ଉତ୍ତରାଖଣ୍ଡ ବିଧାନସଭାରେ ପାରିତ ହେଲା ସମାନ ନାଗରିକ ସଂହିତା ବିଲ୍
by Argus News
Thu, Feb 08 | 7:47 a.m.

ଅର୍ଗସ ବ୍ୟୁରୋ : ଉତ୍ତରାଖଣ୍ଡ ପାଇଁ ଐତିହାସିକ ମୁହୂର୍ତ୍ତ । ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡ ବିଧାନସଭାରେ ପାରିତ ହେଲା ସମାନ ନାଗରିକ ସଂହିତା ବିଲ୍ । ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନ ଭାବେ ଏହାକୁ କାର୍ଯ୍ୟକାରୀ କରାଯିବ । ଦୁଇ ଦିନର ଆଲୋଚନା ପରେ ବିଧାନସଭାର ସ୍ବତନ୍ତ୍ର ଅଧିବେଶନରେ ଗୃହୀତ ହୋଇଛି ଏହି ବିଲ୍‌ । ମଙ୍ଗଳବାର ଗୃହରେ ୟୁସିସି ବିଲ୍ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି । ଏହି ବିଲ୍‌ ଉପରେ ଆରମ୍ଭ ହୋଇଥିଲା ଆଲୋଚନା । ଦୁଇ ଦିନର ଆଲୋଚନା ପରେ ଧ୍ବନିମତରେ ଗୃହୀତ ହୋଇଛି ବିଲ୍ । ବିଲ୍‌ ପାରିତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ।

ଅଧିକ ପଢନ୍ତୁ : UCC ବିଲ୍ ବିଧାନସଭାରେ ଆଗତ; ବଦଳିବ ବିବାହ, ଛାଡ଼ପତ୍ର, ଉତ୍ତରାଧିକାରୀତ୍ବ ନିୟମ

ଏହି ଆଇନ କାହାର ବିରୁଦ୍ଧରେ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ଏହି ଆଇନ ଆସିବା ଦ୍ବାରା ରାଜ୍ୟରେ ବିଶେଷ ଭାବେ ଉପକୃତ ହେବେ ମହିଳା । ସାମାଜିକ ଆଦର୍ଶ ଯୋଗୁଁ ଏବେ ଆଉ ମହିଳାଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବନି । ଏହା ସେମାନଙ୍କର ଆତ୍ମବିଶ୍ବାସକୁ ବଢ଼ାଇବ । ପିଲାମାନଙ୍କର ଶାରୀରିକ ଓ ମାନସିକ ନିର୍ଯାତନାକୁ ରୋକିବାରେ ସକ୍ଷମ ହେବ । ଏହି ବିଲ୍‌ ପାରିତ ହେବା ପରେ ମୁଖ୍ୟମନ୍ତ୍ରୀ ଧାମିଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ । ବାଣ ଫୁଟାଇ ଏହି ଐତିହାସିକ ମୂହୁର୍ତ୍ତକୁ ସେଲିବ୍ରେଟ୍‌ କରିଛନ୍ତି ରାଜ୍ୟବାସୀ ।

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ