ଆଜି ବିହାରରେ ନୀତିଶ କୁମାରଙ୍କ ଶକ୍ତି ପରୀକ୍ଷା
by Argus News
Mon, Feb 12 | 7:16 a.m.

ଅର୍ଗସ ବ୍ୟୁରୋ : ଆଜି ବିହାର ବିଧାନସଭାରେ ନୀତୀଶ କୁମାରଙ୍କ ହେବ ଶକ୍ତି ପରୀକ୍ଷା। କିନ୍ତୁ ଏହା ପୂର୍ବରୁ ବିହାରରେ ରାଜନୈତିକ ଅସ୍ଥିରତା ଜାରି ରହିଛି। ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଫ୍ଲୋର ଟେଷ୍ଟରେ ବିଜୟୀ ହେବା ନେଇ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସୀ ଥିବା ବେଳେ ବିରୋଧୀ ଶିବିରରେ ଜାରି ରହିଛି ହଲଚଲ। ପ୍ରଥମେ କଂଗ୍ରେସ ବିଧାୟକମାନଙ୍କୁ ହାଇଦ୍ରାବାଦ ପଠାଯାଇଥିଲା ଏବଂ ବର୍ତ୍ତମାନ ଆରଜେଡି ବିଧାୟକମାନଙ୍କୁ ତେଜସ୍ୱୀ ଯାଦବଙ୍କ ଘରେ ବ୍ୟାରିକେଡ୍ କରାଯାଇଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୋମବାର ବିଧାନସଭାରେ ଆସ୍ଥା ଭୋଟ ଲୋଡ଼ିବାକୁ ଥିବାବେଳେ ସପ୍ତାହେ ହେଲା ତେଲଙ୍ଗାନାରେ ରହିଥିବା କଂଗ୍ରେସ ବିଧାୟକ ରବିବାର ପାଟନା ଫେରିଛନ୍ତି। ସେଠାରୁ ସେମାନେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ନେତା ତେଜସ୍ବୀ ଯାଦବଙ୍କ ବାସଭବନକୁ ଯାଇଛନ୍ତି।

ଅଧିକ ପଢନ୍ତୁ : ଉତ୍ତରପ୍ରଦେଶ: 7 ଲକ୍ଷ 36 ହଜାର କୋଟିର ବଜେଟ୍ ଐତିହାସିକ ବଜେଟ୍

ସେମାନେ ତେଜସ୍ବୀଙ୍କ ଘରେ ସୋମବାର ପର୍ଯ୍ୟନ୍ତ ରହିବା ବ୍ୟବସ୍ଥା ହୋଇଛି। ଜେଡିୟୁ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ନୀତୀଶ ମହାମେଣ୍ଟରୁ ଓହରି ଭାଜପା ନେତୃତ୍ୱାଧୀନ ଏନ୍‌ଡିଏକୁ ଫେରି ନୂଆ ସରକାର ଗଢ଼ିବା ପରେ ଆସ୍ଥାଭୋଟ ଆବଶ୍ୟକ ହୋଇଛି। ୨୪୩ ଆସନ ବିଶିଷ୍ଟ ବିଧାନସଭାରେ ଏନ୍‌ଡିଏର ୧୨୮ ବିଧାୟକ ରହିଥିବାରୁ ସେମାନେ ସୁବିଧାରେ ଆସ୍ଥାଭୋଟ ଜିତିଯିବେ। ତେବେ ଟ୍ରଷ୍ଟ ଭୋଟ ପୂର୍ବରୁ ବିଭାଜନ ଆଶଙ୍କାରେ କଂଗ୍ରେସର ୧୯ ବିଧାୟକ ତେଲଙ୍ଗାନାରେ ରହିଥିଲେ।

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ