କଟକ ବାଲିଯାତ୍ରାରେ ଜଳକ୍ରୀଡ଼ାର ମଜା ନେଉଛନ୍ତି ପର୍ଯ୍ୟଟକ
by Argus News
Mon, Dec 04 | 4:21 p.m.

ଅର୍ଗସ ବ୍ୟୁରୋ: କଟକ ଐତିହାସିକ ବାଲିଯାତ୍ରା ବୁଲିବାକୁ ଲକ୍ଷାଧିକ ଲୋକ ଆସୁଛନ୍ତି। ରାଜ୍ୟ ତଥା ରାଜ୍ୟ ବାହାରୁ ବି ଆସୁଛନ୍ତି ବହୁ ପର୍ଯ୍ୟଟକ। ଏଥର ବାଲିଯାତ୍ରା ଉଚ୍ଚକୋଟୀର ଆୟୋଜନ ନେଇ କଟକ ଜିଲ୍ଲା ପ୍ରଶାସନ କରିଛି ବ୍ୟାପକ ବ୍ୟବସ୍ଥା। ସ୍ଥଳ ଭାଗ ସହ ଜଳ ଭାଗରେ ବୁଲାବୁଲି କରିବାର ମଜା ନେଉଛନ୍ତି ଲୋକେ। ମହାନଦୀର ନୀଳ ଜଳରାଶିରେ ବୋଟିଂ ସହ ୱାଟର ସ୍ପୋର୍ଟସର ମଜା ଓ ମହାନଦୀର ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି ଲୋକେ।

ବାଲିଯାତ୍ରାରେ ମେଳା ବୁଲା ସହ କିଣାବିକା ଚାଲିଛି। ଖାଲି ସେତିକି ନୁହେଁ ମହାନଦୀରେ ଜଳକ୍ରୀଡ଼ାର ବି ମଜା ନେଉଛନ୍ତି ପର୍ଯ୍ୟଟକ। କଳିଙ୍ଗ ଡ୍ରାଇଭର୍ସ ପ୍ରାଇଭେଟ ଲିମିଟେଡ଼ , ସିମ୍ପଲ ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ମିଳିତ ସହଯୋଗରେ ଚାଲିଛି ୱାଟର ସ୍ପୋର୍ଟସ। ସିଲଭର ସିଟି ବୋଟ କ୍ଲବ ପାଖରୁ ବାଲିଯାତ୍ରା ତଳ ପଡିଆରେ ଥିବା ଗଡ଼ଗଡ଼ିଆ ଘାଟ ପର୍ଯ୍ୟନ୍ତ ବୋଟରେ ବୁଲିବାର ମଜା ନେଉଛନ୍ତି ସମସ୍ତେ। ଯେଉଁଠି ସ୍ପିଡ଼ ବୋଟ, ଜେଟ ସ୍କି , ବମ୍ପର ରାଇଡ ଭଳି ଜଳକ୍ରୀଡ଼ାର ମଜା ନେଉଛନ୍ତି ଲୋକେ। 

ତେବେ ୱାଟର ସ୍ପୋର୍ଟସରେ ଚଳିତ ବର୍ଷ ୨୫ରୁ ଉର୍ଦ୍ଧ୍ବ ସ୍ପିଡ ବୋଟ ରହିଛି ।  ଜେଟସ୍କି ଦାମ ୩୫୦ ଥିବା ବେଳେ ସ୍ପିଡ଼ ବୋଟ ଜଣକୁ ୨୦୦ ବମ୍ଫର ରାଇଡ ଦୁଇଜଣଙ୍କୁ ୬୦୦ ଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ରିହାତି ରହିଛି। ଲୋକଙ୍କ ଚାହିଦାକୁ ଦେଖି ୱାଟର ସ୍ପୋର୍ଟସ କମ୍ପାନୀ ପକ୍ଷରୁ ସୁଲଭ ମୂଲ୍ୟରେ ଜଳ କ୍ରୀଡା କରାଯାଉଥିବା ସହ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

କେମିତି କଟିବ
49m ago
କେମିତି କଟିବ ଆଜିର ଦିନ....ସତର୍କ ରୁହନ୍ତୁ ଏହି ରାଶି
ଅର୍ଗସ ବ୍ୟୁରୋ: ଆପଣଙ୍କ ଦିନଟି କେମିତି କଟିବ ସେ ପାଇଁ ଚିନ୍ତିତ କି? ତାହେଲେ ଚାଲନ୍ତୁ ଜାଣିବା। ମେଷ- ଶାରିରୀକ ସମସ୍ୟାରୁ ମୁକ୍ତି ପାଇବେ । ଜୀବନରେ ଉନ୍ନତି ପାଇଁ ନୂଆ ସୁଯୋ
ଆସନ୍ତା ଦୁଇ ଦିନ ମଧ୍ୟର
ଆସନ୍ତା ଦୁଇ ଦିନ ମଧ୍ୟରେ ଅବପାତରେ ପରିଣତ ହେବ ଲଘୁଚାପ
ଅର୍ଗସ ବ୍ୟୁରୋ: ଘନୀଭୂତ ହେଉଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ। ଲଘୁଚାପ ଆହୁରି ଘନୀଭୂତ ହେବାକୁ ବଳଗୋଟାଉଛି। ଆସନ୍ତା ଦୁଇ ଦିନ ମଧ୍ୟରେ ଅବପାତରେ ପରିଣତ ହେବ ଲଘୁଚାପ। ଉତ୍ତର-ପଶ୍ଚି
ଆଜି ଚାଷୀଙ୍କୁ
ଆଜି ଚାଷୀଙ୍କୁ ମିଳିବ ସିଏମ୍ କିଷାନ ସହାୟତା
ଅର୍ଗସ ବ୍ୟୁରୋ: ନୂଆଁଖାଇ ଉପଲକ୍ଷେ ଚାଷୀଙ୍କ ପାଇଁ ଖୁସି ଖବର । ଆଜି ଚାଷୀଙ୍କୁ ସିଏମ୍ କିଷାନ ସହାୟତା ଭେଟି ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସିଏମ୍ କିଷାନ ସହାୟତା ଅନ୍ତର୍ଗତ ଉପକୃତ ହେବ