ଅଟୋକୁ ପିଟିଲା ଟ୍ରକ: ୩ମୃତ
by Argus News
Sun, Apr 21 | 5:14 p.m.

ଅର୍ଗସ ବ୍ୟୁରୋ: ଅର୍ଗସ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଜୋଡେଙ୍ଗା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ଟ୍ରକ ରାଇଘରରୁ ଛତିଶଗଡ ପଟକୁ ଯାଇଥିଲା । ଏହି ସମୟରେ  ବୋରେଇ ଗ୍ରାମରୁ କିଛି ଲୋକ ରାଇଘର ନିକଟସ୍ଥ ଧୋଡ୍ରା ପାରାକୁ ସେମାନଙ୍କ ଜଣେ ସମ୍ପର୍କୀୟ ଘରକୁ ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ଆସୁଥିଲେ ଓ ଆଉକିଛି ଲୋକ ରାଇଘର କଳସୀ ଯାତ୍ରା ଦେଖିବାକୁ ଯାଉଥିଲେ। ଏହି ସମୟରେ ଘଟିଥିଲା ଭୟଙ୍କର ଦୁର୍ଘଟଣା। ଯୋଡ଼ିଙ୍ଗା ନିକଟରେ ଅଟକୁ ସାମନା ପଟୁ ଅଟୋକୁ ଧକ୍କା ଦେଲା ଟ୍ରକ । ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ଏଥିରେ ଦୁଇ ମହିଳା ଓ ଜଣେ ପୁରୁଷ ରହିଛନ୍ତି । ଜଣେ ଦୁଇବର୍ଷର ଶିଶୁ ସହ ୫ ଜଣ ଗୁରୁତର ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। 

ମୃତକ ମାନଙ୍କୁ ଯୋଡିଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରରେ ରଖାଯାଇଛି । ସମସ୍ତ ଆହତଙ୍କ ଚିକିତ୍ସା ଚାଲିଛି। ଘଟଣା ସ୍ଥଳରେ ରାଇଘର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

MOTHER-IN-LAW
42m ago
ବୋହୂର ମାଡରେ ଶାଶୂ ଗୁରୁତର, ଭାଇରାଲ ହେଉଛି ମାଡ଼ ବେଳର ଦୃଶ୍ୟ
ଅର୍ଗସ ବ୍ୟୁରୋ : ବୋହୂର ମାଡରେ ୬୫ବର୍ଷୀୟ ଶାଶୂ ଗୁରୁତର । ଗୁରୁତର ଶାଶୂଙ୍କୁ ଉଦ୍ଧାର କରି ବାସୁଦେବପୁର ମେଡିକାଲରେ ଗ୍ରାମବାସୀ ମାନେ ଭର୍ତ୍ତି କରିଛନ୍ତି । ସେଠାରେ ତାଙ୍କ ଚିକିତ୍ସା ଜାର
MANMOHAN SAMAL
କାର୍ଯ୍ୟକ୍ରମରେ ଯୋଗଦେବା ସହ ଦଳୀୟ କର୍ମୀ ଓ ପ୍ରାର୍ଥୀଙ୍କ ମନୋବଳକୁ ସୁଦୃଢ କଲେ
ଅର୍ଗସ ବ୍ୟୁରୋ : ଆଜି ଦିନିକିଆ ଗସ୍ତରେ ମୟୂରଭଞ୍ଜ ଗସ୍ତରେ ଅଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଦୁଇ ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେଇ ଦଳୀୟ କର୍ମୀ ଓ ପ୍ରାର୍ଥୀଙ୍କ ମନବଳକୁ ସୁଦୃ
ନିଯୁକ୍ତି ନାଁରେ ଗୋଚର
ନିଯୁକ୍ତି ନାଁରେ ଗୋଚର ଜମି ହଡ଼ପ କରୁଛନ୍ତି କନ୍ଧମାଳ ସାଂସଦ
ଅର୍ଗସ ବ୍ୟୁରୋ: ସ୍କୁଲ ଭିତରକୁ ଧସେଇ ପଶିଲେ ଲୋକେ , ସାଇନ ବୋର୍ଡ ଭାଙ୍ଗିଲେ। ଜମି ମାଫିଆ କହି ଦେଲେ ନାରାବାଜି l ଏଭଳି ଘଟଣା ବର୍ତ୍ତମାନ ସାରା ଜିଲ୍ଲାରେ ଚର୍ଚ୍ଚା ହୋଇଥିବା ବେଳେ ଘଟଣାକ