ଆଜି ହେଉଛି ପବିତ୍ର ମହାଳୟା ଅମାବାସ୍ୟା
by Argus News
Wed, Oct 02 | 7:39 a.m.

ଅର୍ଗସ ବ୍ୟୁରୋ :  ଆଜି ହେଉଛି ପବିତ୍ର ମହାଳୟା ଅମାବାସ୍ୟା । ଆଶ୍ବିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ୧୫ ଦିନକୁ ପିତୃପକ୍ଷ ଭାବେ ପାଳନ କରାଯାଇଥାଏ । ଏହି ପନ୍ଦର ଦିନ ମଧ୍ୟରେ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଦେଇନଥାନ୍ତି ମହାଳୟା ଅମାବାସ୍ୟା ଦିନ ତିଳତର୍ପଣ କରିଥାନ୍ତି । କିଏ ଶ୍ରୀମନ୍ଦିର ବାଇଶି ପାହାଚରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣ କରିଥାଏ ତ ଆଉ କିଏ ମହୋଦଧି ଓ ପଞ୍ଚତୀର୍ଥ ପୁଷ୍କରିଣୀରେ ତର୍ପଣ କରିଥାନ୍ତି । ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ ପାଇଁ ଲୋକମାନେ ଶ୍ରୀକ୍ଷେତ୍ରକୁ ବାଛିଥାନ୍ତି । ତେଣୁ ଆଜି ତିଳତର୍ପଣ ପାଇଁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା ।

ଅଧିକ ପଢନ୍ତୁ : ସାର୍ବଜନୀନ ହେଲା ଭଟ୍ଟାରିକା ମା'ଙ୍କ ସୁନା ଓ ରୁପା ଅଳଙ୍କାର

ସେପଟେ ଆଜି ମହାଳୟାରେ ଧବଳମୁଖି ବେଶରେ ଦର୍ଶନ ଦେବେ ମାଁ ସମଲେଶ୍ବରୀ । ପଶ୍ଚିମ ଓଡିଶାର ଇଷ୍ଟଦେବୀ ଶକ୍ତି ସ୍ବରୁପା ମାଁ ସମଲେଶ୍ବରୀ ବର୍ଷ ତମାମ ସିନ୍ଦୁର ବର୍ଣ୍ଣରେ ଭକ୍ତଙ୍କୁ ଦର୍ଶନ ଦେଉଥିବା ବେଳେ ପବିତ୍ର ମହାଳୟା ଦିନ ମାଁଙ୍କର କରାଯାଇଥାଏ ଧବଳମୁଖି ବେଶ । ବିଶ୍ବାସ ରହିଛି ଏହି ବେଶ ଦର୍ଶନ କଲେ ଗଙ୍ଗା ଦର୍ଶନ ସହ ସମାନ ପୂଣ୍ୟ ମିଳେ । ତେଣୁ ଆଜି ମାଁଙ୍କ ଦର୍ଶନ ଲାଗି ରାଜ୍ୟ ତଥା ରାଜ୍ୟ ବାହାରରୁ ସମଲେଶ୍ବରୀ ମନ୍ଦିରକୁ ଛୁଟିବ ଲୋକଙ୍କ ଭିଡ଼ । ଏହାକୁ ଦୃଷ୍ଟିରେ ରଖି ମାଁଙ୍କ ବେଶ ଦର୍ଶନ ପାଇଁ ଗାଇଡ ଲାଇନ ମଧ୍ୟ ଜାରି କରାଯାଇଛି ।


 

VILLAGE
7m ago
ମୌଳିକ ସୁବିଧାରୁ ବଞ୍ଚିତ କିମ୍ବାଝୁଲା ଓ ଡ଼େରିଙ୍ଗାଗୁଡା
ଅର୍ଗସ ବ୍ୟୁରୋ: ନା ଅଛି ପକ୍କା ରାସ୍ତାର ସୁବିଧା ନା ମୁଣ୍ଡ ଉପରେ ଅଛି ପକ୍କା ଘରର ବ୍ୟବସ୍ଥା। ସରକାରୀ ଯୋଜନା ଏଠି ଉପହାସ । ରାୟଗଡା ପଦ୍ମପୁର ବ୍ଳକ ନାଇରା ପଂଚାୟତ କିମ୍ବାଝୁଲ
ସୂରଜ ସୂର୍ଯ୍ୟବଂଶୀ
9m ago
କଥା ଦେଇଥିଲେ ମୁଖ୍ୟମନ୍ତ୍ରୀ, ସରଜମିନ ତଦନ୍ତ କଲେ ସୂରଜ ସୂର୍ଯ୍ୟବଂଶୀ
କେନ୍ଦୁଝର: କେନ୍ଦୁଝରରେ ହେବ ବିଶ୍ୱସ୍ତରୀୟ ଷ୍ଟାଡିୟମ । ଆଜି ରାଜ୍ୟ କ୍ରୀଡା ମନ୍ତ୍ରୀ ସୁର୍ଯ୍ୟବଂଶୀ ସୁରଜ କେନ୍ଦୁଝର ଆସି ସଦର ବ୍ଳକ ରାଙ୍କିଠାରେ ପ୍ରସ୍ତାବିତ ଷ୍ଟାଡ଼ିୟମର ସର ଜମିନ ତଦନ୍
କୋଲକାତା ଲଜ୍ଜା
15m ago
କାର୍ଯ୍ୟବନ୍ଦ ଆନ୍ଦୋଳନକୁ ପୁଣି ଓହ୍ଲାଇଲେ ଜୁନିୟର ଡାକ୍ତର,ବଢିଲା ଦିଦିଙ୍କ ଟେନସନ
ଅର୍ଗସ ବ୍ୟୁରୋ:ମମତାଙ୍କୁ ଦିଶୁନି ବୁଦ୍ଧିବାଟ,ପୁଣି କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଜୁନିୟର ଡାକ୍ତର,କିଛି ଦିନର ବିରାମ ପରେ ଆରମ୍ଭ ହୋଇଛି ନ୍ୟାୟ ପାଇଁ ଲଢେଇ,ସରୁନି ଲୁଚକାଳି ଖେଳ