ଆଜି ଶ୍ରୀବିଗ୍ରହ ମାନଙ୍କର ବନକଲାଗି ନୀତି
by Argus News
Thu, Dec 12 | 7:38 a.m.

ଅର୍ଗସ ବ୍ୟୁରୋ : ଆଜି ଶ୍ରୀବିଗ୍ରହ ମାନଙ୍କର ବନକଲାଗି ନୀତି ହେବ । ଏଣୁ ଦ୍ବୀତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ସନ୍ଧ୍ୟା 6ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ । ଦ୍ବିପହର ଧୂପ ସରିବା ପରେ ଦତ୍ତ ମହାପାତ୍ର ସେବକମାନେ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ। ପରମ୍ପରା ଅନୁଯାୟୀ ଦ୍ବିତୀୟ ଭୋଗମଣ୍ଡପ ନୀତି ପରେ ଭିତରୁ ଜୟବିଜୟ ଦ୍ବାର ବନ୍ଦ କରାଯିବ। ଦତ୍ତ ମହାପାତ୍ର ସେବକ ବିଭିନ୍ନ ପ୍ରାକୃତିକ ରଙ୍ଗ ସହ ଭିତରେ ପ୍ରବେଶ କରିବେ।

ରତ୍ନ ସିଂହାସନ ଉପରକୁ ଯାଇ ସେମାନେ ପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଏବଂ ଚକ୍ରରାଜ ଶ୍ରୀସୁଦର୍ଶନଙ୍କ ଶ୍ରୀମୁଖ ସିଂହାର କରିବେ। ଏହି ନୀତି ଶେଷ ହେବା ପରେ ମହାପ୍ରଭୁଙ୍କୁ ମହାସ୍ନାନ, ବେଶ, ସନ୍ଧ୍ୟା ଆଳତି, ସନ୍ଧ୍ୟା ଧୂପ, ଚନ୍ଦନଲାଗି, ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ ଏବଂ ରାତ୍ର ପହୁଡ଼ କରାଯିବ। ବନକଲାଗି ସମୟରେ ଭକ୍ତମାନେ ଶ୍ରୀମନ୍ଦିରକୁ ଯାଇ ଅନ୍ୟ ଦେବଦେବୀଙ୍କୁ ଦର୍ଶନ କରିପାରିବେ।

ଦୁର୍ବୃତ୍ତ
50m ago
ବିଳମ୍ବିତ ରାତିରେ ଗର୍ଭବତୀଙ୍କୁ ହତ୍ୟା କଲେ ଦୁର୍ବୃତ୍ତ
ଅର୍ଗସ ବ୍ୟୁରୋ : ଗର୍ଭବତୀଙ୍କୁ ହତ୍ୟା କଲେ ଲୁଟେରା । ବିଳମ୍ବିତ ରାତିରେ ଲୁଟ୍ ପାଇଁ ଆସି ହତ୍ୟା କଲେ ଦୁର୍ବୃତ୍ତ । ଟିକାୟତପାଲି ଥାନା ଅନ୍ତର୍ଗତ ଝିର୍ଡାପଲିରେ ଘଟିଛି ଅଘଟଣ
ବୋରୱେଲ
ଆଖି ବୁଜିଲା ଗାତରେ ପଡ଼ିଥିବା ୫ ବର୍ଷର ନାବାଳକ
ଅର୍ଗସ ବ୍ୟୁରୋ : ଆଖି ବୁଜିଲା ଗାତରେ ପଡ଼ିଥିବା ୫ ବର୍ଷର ନାବାଳକ । ଜୀବନ ଯୁଦ୍ଧରେ ହାରିଗଲା ଆର୍ଯ୍ୟାନ । ୫୭ ଘଣ୍ଟାର ଅପରେସନ୍ ପରେ ବି ବଞ୍ଚାଇ ହେଲାନି ୫ ବର୍ଷର ନାବାଳକକୁ ।
ସୋସିଆଲ୍ ମିଡିଆ
କିଛି ସମୟ ପାଇଁ ବନ୍ଦ ହୋଇଗଲା ଫେସବୁକ୍, ହ୍ବାଟ୍ସଆପ୍ ଓ ଇନଷ୍ଟାଗ୍ରାମ
ଅର୍ଗସ ବ୍ୟୁରୋ : ସୋସିଆଲ୍ ମିଡିଆ ସର୍ଭର ଡାଉନ୍ । କିଛି ସମୟ ପାଇଁ ବନ୍ଦ ହୋଇଗଲା ଫେସବୁକ୍, ହ୍ବାଟ୍ସଆପ୍ ଓ ଇନଷ୍ଟାଗ୍ରାମ। ଗୁରୁବାର ରାତି ପ୍ରାୟ ସାଢେ 12ଟା ସମୟରେ ଦେଶର ବିଭିନ୍
ବହି
ବହି ପ୍ରେମରେ ବିଶ୍ବନାଥ, ସାଇତିଛନ୍ତି ୨୨ ହଜାରରୁ ଅଧିକ ବହି
ଅର୍ଗସ ବ୍ୟୁରୋ : ଇଣ୍ଟରନେଟ ଯୁଗରେ ବହି ପାଲଟିଛି ଅଦରକାରୀ । ଦୈନନ୍ଦିନ ଜୀବନରେ ମଣିଷ ଠାରୁ ପୁସ୍ତକ ଅଲଗା ହେବାକୁ ବସିଥିବା ବେଳେ ଭଦ୍ରକ ଜିଲ୍ଲା ବାସୁଦେବପୁର ଅଂଚଳର ୫୦ବର୍ଷ ବୟସ୍କ ବିକା
ମାଣବସା ଶେଷ ଗୁରୁବାର
ଆଜି ମାଣବସା ଶେଷ ଗୁରୁବାର , ଦେବୀ ମା’ ଲକ୍ଷ୍ମୀଙ୍କ ଚାଲିଛି ପୂଜାର୍ଚ୍ଚନା
ଅର୍ଗସ ବ୍ୟୁରୋ : ଆଜି ମାଣବସା ଶେଷ ଗୁରୁବାର। ଉତ୍ସବମୁଖର ହୋଇଛି ଓଡ଼ିଶାର ଗାଁରୁ ସହର। ଆଜିର ଦିନରେ ଘରେ ଘରେ ଧାନ ମେଣ୍ଟାକୁ ସୁସଜ୍ଜିତ କରି ଧନଧାନ୍ୟର ଦେବୀ ମା’ ଲକ୍ଷ୍ମୀଙ୍କୁ ପୂଜ