ବାଲେଶ୍ବରରେ ବିଜେପିର ଶକ୍ତି ପ୍ରଦର୍ଶନ
by Argus News
Sat, May 18 | 7:11 p.m.

ଅର୍ଗସ ବ୍ୟୁରୋ : ୨୪ ନିର୍ବାଚନ ପାଇଁ ଜୋସରେ ରାଜ୍ୟ ବିଜେପିର ହେଭିୱେଟ୍ । ବାଲେଶ୍ବରରେ ଏକାଠି ପ୍ରଚାର କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, ବାଲେଶ୍ବର ସାଂସଦ ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ ଓ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । ରେମୁଣା ବାମପଦାରୁ ବିଶାଳ ବାଇକ ଶୋଭାଯାତ୍ରାରେ ଶକ୍ତି ପ୍ରଦର୍ଶନ ସହ ଦୁଇ ଥର ପଦ୍ମ, ଦୁଇ ଗୁଣା ବିକାଶର ନାରା ଦେଇ ବିଜେପିରେ ଭୋଟ୍ ଦେବା ପାଇଁ ଜନତାଙ୍କୁ ନିବେଦନ କରିଛନ୍ତି । 

ପରେ ବିଜେପି କାର୍ଯ୍ୟକର୍ତ୍ତା ସମ୍ମିଳନୀ ସାମିଲ୍ ହୋଇ ନବୀନ ଓ ବିଜେଡି ସରକାର ଉପରେ ଜୋରଦାର୍ ବର୍ଷିବା ସହ ଓଡ଼ିଶାରେ ପରିବର୍ତ୍ତନର ନାରା ଦେଇଛନ୍ତି ରାଜ୍ୟ ନେତୃତ୍ବ । ଧାନ, ପାନ ଓ ମୀନର ସହର ବାଲେଶ୍ବରରେ ନାହିଁ ବିକାଶ । ପାଣିର ଗାର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଓ ପ୍ରତିଶ୍ରୁତି । ଲୋକ ବାଛି ସାରିଛନ୍ତି ବିକଳ୍ପ । ଏଥର ସୁନିଶ୍ଚିତ ଓଡ଼ିଶାରେ ସରକାର କରିବାକୁ ଆହ୍ବାନ ଦେଇଛନ୍ତି ମନମୋହନ ସାମଲ । 

ସେହିପରି ବିକାଶ ଓ ଅସ୍ମିତା କଥା ଉଠାଇ ବିଜେଡି ସରକାରଙ୍କୁ ଜୋରଦାର୍ ଟାର୍ଗେଟ୍ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଅପାରଗ ସରକାର ଯୋଗୁଁ ବାଲେଶ୍ବରରେ ପାନୀୟ ଜଳ, ଜଳସେଚନ, ଶିକ୍ଷା, ଦାଦନ ବଡ଼ ସମସ୍ୟା ଭାବେ ଉଭା ହୋଇଛି । ବିଜେପି ସରକାର ଆସିଲେ ଓଡ଼ିଆ ନମ୍ବର ୱାନ୍‌ ହେବ ଏହା, ମୋଦି ଗ୍ୟାରେଣ୍ଟି ବୋଲି ଦମ୍ଭୋକ୍ତି ଭରିଛନ୍ତି କେନ୍ଦ୍ରମନ୍ତ୍ରୀ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ମୋଦିଙ୍କ ନେତୃତ୍ବରେ ବିପୁଳ ଜନମତ ଏକାଠି ହୋଇଛି । ଓଡ଼ିଶାର ଜନତା ମନ ବନାଇ ସାରିଲେଣି ବିଜେପିକୁ ଭୋଟ୍ ଦେଇ ଜିତାଇବେ ବୋଲି କହିଛନ୍ତି ବୈଜୟନ୍ତ ପଣ୍ଡା । ଓଡ଼ିଶାରେ ପରିବର୍ତ୍ତନର ଆଭାସ ମିଳିଛି । ରାଜ୍ୟରେ ଏଥର ବିଜେପି ସରକାର ଗଢିବ ବୋଲି କହିଛନ୍ତି ଅପରାଜିତା । ଲେଶ୍ବର ପରେ କେନ୍ଦ୍ରପଡ଼ାରେ ପହଞ୍ଚି କାର୍ଯ୍ୟକର୍ତ୍ତା ସମାବେଶରେ ସାମିଲ୍ ହୋଇଥିଲେ ମନମୋହନ ସାମଲ, ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା ଓ ଅପରାଜିତା ଷଡ଼ଙ୍ଗୀ । ଦୀର୍ଘ ୨୪ ବର୍ଷର ସ୍ଥାଣୁ ଓ ଅପାରଗ ସରକାର ବିରୋଧରେ ଜନ ଆକ୍ରୋଶ ଦେଖାଯାଇଥିବାବେଳେ ସାରା ଓଡ଼ିଶା ମୋଦିମୟ ହୋଇଛି । ଏଥର ନିଶ୍ଚୟ ପରିବର୍ତ୍ତନ ହେବ ବୋଲି କହିଛନ୍ତି ବିଜେପି ରାଜ୍ୟ ନେତୃତ୍ବ ।
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ