ଆଜିର ରାଶିଫଳ, ଖୁବ ଶୀଘ୍ର ବଦଳିବ ଏହି ରାଶିର ଭାଗ୍ୟ
by Argus News
Sat, Feb 10 | 10:20 a.m.

୧୦.ଶନିବାର
ମେଷ-
ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇଯିବ । ସାମାଜିକ ସ୍ତରରେ ପ୍ରଂଶସିତ ହୋଇପାରନ୍ତି । କୈାଣସି କାମରେ ବିଶେଷ ଜ୍ଞାନ ହାସଲ କରିବେ । ଶତୃମାନେ ଆପଣଙ୍କୁ ମାଲିମକଦ୍ଦମାରେ ପକାଇ ଖର୍ଚ୍ଚାନ୍ତ କରିପାରନ୍ତି । ରାଜନୀତିରେ ଥିବା ବ୍ୟକ୍ତି ମାନେ ସଫଳତା ପାଇବ
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର -  ନୃସିଂହଙ୍କର ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ 
ବୃଷ-
ସ୍ୱାସ୍ଥ୍ୟରେ ଉନ୍ନତି ହେବ । ପୂର୍ବସମସ୍ୟା ସମାଧାନ ହୋଇ ବ୍ୟବସାୟ ବିସ୍ତାର କରିବାକୁ ଯୋଜନା କରି ପାରିବେ ।ଅଫିସ୍ କାମକୁ ଠିକ୍ ସମୟରେ ଶେଷ କରିବା ପାଇଁ ଚେଷ୍ଟା କରିବେ।  ସଂଘର୍ଷ କରି ବିଜୟ ଲାଭ ପାଇବେ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରନ୍ତୁ
ମିଥୁନ-
ବ୍ୟବସାୟ କ୍ଷେତ୍ରରେ ଆଶାତୀତ ଲାଭ ପାଇବେ । ବିଦେଶୀ ବନ୍ଧୁଙ୍କ ଦ୍ୱାରା ଅଧିକ ଉପକୃତ ହେବେ । କୈାଣସି ମୂଲ୍ୟବାନ ଦ୍ରବ୍ୟ ଘରକୁ ଆଣିବେ । କୌଣସି ପୋଗ୍ରାମରେ ଗୀତ ଗାଇବା ପାଇଁ  ସୁଯୋଗ ମିଳିପାରେ
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ମା ତ୍ରିପୁରା ସୁନ୍ଦରୀଙ୍କ ମନ୍ତ୍ର ପାଠ କରନ୍ତୁ
କର୍କଟ-
ପଛ କଥା ପଛରେ ପକାଇ ଏହି ସମୟର ସଦୁପଯୋଗ କରିପାରିଲେ ଭଲ । ବିଭିନ୍ନ ଅନୁଷ୍ଠାନ ସଂଗଠନ କ୍ଷେତ୍ରରେ ନିଜକୁ ସାମିଲ କରି ନିଜର ଦକ୍ଷତା ପ୍ରତିପାଦିତ କରିବେ । ଶିକ୍ଷାର୍ଥୀ ମାନଙ୍କ ପାଇଁ ଅଧ୍ୟୟନରେ ଆଗ୍ରହ ବଢିବ । ଖେଳାଳି ମାନେ ଉତମ ପ୍ରଦର୍ଶନ କରି ସମୀକ୍ଷକଙ୍କ ପ୍ରଂଶସା ଭାଜନ ହେବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ବରଗଛ ମୂଳରେ କିଛି କ୍ଷୀର ଢାଳି ଦିନଟି ଆରମ୍ଭ କରନ୍ତୁ
ସିଂହ-
ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ବ୍ୟବସାୟକୁ ଆଗକୁ ନେବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । ମାଲିମକଦ୍ଦମା ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ । ଅଫିସ୍ରେ ସମସ୍ତେ ଆପଣଙ୍କୁ ସହଯୋଗ କରିବେ
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ମାତଙ୍ଗୀଙ୍କର ପୂଜାର୍ଚ୍ଚନା କରନ୍ତୁ
କନ୍ୟା-
ସମାଜ ସେବାରେ ଉଲ୍ଲେଖନୀୟ ସଫଳତା ଲାଭ କରିବେ ।  ଆୟନ ଛାତ୍ରଙ୍କ ପାଇଁ ଦିନଟି ଭଲ ରହିବ । ରାସ୍ତାଘାଟରେ ଯଥେଷ୍ଟ ସତର୍କତା ହୋଇ ଚଳିବା ଉଚିତ୍ । ମାଲିମକନ୍ଦମାରେ ସାମାନ୍ୟ ସଫଳତା ମିଳିବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ଶ୍ରୀ ବିଷ୍ଣଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ  
ତୁଳା-
ବ୍ୟବସାୟରେ କମ୍ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତି ହେବ । ସହଯୋଗୀ ମାନଙ୍କ ଯୋଗୁ କର୍ମକ୍ଷେତ୍ରରେ ଭଲ କରିବେ । ଜମିଜମା ଜନିତ କ୍ରୟ,ବିକ୍ରୟରୁ ଲାଭ କମାଇ ପାରିବେ । ଘରର ସୀମା ବା ସଂପତିକୁ ନେଇ ଆକସ୍ମିକ କଳହ ଲାଗିପାରେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – କମଳାଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ବିଛା-
ବ୍ୟବସାୟୀ ମାନଙ୍କୁ  ବ୍ୟବସାୟରେ ଲାଭଜନକ ହେବ । ଅର୍ଥ ସମ୍ମାନର ଅଭାବ ରହିବ ନାହିଁ । ରହୁଥିବା ସ୍ଥାନ ପରିବର୍ତନ କରିପାରନ୍ତି । ସମାଜ କଲ୍ୟାଣ, ମନ୍ଦିର ମାନଙ୍କରେ ଯୋଗଦାନ କରି ପ୍ରଂଶସିତ ହେବେ । ମହିଳା ମାନେ ବୁଦ୍ଧି ଖଟାଇ ପରିସି୍ଥତିକୁ ସୁଧାରି ନେବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ଭୋକିଲା ଲୋକଙ୍କୁ ଖାଇବାକୁ ଦିଅନ୍ତୁ
ଧନୁ-
କାର୍ଯ୍ୟ କ୍ଷେତ୍ରରେ ସୁଖ ଶାନ୍ତି ବୃଦ୍ଧି ହେବା ସହ ଉଚ୍ଚ ସମ୍ଭାବନାର ଆଶା ପାଇବେ । ରାଜନୈତିକ ସ୍ତରରେ ପ୍ରଂଶସିତ ହେବେ । ନିଜ ପାଇଁ କିଛି ବାସୋପଯୋଗି ଭୂମି ବା ଘର କ୍ରୟ କରିପାରନ୍ତି । ଛାତ୍ରଛାତ୍ରୀ ମାନଙ୍କର ଧାର୍ମିକ ସାହିତ୍ୟ ପଢିବା ପାଇଁ ରୁଚି ବୃଦ୍ଧି ହେବ 
ଶୁଭ ରଙ୍ଗ - ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ବୃହସ୍ପତିଙ୍କର ପୂଜାର୍ଚ୍ଚନା କରନ୍ତୁ
ମକର-
ପାରିବାରିକ କ୍ଷେତ୍ର ଶୃଙ୍ଖଳିତ ରହିବା ସଙ୍ଗକୁ ଅର୍ଥଲାଭ ହୋଇପାରେ । କର୍ମକ୍ଷେତ୍ରରେ ବନ୍ଧୁଙ୍କ ପ୍ରତିଶ୍ରୁତି ପାଇ ଆସ୍ୱସ୍ତି ଅନୁଭବ କରିବେ । ଚାକିରୀ ଖୋଜୁଥିବା ବ୍ୟକ୍ତିମାନଙ୍କୁ ନିଜର ଚେଷ୍ଟା ଓ ପରିଶ୍ରମର ପରିମାଣ ମିଳିବ । ପୂର୍ବରୁ ଚାଲୁଥିବା ଆଇନଗତ ଲଢେଇରେ ବିଜୟ ଲାଭ କରିବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଦକ୍ଷିଣକାଳିଙ୍କୁ ପୂଜା କରନ୍ତୁ
କୁମ୍ଭ-
ରାଜନିତିରେ ପଦମର୍ଯ୍ୟଦା  ବୃଦ୍ଧି ପାଇବ । ବନ୍ଧୁଙ୍କ ନିକଟରୁ ଆଶା କରୁଥିବା ଶୁଭ ଖବର ଶୁଣି ଖୁସି ହେବେ । ଜମିଜମା ବିବାଦ ଜଟିଳ ହୋଇପାରେ । ଛୋଟବଡ ବିବାଦକୁ ଛାଡିଦେଲେ ସବୁ ଦୃଷ୍ଟିରୁ ଆପଣଙ୍କ ପାଇଁ ଅନୁକୂଳ ରହିବ
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – କଳା ରାଶି କୁ ପିମ୍ପୁଡିକୁ ଖାଇବାକୁ  ଦିଅନ୍ତୁ
ମୀନ-
ନିର୍ଦ୍ଧାରିତ ସମୟ ମଧ୍ୟରେ କାମ କରନ୍ତୁ ଆପଣଙ୍କୁ ଲାଭ ମିଳିବ । ନୂଆ କାମ କରିବାକୁ ଆଗ୍ରହୀ ଥିଲେ ବରିଷ୍ଠଙ୍କ ପରାମର୍ଶ ନିଅନ୍ତୁ । ସରକାରୀ କ୍ଷେତ୍ରରେ ଲାଭବାନ ହେବେ । ସାମାଜିକ ସ୍ତରରେ ଛୋଟ ଘଟଣା ପ୍ରତି ଗୁରୁତ୍ୱଦେଲେ କ୍ଷତିରେ ପଡିବେ ।     
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଧର୍ମ ସ୍ଥାନରେ ଡାଲି , ଚାଉଳ ଦିଅନ୍ତୁ

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ