ଧ ମିଳନରେ ଯୋଗଦେବା ପରେ ଧାଡ଼ିରେ ଛିଡ଼ା ହେଇ ଚାଷୀ ଭାଇ ଭଉଣୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଭୋଜନ କରିଥିଲେ ।  

ଅଧିକ ପଢନ୍ତୁ ଓଡ଼ିଶା ଖବର

ପଛୁଆ ବର୍ଗ ସମାଜର ବନ୍ଧୁ ମିଳନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଦେଶ ଆଜି ଆଗକୁ ବଢୁଛି ।  ମୋଦୀ ସରକାରରେ ବଞ୍ଚିତ ଓ ପଛୁଆ ବର୍ଗର ଲୋକମାନେ ସଶକ୍ତ ହେଉଛନ୍ତି । ଓଡ଼ିଶାର ଜନଜାତି ନେତ୍ରୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପଦବୀରେ ଅଧିଷ୍ଠିତ ହୋଇଛନ୍ତି । ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାବାସାହେବ ଡକ୍ଟର ଆମ୍ବେଦକରଙ୍କ ପ୍ରତି ସବୁଠୁ ବଡ ଶ୍ରଦ୍ଧାଞ୍ଜଳି । ମୋଦୀ ସରକାରଙ୍କ ଯୋଜନାରେ ଅପେକ୍ଷାରୁ ଅଧିକ ଟଙ୍କା ଓଡ଼ିଶାକୁ ଆସୁଛି । କଂଗ୍ରେସ ସରକାରର ଶେଷ ୧୦ ବର୍ଷରେ ଓଡ଼ିଶାକୁ ମାତ୍ର ୩  ଲକ୍ଷ କୋଟି ଟଙ୍କା ମିଳିଥିବା ବେଳେ ମୋଦୀ ସରକାରରେ ୧୮ ଲକ୍ଷ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମିଳିଛି । ମାତ୍ର ଏଠାରେ ସମ୍ବେଦନହୀନ ସରକାର ଯୋଗୁଁ ବଞ୍ଚିତ ବର୍ଗର ଲୋକମାନେ ମୌଳିକ ସୁବିଧାରୁ ବଞ୍ଚିତ । ଚଳିତ ଥର ଓଡ଼ିଶାବାସୀ ସ୍ୱାଭିମାନର ଲଢେଇ କରିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି