12 ଘଣ୍ଟିଆ କୋଶଲ ମହାବନ୍ଦ, ବରଗଡ଼ରେ ବିପୁଳ ସମର୍ଥନ
by Argus News
Sat, Nov 18 | 8:40 a.m.

ବରଗଡ : କୋଶଲ ରାଜ୍ୟ ମିଳିତ କାର୍ଯ୍ୟାନୁଷ୍ଠାନ କମିଟିର କୋଶଲ ମହାବନ୍ଦ ଡାକରା । ବରଗଡ଼ରେ ବନ୍ଦ ପାଳନର ପ୍ରଭାବ ଦେଖିବାକୁ ମିଳିଛି । ରାସ୍ତାଘାଟ ଶୁନସାନ ଥିବାବେଳେ ସମସ୍ତ ଦୋକାନ ବଜାର ,ସରକାରୀ ବେସରକାରୀ ସ୍କୁଲ,କଲେଜ,ବିଭିନ୍ନ ଅଫିସ ବନ୍ଦ ରହିଛି । ବସଷ୍ଟାଣ୍ଡରେ ବସ ଗୁଡାକ ଅଟକି ରହିଥିବାବେଳେ ଗାଡି ମୋଟର ଚଳାଚଳ ମଧ୍ୟ ବନ୍ଦ ରହିଛି  । ବରଗଡ଼ର ବିଭିନ୍ନ କୋଶଲ ସଂଗଠନର କର୍ମକର୍ତା ମାନେ ସକାଳୁ ସହର ମଧ୍ୟରେ ପିକେଟିଂ କରିବା ସହ ଗାନ୍ଧୀଛକରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସକାଳ ୬ ଟା ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଡାକରାକୁ ବିଭିନ୍ନ ରାଜନୈତିକ ଦଳ ଜିଲ୍ଲା କଂଗ୍ରେସ ଓବିଜେପି ସହ ବିଭିନ୍ନ ସାମାଜିକ ସଂଗଠନ, ଅନୁଷ୍ଠାନ ସମର୍ଥନ ଜଣାଇଛନ୍ତି ।

ଅଧିକ ପଢନ୍ତୁ ଓଡିଶା ଖବର

ସ୍ଵତନ୍ତ୍ର କୋଶଲ ରାଜ୍ୟ ଦାବି ନେଇ ଆଜି ପଶ୍ଚିମ ଓଡିଶା କୋଶଲ ମହାବନ୍ଦ ଡାକରା ଦିଆଯାଇଛି । ବାରମ୍ବାର ରାଜ୍ୟ ସରକାର ପ୍ରତ୍ୟେକ କ୍ଷେତ୍ରରେ ପଶ୍ଚିମ ଓଡିଶାକୁ ଅବହେଳା କରୁଥିବା କୋଶଲ ଆନ୍ଦୋଳନକାରୀ ମାନେ ଅଭିଯୋଗ କରିଛନ୍ତି। କୋଶଲ ରାଜ୍ୟ ହେଲେ ପଶ୍ଚିମ ଓଡ଼ିଶାର ବିକାଶ ହୋଇପାରିବ ସେଥିପାଇଁ କୋଶଲ ରାଜ୍ୟ ଦାବୀ କରିଛନ୍ତି ଆନ୍ଦୋଳନକାରି... ଦାବୀ ପୂରଣ ନହେଲେ ଆଗାମୀ ଦିନରେ ଭୟାବହ ଆନ୍ଦୋଳନ ହେବ ବୋଲି କଡା ଚେତାବନୀ ଦେଇଛନ୍ତି କୋଶଲ ରାଜ୍ୟ କ୍ରିୟାନୁଷ୍ଠାନ କମିଟି.
 

SHREE MANDIR
ଅନ୍ଧାରରେ ଶ୍ରୀମନ୍ଦିର, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ
ଅର୍ଗସ ବ୍ୟୁରୋ : ଅନ୍ଧାରରେ ଶ୍ରୀମନ୍ଦିର । ଅନ୍ଧାରରେ ଶ୍ରଦ୍ଧାଳୁ । ପ୍ରାୟ ୧୫ ମିନିଟ୍ ଲାଇନ୍ କଟିବା ଯୋଗୁଁ ଶ୍ରୀମନ୍ଦିର ଭିତରେ ଅନ୍ଧାର । ପାୱର ଟ୍ରିପ୍ ଯୋଗୁଁ ଅନ୍ଧାର ହୋଇଥିବା ସୂଚନା
AAP LEADER
ମନୀଷ ସିସୋଦିଆଙ୍କ ବିଚାର ବିଭାଗୀୟ ହାଜତ ମେ’ ୨୧ ପର୍ଯ୍ୟନ୍ତ ବୃଦ୍ଧି
ଅର୍ଗସ ବ୍ୟୁରୋ : ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତ ଅବଧି ବୃଦ୍ଧି । ଦିଲ୍ଲୀ ମଦ ଦୁର୍ନୀତି ମାମଲା ମାମଲାରେ ଗିରଫ ସିସୋଦିଆଙ୍କ ଜେଲ୍ ଅବଧି ମେ ୨୧ ଯାଏ ବୃଦ୍ଧି କରିଛନ୍ତି କୋର୍ଟ
BJP
ବିଜେପି ପ୍ରାର୍ଥୀଙ୍କୁ ପଦ୍ମ ଫୁଲରେ ଭୋଟ୍ ଦେବା ପାଇଁ କଲେ ନିବେଦନ
ଅର୍ଗସ ବ୍ୟୁରୋ : ଦେବଗଡ ସମେତ ଓଡ଼ିଶାରେ ରେଳ ଲାଇନ କାମରେ ଜମି ଅଧିଗ୍ରହଣରେ ରାଜ୍ୟ ସରକାର ବାଧକ ସାଜିଛନ୍ତି । ଓଡ଼ିଶାରେ ବିଜେପି ସରକାର ଆସିଲେ ଜମି ଅଧିଗ୍ରହଣ ସମସ୍ୟା ରହିବ ନାହିଁ । ଏଠାର