ସମ୍ବଲପୁରରେ ରାଜ୍ୟର ପ୍ରଥମ ସ୍କିଲ୍ ଇଣ୍ଡିଆ ସେଣ୍ଟରର ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ
by Argus News
Tue, Feb 20 | 8:33 p.m.

ଅର୍ଗସ ବ୍ୟୁରୋ: ସମ୍ବଲପୁରରେ ରାଜ୍ୟର ପ୍ରଥମ ସ୍କିଲ୍ ଇଣ୍ଡିଆ ସେଣ୍ଟରର ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଏହି ସେଣ୍ଟର ଦକ୍ଷ କର୍ମଜୀବୀ ସୃଷ୍ଟି କରିବାରେ ସହାୟକ ହେବ । ସେହିପରି ‘ରୋବଟିକ୍ସ ସେଣ୍ଟର’ର ଉଦଘାଟନ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଉପରେ ୮ ଗୋଟି ଡାକ ଟିକେଟର ମଧ୍ୟ ଉନ୍ମୋଚନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ଭିସିରେ ଯୋଡି ହୋଇଥିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ସେପଟେ ସମ୍ବଲପୁରରୁ ଅଯୋଧ୍ୟାକୁ `ଆସ୍ଥା’ ଟ୍ରେନର ବି ଆଜି ଶୁଭାରମ୍ଭ ହୋଇଛି ।

ମାଝିପାଲିରେ ଓଡ଼ିଶାର ପ୍ରଥମ ସ୍କିଲ୍ ଇଣ୍ଡିଆ ସେଣ୍ଟରର ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ସେଣ୍ଟର୍ ମିଡ଼ିଆ ଏଣ୍ଡ୍ ଏଣ୍ଟରଟେନମେଣ୍ଟ, ଚମଡା, ପର୍ଯ୍ୟଟନ, ହସ୍ପିଟାଲିଟି ଏବଂ ITESS ଭଳି ଅଧିକ ଚାହିଦା ଥିବା କ୍ଷେତ୍ରରେ ଯୁବଶକ୍ତିଙ୍କ ଜ୍ଞାନ ବଢ଼ାଇବ। ସେହିପରି ସମ୍ବଲପୁରରେ ଭେଦିକ୍ ଇଣ୍ଟରନ୍ୟାସନାଲ ସ୍କୁଲରେ ‘ରୋବଟିକ୍ସ ସେଣ୍ଟର’କୁ ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଭେଦିକ୍ ଗ୍ରୁପ୍ ଶିକ୍ଷାଦାନ ପଦ୍ଧତିରେ ନୂଆ ନୂଆ ଟେକ୍ଲୋଲୋଜି ଆପଣାଇଛି ।ଛାତ୍ରଛାତ୍ରୀଙ୍କୁ ଏକବିଂଶ ଶତାବ୍ଦୀର ଶିକ୍ଷା ଦେଇ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଦିଗରେ ଏହାର ଆଭିମୁଖ୍ୟ ପ୍ରଶଂସନୀୟ । ନୂଆପୀଢିଙ୍କ ଦାୟିତ୍ବ ଆମେ ଯେତେ ନେବା, ଆମ ସମାଜରେ ସମ୍ପନ୍ନତା ସେତେ ବଢିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। 

ସେହିପରି ସମ୍ବଲପୁର ୟୁନିଭର୍ସିଟି ବିଜୁ ପଟ୍ଟନାୟକ ଅଡିଟରିୟମରେ ଆୟୋଜିତ ସନ୍ଥ କବି ଭୀମଭୋଇ ଓ ସ୍ଵଭାବ କବି ଗଙ୍ଗାଧର ମେହେର ଏବଂ ପଶ୍ଚିମ ଓଡ଼ିଶାର ସାସ୍କୃତିକ ଐତିହ୍ୟ ଉପରେ ୬ ଗୋଟି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଏହି ଅବସରରେ ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ଦେଓଗଡ ଓ ସୁନ୍ଦରଗଡ଼ ଜିଲ୍ଲାରେ 42ଟି ଡାକଘରର ଉଦଘାଟନ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । କାର୍ଯ୍ୟକ୍ରମରେ ଭିସି ଜରିଆରେ ଯୋଡି ହୋଇଥିଲେ ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ। 
ଅନ୍ୟପଟେ ଫୁଟବଲ୍ ଫର୍ ସ୍କୁଲ୍ କାର୍ଯ୍ୟକ୍ରମର ଶୁଭାରମ୍ଭ ସହ ପିଲାଙ୍କ ମନୋବଳ ବଢାଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। 

ଚଣ୍ଡିଖୋଲରେ ସାଧାରଣ ସଭାକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି

ସମ୍ବଲପୁର ଷ୍ଟେସନରୁ `ଆସ୍ଥା' ଟ୍ରେନର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 15 ଶହ 12ଜଣ ରାମଭକ୍ତଙ୍କୁ ନେଇ ଅଯୋଧ୍ୟା ଅଭିମୁଖେ ଗଡିଲା ସ୍ବତନ୍ତ୍ର ଟ୍ରେନ୍। 


 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ