ଟନେଲ ରେସକ୍ୟୁ ନେଇ ହେବ ବଲିଉଡ ଫିଲ୍ମ
by Argus News
Wed, Nov 29 | 9:32 p.m.

ଅର୍ଗସ ବ୍ୟୁରୋ: ଉତ୍ତରାଖଣ୍ଡ ଉତ୍ତରକାଶିରେ ନିର୍ମାଣାଧୀନ ସିଲ୍କୟାରା-ଡଣ୍ଡାଲଗାଁଓ ଟନେଲ ଭୁଶୁଡ଼ିପଡ଼ିଥିଲା। ଏହି ଟନେଲରେ ୪୧ଜଣ ଶ୍ରମିକ ଫସିଯାଇଥିଲେ। ଯେଉଁଥିରେ ୧୭ ଦିନ ପର୍ଯ୍ୟନ୍ତ ସୁଡଙ୍ଗ ଭିତରେ ସଂଘର୍ଷ କରିଥିଲେ। ସେମାନଙ୍କୁ ବାହାରକୁ କାଢିବା ପାଇଁ ସବୁ ରାଜ୍ୟ ଏବଂ କେନ୍ଦ୍ର ସରକାର ଏକାଠି ହୋଇଥିଲେ। କାରଣ ଶ୍ରମିକଙ୍କୁ ବାହାର କରିବା ଲାଗି ସମସ୍ତେ ଲକ୍ଷ୍ୟ ରଖିଥିଲେ। 

 

ସିଲ୍କୟାରା-ଡଣ୍ଡାଲଗାଁ ଟନେଲରେ ଫସିଥିବା ୪୧ ଶ୍ରମିକଙ୍କୁ ବଞ୍ଚାଇବାକୁ ଟନଲ ଏକ୍ସପର୍ଟ ଆନ୍ନଲ୍ଡ ଡିକ୍ସଙ୍କ ସହାୟତା ନିଆଗଲା। ତାଙ୍କ ପାଇଁ ହିଁ ଶ୍ରମିକ ମାନେ ସୁରକ୍ଷିତ ଭାବେ ବାହାରକୁ ଆସିଲେ ଏବଂ ଆଉ ଏକ ଜନ୍ମ ପାଇଲେ। 

ତେବେ ଏହି ରେସକ୍ୟୁ ନେଇ ସବୁଠି ଜୟଗାନ। ଏହି ଟନେଲ ରେସ୍କ୍ୟୁକୁ ନେଇ ବଲିଉଡ ଇଣ୍ଡଷ୍ଟ୍ରିରେ ଫିଲ୍ମ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏବେ ଏହାକୁ ନେଇ ସବୁଠି ଚର୍ଚ୍ଚା। ଚାଲିଛି। ଉତ୍ତରକାଶୀ ଟନେଲ ରେସକ୍ୟୁ ଅପରେଶନକୁ ନେଇ ବଲିଉଡ ଅଭିନେତା ଅକ୍ଷୟ କୁମାର ଫିଲ୍ମ ନିର୍ମାଣ କରିବେ। ଏହି ଫିଲ୍ମର ନାଁ ହେବ ମିଶନ ସୁଡ଼ଙ୍ଗ ରଖାଯିବ। ଲିଡ ଭୂମିକାରେ ଅକ୍ଷୟ ଅଭିନୟ କରିବେ। ଏହି ଫିଲ୍ମରେ ସେ ଟନେଲ ଏକ୍ସପର୍ଟ ଆନର୍ଲ୍ଡ ଡିକ୍ସଙ୍କ ଭୂମିକାରେ ନଜର ଆସିବେ। ଏହି ଉଦ୍ଧାର ସମୟରେ ଆନର୍ଲ୍ଡ ଡିକ୍ସଙ୍କୁ ମଧ୍ୟ ଡକାଯାଇଥିଲା। ଏହି ବ୍ୟକ୍ତି ଅଷ୍ଟ୍ରେଲିଆରେ ଚାଲୁଥିବା ଅନ୍ତର୍ଜାତୀୟ ଟନେଲିଂ ଏବଂ ଅଣ୍ଡରଗ୍ରାଉଣ୍ଡ ସ୍ପେସ ଆସୋସିଏଶନର ସଭାପତି। ବ୍ରିଟିଶ ଇନଷ୍ଟିଚ୍ୟୁଟ ଅଫ ଇନଭେଷ୍ଟିଗେଟର୍ସରେ କାମ କରୁଥିବା ଡିକ୍ସଙ୍କର ଇଞ୍ଜିନିୟରିଂ, ଭୂବିଜ୍ଞାନ, ଆଇନ ଏବଂ ବିପଦ ପରିଚାଳନା କ୍ଷେତ୍ରରେ ୩୦ବର୍ଷରୁ ଅଧିକ ବର୍ଷର ଅଭିଜ୍ଞତା ରହିଛି। ତେବେ ଅକ୍ଷୟଙ୍କ ତରଫରୁ ଏ ମୁଭିକୁ ନେଇ କୌଣସି ଅଫିସିଆଲି ଆନାଉନ୍ସମେଣ୍ଟ ହୋଇନି। 

ସୂଚନା ଥାଉ କି,  ଉତ୍ତରକାଶୀ ନିର୍ମାଣଧୀନ ଟନେଲ ଭୁଶୁଡିଯିବାରୁ  ଦୀର୍ଘ ୧୭ ଦିନ ଫସିକି ଥିଲେ ୭ ରାଜ୍ୟର ୪୧ ଶ୍ରମିକ। ୨୮ ତାରିଖ ସମସ୍ତଙ୍କୁ ବଡ଼ ଆଶ୍ବାସନା ଦେଇଥିଲା। ଜଣକ ପରେ ଜଣେ ସମସ୍ତ ୪୧ ଜଣ ଶ୍ରମିକ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିଲେ। 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 

HELICOPTER CARRYING
କୁହୁଡ଼ି ଓ ଖରାପ ପାଗ ଏହି ଦୁର୍ଘଟଣାର କାରଣ ବୋଲି କୁହାଯାଉଛି
ଅର୍ଗସ ବ୍ୟୁରୋ : ଇରାନରେ ଘଟିଲା ବଡ଼ ଦୁର୍ଘଟଣା । ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟର ରବିବାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି, ଏହା ପରେ ଜରୁରୀକାଳୀ
ରୋଡ ସୋ'
ରାଜଭବନରେ ପ୍ରଧାନମନ୍ତ୍ରୀ, କାଲି ମୋଦିଙ୍କ ରୋଡ ସୋ'
ଭୁବନେଶ୍ୱର: ରାଜଭବନ ଅଭିମୁଖେ ପ୍ରଧାନମନ୍ତ୍ରୀ। ପରିଚାଳନା କମିଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ କରି ରାଜଭବନରେ ଅଭିମୁଖେ ଯାଉଛନ୍ତି ମୋଦି। ରାଜଭବନରେ ରାତ୍ରୀଯାପ
PM MODI
ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍ୟ ମାନଙ୍କ ସହ କଲେ ଆଲୋଚନା
ଅର୍ଗସ ବ୍ୟୁରୋ : ଗୁରୁ ମନ୍ତ୍ର ବି ଦେଲେ ମୋଦି । ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ ବୈଠକ କଲେ ପ୍ରଧାନମନ୍ତ୍ରୀ । ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍