ଆଜି ମହାବିଷୁବ ସଂକ୍ରାନ୍ତି ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି
by Argus News
Sun, Apr 14 | 7:04 p.m.

ଅର୍ଗସ ବ୍ୟୁରୋ: ଆଜି ମହାବିଷୁବ ସଂକ୍ରାନ୍ତି ଆଉ ହନୁମାନ ଜୟନ୍ତୀ ଅବସରରେ ସଜ ଫୁଲରେ ସଜେଇ ହୋଇଛି ଶ୍ରୀମନ୍ଦିର। ଆଉ ଚାଲିଛି ମହାପ୍ରଭୁଙ୍କ ନିକଟରେ ସ୍ୱତନ୍ତ୍ର ନୀତିକାନ୍ତି। ସକାଳ ଧୁପ ପରେ ଦକ୍ଷିଣୀ ଘରୁ ଶ୍ରୀହନୁମାନ ମହାପ୍ରଭୁଙ୍କ ନିକଟରୁ ଆଜ୍ଞାମାଳ ପ୍ରାପ୍ତ ହେବାପରେ ବିମାନରେ ଶ୍ରୀମନ୍ଦିରର ପୂର୍ବଦ୍ୱାରରେ ଥିବା ହନୁମାନଙ୍କ ନିକଟକୁ ନିଆଯାଇ ପୂଜାର୍ଚ୍ଚନା କରାଯାଇଛି।

ତାପରେ ଜଗନ୍ନାଥ ବଲ୍ଲଭ ମଠ ଓ ଦରିଆ  ମହାବୀରଙ୍କ ନିକଟକୁ ବିଜେ କରିଛନ୍ତି ହନୁମାନ। 
ସେପଟେ ଆଜିଠାରୁ ଶ୍ରୀମନ୍ଦିରରେ ଅଣହିନ୍ଦୁ ମାନଙ୍କ ପ୍ରବେଶ ରୋକିବାକୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପାରମ୍ପରିକ ପ୍ରତିହାରୀ ସେବା ତଥା ପ୍ରତିହାରୀ ସେବକ ମାନଙ୍କୁ ସକାଳେ ଓ ସନ୍ଧ୍ୟାବେଳେ ଦୁଇଦୁଇ ଜଣଙ୍କୁ ନିୟୋଜିତ କରାଯାଇଥିବାବେଳେ ଆଗକୁ ଚାରିଦୁଆରରେ ପ୍ରତିହାରୀ ସେବକ ନିୟୋଜିତ ହେବେ ବୋଲି କହିଛନ୍ତି ପ୍ରତିହାରୀ ସେବାୟତ ମାଧବ ମହାପାତ୍ର। ଅନ୍ୟପଟେ ଆଜି ମଧ୍ୟ ଓଡିଆ ନବବର୍ଷ ଉପଲକ୍ଷେ ଲକ୍ଷାଧିକ ଭକ୍ତ ଶ୍ରୀମନ୍ଦିର ଯାଇ ରତ୍ନସିଂହାସନରେ ମହାପ୍ରଭୁଙ୍କ ଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିଛନ୍ତି। 

ଆଜି  ଶ୍ରୀକ୍ଷେତ୍ରର ୫୦ରୁ ଉର୍ଦ୍ଧ୍ବ ଜାଗା ଆଖଡାରେ ରହିଛି ନିଆରା ପରମ୍ପରା। ସେବାୟତ ଘରର ଭେଣ୍ଢିଆ ମାନେ ନୂଆଲୁଗା ପିନ୍ଧି ଆଜିଠାରୁ କୁସ୍ତି ଅଭ୍ୟାସ ଆରମ୍ଭ କରିଥାନ୍ତି। ସକାଳୁ ସକାଳୁ ଜାଗାରେ ପହଞ୍ଚି ମହାବୀରଙ୍କ ଠାରୁ ଆଶିର୍ବାଦ ନେଇ କାଛିଆ ପିନ୍ଧି ବାଲିରେ କୁସ୍ତି ଆରମ୍ଭ କରିଦିଅନ୍ତି। ଏଭଳି ପରମ୍ପରା ବହୁ ପୁରାତନ କାଳରୁ ରହିଆସିଛି। 

ଶ୍ରୀମନ୍ଦିରକୁ ବିଦେଶୀ ଶତ୍ରୁକବଳରୁ ରକ୍ଷା କରିବା ପାଇଁ ସେବାୟତ ଭେଣ୍ଡିଆ ମାନେ ଆଗକୁ ଆସିଥିଲେ। ଜାଗାଆଖଡା କରି ସେଠାରେ ମଲ୍ଲଯୋଦ୍ଧା ଶିକ୍ଷା ଆରମ୍ଭ କରିଦେଇଥିଲେ। ମହାବୀର ଜୟନ୍ତୀରୁ ଆରମ୍ଭ ହେଉଥିଲା ସେମାନଙ୍କର କୁସ୍ତି ଅଭ୍ୟାସ। ଖାଲି ଭେଣ୍ଡିଆ ନୁହଁନ୍ତି ଖଡିଛୁଆଁ ଭଳି ସେବାୟତଙ୍କ ଶିଶୁମାନେ ହନୁମାନ ଜୟନ୍ତୀରୁ କୁସ୍ତି ଶିକ୍ଷାର ଆରମ୍ଭ କରିଥାନ୍ତି। ହନୁମାନଙ୍କ ନିକଟରେ ନୂଆ କାଛିଆ ପୂଜା କରିବା ପରେ ସେହି କାଛିଆକୁ ପିନ୍ଧି ପ୍ରଭୁଙ୍କ ଠାରୁ ଆଶୀର୍ବାଦ ନେଇ କୁସ୍ତିରେ ଯୋଗ ଦିଅନ୍ତି। ଆଉ ସେହି ଯାଗାରେ କୁସ୍ତି କରିବା ପରେ ଭାଙ୍ଗପଣାର ଆସର ଜମିଥାଏ। ସେପଟେ ଆଜିଠାରୁ ମଧ୍ୟ ବିଶ୍ୱ ବ୍ରହ୍ମାଣ୍ଡରେ ନୂତନ ପଞ୍ଜିକା ପ୍ରଚଳନ ଆରମ୍ଭ ହୋଇଥାଏ ବୋଲି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ମତ ଦେଇଛନ୍ତି।
ଓଡିଆ ନବବର୍ଷ ସାଙ୍ଗକୁ  ହନୁମାନ ଜୟନ୍ତୀ ଥିବାରୁ  ଶ୍ରୀମନ୍ଦିରରେ ରହିଛି ଭକ୍ତଙ୍କ ନାହିଁ ନଥିବା ଭିଡ। ତେବେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା।

ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର 
 

ADR REPORT
8m ago
ଆସିଲା ଏଡିଆର୍ ରିପୋର୍ଟ; ୮୬ ଜଣଙ୍କ ନାମରେ ରହିଛି ଗୁରୁତର ଅପରାଧ ମାମଲା
ଭୁବନେଶ୍ୱର: ଆସିଲା ଏଡିଆର୍ ରିପୋର୍ଟ । ଓଡ଼ିଶାରେ ତୃତୀୟ ପର୍ଯ୍ୟାୟରେ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୩୮୩ ଜଣ ବିଧାୟକ ପ୍ରାର୍ଥୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ୩୮୧ ଜ
24 ELECTION
ଆସନ୍ତା ସୋମବାର ଦିନ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ
ଅର୍ଗସ ବ୍ୟୁରୋ : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ । ଆସନ୍ତା ସୋମବାର ଦିନ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ୫ଟି ସଂସଦୀୟ କ୍ଷେତ୍ରର ୩୫ଟି ନିର୍ବାଚନ ମଣ୍ଡଳୀର
ARVIND KEJRIWAL
ଆପ୍ ସାଂସଦ ସ୍ବାତୀ ମାଲିଓ୍ବାଲ ଦୁର୍ବ୍ୟବହାର ମାମଲାରେ କାର୍ଯ୍ୟାନୁଷ୍ଠାନ
ଅର୍ଗସ ବ୍ୟୁରୋ : ଆପ୍ ସାଂସଦ ସ୍ବାତୀ ମାଲିଓ୍ବାଲ ଦୁର୍ବ୍ୟବହାର ମାମଲାରେ କାର୍ଯ୍ୟାନୁଷ୍ଠାନ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କୁ ଗିର