ହୁତୁହୁତୁ ହୋଇ ଜଳିଗଲା କଣ୍ଟେନର୍ ସହ ୨ଟି ୧୨ଚକିଆ ଟ୍ରକ
by Argus News
Wed, Nov 22 | 7:39 a.m.

ଅର୍ଗସ ବ୍ୟୁରୋ :  ହୁତୁହୁତୁ ହୋଇ ଜଳିଗଲା ତେଲ ବୋଝେଇ କଣ୍ଟେନର୍ ସହ ଦୁଇଟି ୧୨ଚକିଆ ଟ୍ରକ। ଏଭଳି ଘଟଣା ଘଟିଛି ପାରାଦୀପ ଲକଥାନା ଅଧିନ ପିପିଏଲ୍ ଛକ ନିକଟରେ। ବିଳମ୍ବିତ ରାତ୍ରିରେ କୌଣସି କାରଣ ବସତଃ ପିପିଏଲ୍ ଛକ ନିକଟ ଗ୍ୟାରେଜରେ ଥିବା କଣ୍ଟେନର୍ ରେ ନିଆଁ ଲାଗି ପାଖରେ ଥିବା ଦୁଇଟି ବାର ଚକିଆ ଟ୍ରକ ମଧ୍ୟ ସମ୍ପୂର୍ଣ୍ଣ ଜଳି ଯାଇଛି। ଖବର ପାଇ କୁଜଙ୍ଗ ଅଗ୍ନିଶମ ବିଭାଗ ଓ ପାରାଦୀପ ଅଗ୍ନିଶମ ବିଭାଗର ୬ଟି ଦମକଳ ଆସି ନିଆଁକୁ ଆୟତ୍ତ କରିବା  ପାଇଁ ଲାଗି ପଡିଥିଲେ। ଏଭଳି ଅଗ୍ନି କାଣ୍ଡ ଘଟିଥିଲା ଯେ ନିଆଁକୁ ଆୟତ କରିବା ପାଇଁ ଅଗ୍ନିଶମ ବାହିନୀ କୁ  ନାକେ ଦମ୍ ହେବାକୁ ପଡିଥିଲା।

ଅଧିକ ପଢନ୍ତୁ ଓଡିଶା ଖବର

କୁହା ଯାଉଛି ଦୀର୍ଘଦିନ ହେବ ସେହି କଣ୍ଟେନର୍ ମଧ୍ୟରେ ଚୋରା ତେଲ ଗଛିତ ରଖା ଯାଉଥିଲା।ଏହି ଅଗ୍ନିକାଣ୍ଡ ପରେ ଚୋରା ତେଲ କାରବାର ହେଉଥିବାର ଘଟଣା ସାମ୍ନାକୁ ଆସିଛି। ତେବେ ଅଗ୍ନିଶମ ବିଭାଗର  ଦୀର୍ଘ ୩ଘଣ୍ଟା ଧରି ଅକ୍ଳାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ କରାଯାଇଛି। ଖବର ପାଇ ଲକ୍ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଗ୍ୟାରେଜ ରେ କେହି ନଥିବା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। 

ଖଲ୍ଲିକୋଟ ହିଂସା ପାଇଁ
10m ago
ଖଲ୍ଲିକୋଟ ହିଂସା ପାଇଁ ଗଠନ ହେଲା SIT, ଗିରଫ ହେବେ ଫେରାର୍ ଅଭିଯୁକ୍ତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ହିଂସାକାଣ୍ଡ ଓ ହତ୍ୟାର ତଦନ୍ତ ପାଇଁ ଗଠନ ହେଲା SIT . ଏସଆଇଟି ହତ୍ୟା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ । ମାମଲାରେ ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍
AC
12m ago
ଏସିର ଥଣ୍ଡା ପବନ ଆର୍ଥ୍ରାଇଟିସ୍ ରୋଗୀଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିପାରେ
ଅର୍ଗସ ବ୍ୟୁରୋ: ଏସିର ଥଣ୍ଡା ପବନ ଆର୍ଥ୍ରାଇଟିସ୍ ରୋଗୀଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିପାରେ । ଥଣ୍ଡା ହେତୁ ଶରୀର ଏବଂ ଗଣ୍ଠିରେ ଯନ୍ତ୍ରଣା ହେବାର ସମସ୍ୟା ବଢିପାରେ । ଏସି,କୁଲରର ପବ
ଗ୍ରୀଷ୍ମ ପ୍ରବାହ
13m ago
୨୦ ରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି
ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ସକାଳେ ଖରା ଅପରାହ୍ନରେ କାଳବୈଶାଖୀ ବର୍ଷା ହେଉଥିବା ବେଳେ ଆଗାମୀ ୫ ଦିନ ଯାଏ ମେଘୁଆ ପାଗ ସହ କାଁ ଭାଁ ସ୍ଥାନରେ ବର୍ଷା ହେବା