ଦେଶବାସୀଙ୍କ ଉଦ୍ଦେଶ୍ୟରେ  ସ୍ତମ୍ଭ ଲେଖିଲେ ପିଏମ ମୋଦି
by Argus News
Thu, Nov 30 | 12:40 p.m.

ନୂଆଦିଲ୍ଲୀ:  ଭାରତ ଜି-୨୦ ଅଧ୍ୟକ୍ଷତା ଗ୍ରହଣ କରିବାକୁ ଆଜି ପୂରିଛି ୩୬୫ ଦିନ। ଏହି ଅବସରରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ସ୍ତମ୍ଭ ଲେଖିଛନ୍ତି ପିଏମ ମୋଦି। ‘ବସୁଧୈବ କୁଟୁମ୍ବକମ୍’- ‘ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ’ର ଭାବନାକୁ ପ୍ରତିଫଳିତ କରିବା, ସଂକଳ୍ପବଦ୍ଧ ହେବା ଏବଂ ଏହାକୁ ପୁନର୍ଜୀବିତ କରିବା ପାଇଁ ବର୍ତ୍ତମାନ ଉପଯୁକ୍ତ ମୁହୂର୍ତ୍ତ ଆସିଥିବା ମୋଦି ଲେଖିଛନ୍ତି। ଏହି ଦାୟିତ୍ବ ଗ୍ରହଣ କରିବା ସମୟରେ ସମଗ୍ର ବିଶ୍ୱ ବହୁମୁଖୀ ଆହ୍ୱାନର ସମ୍ମୁଖୀନ ହୋଇଥିଲା।

କୋଭିଡ୍-୧୯ ମହାମାରୀରୁ ପୁନରୁଦ୍ଧାର, ଜଳବାୟୁ ବିପଦ, ଆର୍ଥିକ ଅସ୍ଥିରତା ଏବଂ ବିକାଶଶୀଳ ରାଷ୍ଟ୍ରମାନଙ୍କରେ ଋଣ ସଙ୍କଟ ସହିତ ହ୍ରାସ ପାଉଥିବା ବହୁପକ୍ଷବାଦ ଚିନ୍ତାର କାରଣ ପାଲଟିଥିଲା। ସଂଘର୍ଷ ଓ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ବିକାଶ ପାଇଁ ସହଯୋଗ ପ୍ରଭାବିତ ହୋଇଛି। ପ୍ରଗତିରେ ବାଧା ସୃଷ୍ଟି ହୋଇଛି। ଜି-୨୦ ଅଧ୍ୟକ୍ଷତା ଗ୍ରହଣ କରି ଭାରତ ବିଶ୍ୱକୁ ସ୍ଥିତାବସ୍ଥାର ବିକଳ୍ପ ପ୍ରଦାନ କରିବାକୁ ଚାହୁଁଥିଲା। ଯାହା ଜିଡିପି-କେନ୍ଦ୍ରିତ ଆଭିମୁଖ୍ୟରୁ ମାନବ-କେନ୍ଦ୍ରିତ ପ୍ରଗତିକୁ ପରିବର୍ତ୍ତିତ ହୋଇଥିବା ଲେଖିଛନ୍ତି ପିଏମ ମୋଦି। କେଉଁ ସବୁ କାରଣ ଆମକୁ ବିଭାଜିତ କରୁଛି ତାହା ବଦଳରେ ଆମକୁ କେଉଁ କାରଣ ଏକାଠି କରିଥାଏ ତାହା ବିଶ୍ୱକୁ ମନେ ପକାଇବାକୁ ଭାରତ ଲକ୍ଷ୍ୟ ରଖିଥିବା ସେ ଉଲ୍ଲେଖ କରିଛନ୍ତି।
ଅଧିକ ପଢନ୍ତୁ ଭାରତ ଖବର 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ