ଡରାଉଛି ଡିପଥେରିଆ, ସଂକ୍ରମଣ ସନ୍ଦେହରେ ଦୁଇ ଶିଶୁ ମେଡିକାଲରେ ଭର୍ତ୍ତି
by Argus News
Wed, Jun 19 | 1:57 p.m.

ଅର୍ଗସ ବ୍ୟୁରୋ: ଡରାଉଛି ଡିପଥେରିଆ । ଆଜି ପୁଣି ରାୟଗଡ଼ା ଜିଲ୍ଲା କାଶୀପୁରରେ ଡେପଥେରିଆ ସଂକ୍ରମଣ ସନ୍ଦେହରେ ଦୁଇ ଶିଶୁଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । କୋଡ଼ିକତୁଣ୍ଡା ଗାଁର 6 ବର୍ଷ ଓ 5 ବର୍ଷର ଦୁଇ ଶିଶୁଙ୍କଠାରେ ଦେଖାଦେଇଛି ଲକ୍ଷଣ । ସେମାନଙ୍କର ରକ୍ତ ନମୁନା ସଂଗ୍ରହ ସହ ରାୟଗଡା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଚାଲିଛି । ସେପଟେ ଡିପଥେରିଆ ସଂକ୍ରମଣରେ ଲଗାମ ଲଗାଇବାକୁ କାଶୀପୁରରେ ଆଜିଠୁ ଆରମ୍ଭ ହୋଇଛି ବୁଷ୍ଟର ଡୋଜ୍ ଟିକାକରଣ । ବର୍ଷକ ଭିତର ଶିଶୁଙ୍କୁ ପେଣ୍ଟା ଡୋଜ ଦିଆଯାଉଛି ।

5ରୁ 15 ବର୍ଷ ବୟସ୍କଙ୍କୁ TD ଡୋଜ୍ ଦିଆଯିବାକୁ ଥିବାବେଳେ ସର୍ଭେଲାନ୍ସ ସରିବା ପରେ ସଂକ୍ରମଣ ହୋଇଥିବା ଅନ୍ୟ ଅଞ୍ଚଳରେ ବୁଷ୍ଟର ଡୋଜ ଦିଆଯିବ । ରାୟଗଡ଼ା କାଶୀପୁରରେ 5 ଜଣଙ୍କ ଜୀବନ ଯାଇଥିବାବେଳେ ପଡ଼ୋଶୀ ଜିଲ୍ଲାରେ ବି କାୟା ବଢ଼ାଇଲାଣି ଡିପଥେରିଆ । ରାୟଗଡ଼ାର ଆଖପାଖ ଜିଲ୍ଲା ଗଜପତି, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ମାଲକାନଗିରି ଜିଲ୍ଲାରେ ବଢ଼ାଯିବ ସର୍ଭେଲାନ୍ସ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା