ଦାଉ ସାଧୁଛି ବନ୍ୟା, ପାଣିରେ ବୁଡି ଶିଶୁ କନ୍ୟା ମୃତ
by Argus News
Sat, Oct 26 | 4:14 p.m.

ବାଲେଶ୍ୱର:  ପାଣିରେ ବୁଡି ଶିଶୁ କନ୍ୟାର ଗଲା ଜୀବନ । ସୋର ଡାକ୍ତରଖାନା ଆଣିଥିବାବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି । ଖଇରା ଥାନା ଡାଲଙ୍ଗ -୨ ପଲ୍ହା ସାହି ଗ୍ରାମରେ ଘର ଆଗରେ ଥିବା ନଈରେ ପଡି ଜଣେ ଶିଶୁ କନ୍ୟାଙ୍କର ମୃତ୍ୟୁ ହୋଇ ଥିବା ପରିବାର ଲୋକେ କହିଛନ୍ତି । ଖଇରା ଥାନା ଡ଼ାଲଙ୍ଗ -୨ ପହ୍ଲାସାହି ଗ୍ରାମର ହରିହର ମହାରଣାଙ୍କ ଅଢେ଼ଇ ବର୍ଷର ଝିଅ ଆଦ୍ୟାଶା ମହାରଣା ଆଜି ସକାଳେ ଖେଳୁଥିବାବେଳେ ଘର ନିକଟରେ ଥିବା ନଈରେ ପଡି ଯାଇଥିଲେ । 

ନଈରେ ଅଧିକ ପାଣି ପ୍ରବାହିତ ହେଉଥିବାରୁ ଦୀର୍ଘ ସମୟ ଖୋଜାଖୋଜି କରିବା ପରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ମଧ୍ୟାହ୍ନରେ ସୋର ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଖବର ପାଇ ସୋର ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ରଖିବା ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ବାତ୍ୟା ଦାନାର ଭୀଷଣ ତାଣ୍ଡବ ପରେ ଏବେ ଦାଉ ସାଧୁଛି ବନ୍ୟା । ବାଲେଶ୍ବର ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ବଇଁଞ୍ଚା ଗାଆଁରେ ବନ୍ୟା ହୋଇଥିବାରୁ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି । କେବଳ ଏହି ଗୋଟିଏ ଗ୍ରାମ ପଞ୍ଚାୟତ ନୁହେଁ ପାଖାପାଖି ୨୦ ରୁ ଉର୍ଦ୍ଧ୍ବ ଗାଁ ଗୁଡ଼ିକ ଏବେ ବନ୍ୟା ଜଳରେ ପ୍ରଭାବିତ ହେଉଛନ୍ତି । ବାତ୍ୟା ପ୍ରଭାବରୁ ୨ ଦିନ ଲଗାଣ ବର୍ଷା ଫଳରେ ବୁଢ଼ାବଳଙ୍ଗ ନଦୀରେ ବିପତ ସଙ୍କେତ ମୁହାଁ ହେଉଛି । 

ବିଜେଡି ନିର୍ବାଚନୀ
ବିଜେଡି ନିର୍ବାଚନୀ ଟଙ୍କାରେ ଆକାଶରେ ଉଡୁଥିଲେ ପାଣ୍ଡିଆନ
ଅର୍ଗସ ବ୍ୟୁରୋ: ନିର୍ବାଚନରେ ପାଣି ଭଳି ଟଙ୍କା ବୁହାଇଥିଲା ବିଜେଡି । ନିର୍ବାଚନ ଆୟୋଗଙ୍କ ନିକଟରେ ବିଜେଡି ଦାଖଲ କରିଥିବା ରିପୋର୍ଟରୁ ଆସିଛି ଆଖି ଖୋସି ଦେବା ଭଳି ରିପୋର୍ଟ । ରିପୋର୍
କାଠ ଆଣିବାକୁ
କାଠ ଆଣିବାକୁ ଯାଇ ଭାଲୁ ଆକ୍ରମଣର ଶିକାର
ଅର୍ଗସ ବ୍ୟୁରୋ: ଜଙ୍ଗଲରେ କାଠ ଆଣିବାକୁ ଯାଇ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି ଜଣେ ଯୁବକ। ପରେ ତାଙ୍କୁ ଗୁରୁତର ଭାବେ ୧୦୮ ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ଭର୍ତ୍ତି କରାଯାଇଛି । ବା
ଆବାସ ଗୃହ
ଶିବାନୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଗୃହ ମଞ୍ଜୁର
ଅର୍ଗସ ବ୍ୟୁରୋ: ଖିଲାପ କଲେ କ୍ଷମା ନାହିଁ, ଭଲ କାମ କଲେ ପୁରସ୍କାର। ଏହି ପ୍ରତିଶ୍ରୁତି ପାଳନ କରିଛନ୍ତି ସରକାର। ବାତ୍ୟା ସମୟରେ ପ୍ରଶଂସନୀୟ କାର୍ଯ୍ୟ କରିଥିବାରୁ କେନ୍ଦ୍ରାପଡ଼