ଭାରତ ଓ ୟୁଏଇ ମଧ୍ୟରେ ଷ୍ଟ୍ରାଟେଜିକ୍ ସମ୍ପର୍କକୁ ଶିଖରକୁ ନେବା ଆମର ଲକ୍ଷ୍ୟ
by Argus News
Wed, Nov 01 | 6:04 p.m.

ଅର୍ଗସ ବ୍ୟୁରୋ : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୟୁଏଇ ଗସ୍ତର ପ୍ରଥମ ଦିନରେ ୟୁଏଇ ଶିକ୍ଷା ମନ୍ତ୍ରୀ ଅହମ୍ମଦ ଅଲ୍ ଫଲାସୀଙ୍କ ସହ ବୈଠକ କରିବା ସହ ଆବୁଧାବୀରେ ବିଭିନ୍ନ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିଛନ୍ତି । ଏହି ଅବସରରେ ଭାରତ ଓ ୟୁଏଇ ମଧ୍ୟରେ ଷ୍ଟ୍ରାଟେଜିକ୍ ସମ୍ପର୍କକୁ ଶିଖରକୁ ନେବା ଆମର ଲକ୍ଷ୍ୟ ରହିଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ । 

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜିର ସମୟରେ ଶିକ୍ଷା ଓ ଦକ୍ଷତା ସମେତ ଅନେକ କ୍ଷେତ୍ରରେ ଭାରତ ଏବଂ ୟୁଏଇ ମଧ୍ୟରେ ଗଭୀର ସମ୍ପର୍କ ରହିଛି ।  ଷ୍ଟ୍ରାଟେଜିକ୍ ଭାଗିଦାରୀ ତଥା ବିଶେଷ ଭାବରେ ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ସୁଦୃଢ ହୋଇଛି । ୟୁଏଇରେ ଆଇଆଇଟି ଖୋଲାଯାଉଛି ଏବଂ ଭାରତର ପ୍ରମୁଖ ବିଶ୍ୱବିଦ୍ୟାଳୟ ଗୁଡିକ ଏଠାରେ ଅବସ୍ଥାପିତ ଅଛି । ଭବିଷ୍ୟତରେ ମଧ୍ୟ ଅନେକ ବିଶ୍ୱବିଦ୍ୟାଳୟ ୟୁଏଇରେ ଖୋଲାଯିବାର ସମ୍ଭାବନା ରହିଛି । ଭାରତର ପ୍ରମୁଖ ଜାତୀୟ ଶିକ୍ଷା ବୋର୍ଡ ସିବିଏସଇର ୧୦୦ରୁ ଅଧିକ ବିଦ୍ୟାଳୟ ୟୁଏଇରେ କାର୍ଯ୍ୟ କରୁଛି । ଖୁବଶୀଘ୍ର ଏଠାରେ ଏକ ସିବିଏସଇ କାର୍ଯ୍ୟାଳୟ ଖୋଲାଯିବାର ଯୋଜନା ରହିଛି । ୟୁଏଇ ଶିକ୍ଷା ମନ୍ତ୍ରୀଙ୍କ ସହ ହୋଇଥିବା ବୈଠକ ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ ଦୁଇ ଦେଶର ପାରସ୍ପରିକ ସ୍ୱାର୍ଥର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗ ଏବଂ ସମନ୍ୱୟକୁ ପ୍ରୋତ୍ସାହିତ କରିବ । 

ଅଧିକ ପଢନ୍ତୁ : ଆଜିଠୁ 3 ଦିନିଆ ୟୁଏଇ ଗସ୍ତରେ ଯାଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଏହି ଗସ୍ତକାଳରେ କେନ୍ଦ୍ରମନ୍ତ୍ରୀ ‘୪୨ ଆବୁଧାବୀ’ ସ୍କୁଲ ପରିଦର୍ଶନ କରିଥିଲେ । ଉକ୍ତ କୋଡିଂ ସ୍କୁଲରେ ପ୍ରକଳ୍ପ ଭିତ୍ତିକ ପାଠ୍ୟକ୍ରମ ମାଧ୍ୟମରେ ଇନୋଭେସନକୁ ପ୍ରୋତ୍ସାହନ ଦେବା, ସୃଜନଶୀଳତା ଏବଂ ଶିକ୍ଷାକୁ ପ୍ରାଥମିକତା ଦିଆଯାଉଥିବା ଦେଖି ଖୁସିବ୍ୟକ୍ତ କରିଥିଲେ । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଉପସାଗରୀୟ ଦେଶରେ ପ୍ରଥମ ଥର ପାଇଁ  ଏହି ଟେକ୍ନୋଲୋଜି ଆଧାରିତ ସ୍କୁଲ ଭବିଷ୍ୟତର ସ୍ୱପ୍ନକୁ ସାକାର କରିବା ପାଇଁ ଶିକ୍ଷା ପ୍ରତି ଥିବା ପ୍ରତିବନ୍ଧକକୁ ଦୂର କରିବା ଉପରେ ଗୁରୁତ୍ୱ ଦେଉଅଛି । ଏହି ଅନୁଷ୍ଠାନ ବିଦ୍ୟାର୍ଥୀ ମାନଙ୍କୁ ସେମାନଙ୍କର କାର୍ଯ୍ୟସୂଚୀ ଅନୁଯାୟୀ ଶିକ୍ଷା ଦେବା ସହ ରୋଜଗାର କରିବା ଉପରେ ଉତ୍ତମ ବାତାବରଣ ପ୍ରଦାନ କରିବା ପ୍ରଶଂସନୀୟ ।  ରୋଜଗାର କରିବା ସମୟରେ ସୁବିଧା ପ୍ରଦାନ କରିବା ଏବଂ ଶିଖିବା ଜାତୀୟ ଶିକ୍ଷା ନୀତିର ଏକ ପ୍ରମୁଖ ସୁପାରିଶ । ଭାରତର ପ୍ରତିଭାସମ୍ପନ୍ନ ଯୁବକ ଓ କର୍ମଚାରୀଙ୍କୁ ସଶକ୍ତ କରିବାର ଏହା ଏକ ପ୍ରମୁଖ ମାଧ୍ୟମ ଶ୍ରୀ ପ୍ରଧାନ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଆବୁଧାବୀ ଭାରତୀୟ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ସହ ମଧ୍ୟ ସାକ୍ଷାତ୍ କରିଥିଲେ । ଏହି ସ୍କୁଲ  ଭାରତ ଓ ୟୁଏଇର ସଂସ୍କୃତି, ବିଚାର ଓ ମୂଲ୍ୟବୋଧ ଶିକ୍ଷା ଦେଉଥିବା ନେଇ ସେ ଖୁସି ପ୍ରକଟ କରିଥିଲେ । ଏକବିଂଶ ଶତାବ୍ଦୀର ଆବଶ୍ୟକତାକୁ ଧ୍ୟାନରେ ରଖି ଭାରତ ଏବଂ ୟୁଏଇ ମଧ୍ୟରେ ରଣନୈତିକ ଭାଗିଦାରୀକୁ ଅଧିକରୁ ଅଧିକ ମଜଭୂତ୍ କରିବା ଲକ୍ଷ୍ୟରେ ଏହି ୟୁଏଇ ଗସ୍ତର ଲକ୍ଷ୍ୟ ରହିଥିବା ନେଇ କେନ୍ଦ୍ରମନ୍ତ୍ରୀ ସୂଚନା ଦେଉଥିଲେ ।

MODI
1m ago
ଆସନ୍ତାକାଲି ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି
ଅର୍ଗସ ବ୍ୟୁରୋ: ବିଜେପି ଫୋକସରେ ଓଡ଼ିଶା। ରାଜ୍ୟରେ ସତ୍ତା ପରିବର୍ତ୍ତନ ପାଇଁ ବିଜେପି ପ୍ରଚାରର ମଙ୍ଗ ଧରିଛନ୍ତି ଖୋଦ୍ ପ୍ରଧାନମନ୍ତ୍ରୀ। ଏଥିପାଇଁ ଆସନ୍ତାକାଲି ପୁଣି ଓଡ଼ିଶା ଆସୁଛନ୍ତ
BJP
7m ago
ବାଲେଶ୍ବରରେ ବିଜେପିର ଶକ୍ତି ପ୍ରଦର୍ଶନ
ଅର୍ଗସ ବ୍ୟୁରୋ : ୨୪ ନିର୍ବାଚନ ପାଇଁ ଜୋସରେ ରାଜ୍ୟ ବିଜେପିର ହେଭିୱେଟ୍ । ବାଲେଶ୍ବରରେ ଏକାଠି ପ୍ରଚାର କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍
31 LAKH CASH
19m ago
ଟିଟଲାଗଡ଼ରୁ ୩୧ ଲକ୍ଷରୁ ଉର୍ଦ୍ଧ ଜାଲନୋଟ ଜବତ ଘଟଣା
ଅର୍ଗସ ବ୍ୟୁରୋ : ଟିଟଲାଗଡ଼ରୁ ୩୧ ଲକ୍ଷରୁ ଉର୍ଦ୍ଧ ଜାଲନୋଟ ଜବତ ଘଟଣା । ଅଭିଯୁକ୍ତ ଲିଙ୍ଗରାଜ ବେହେରାକୁ ୫ ବର୍ଷ ସଶ୍ରମ ଦଣ୍ଡାଦେଶ ଦେଇଛନ୍ତି ମାନ୍ୟବର ଟିଟିଲାଗଡ଼ ଆସିଷ୍ଟାଣ୍ଟ ସେସନ୍ସ ଜଜ