କୋଭିଡ ସ୍ଥିତି ସମୀକ୍ଷା କଲେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ
by Argus News
Wed, Dec 20 | 12:32 p.m.

 ଅର୍ଗସ ବ୍ୟୁରୋ : କୋଭିଡ ସ୍ଥିତି ସମୀକ୍ଷା କଲେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ । ଆତଙ୍କିତ ନହୋଇ ସତର୍କ ରହିବାକୁ ପରାମର୍ଶ ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ । ସତର୍କତା ସହ ଆଗୁଆ ପଦକ୍ଷେପ ନେବାକୁ ନିର୍ଦ୍ଦେଶ । ଶୀତ ଏବଂ ପାର୍ବଣ ଋତୁ ଯୋଗୁ ସତର୍କ ରହିବାକୁ ପରାମର୍ଶ ଦେଲେ । ପ୍ରତି ୩ ମାସରେ ହସ୍ପିଟାଲ ମକଡ୍ରିଲ କରିବାକୁ ନିର୍ଦ୍ଦେଶ ଦେଲେ ।  

ଅଧିକ ପଢନ୍ତୁ : ଦେଶରେ ପୁଣି କୋଭିଡ୍‌ ଭୟ: କେନ୍ଦ୍ର ଡାକିଲା ଗୁରୁତ୍ବପୂର୍ଣ୍ଣ ବୈଠକ

ଆଗକୁ ନୂଆବର୍ଷ, ସଂକ୍ରମଣ ବଢିବା ଆଶଙ୍କା । ଏଥିପାଇଁ ସବୁ ରାଜ୍ୟ ଆଲର୍ଟ ରହିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର । କେରଳ ଓ କର୍ଣ୍ଣାଟକରେ ପଜିଟିଭ ପରେ କେନ୍ଦ୍ର ଗାଇଡଲାଇନ ଜାରି କରିଛି । ସେପଟେ ଆବଶ୍ୟକ ପଡ଼ିଲେ, ରାଜ୍ୟ ଜାରି କରିପାରେ ଗାଇଡଲାଇନ । ଏବେ ବି ସର୍ଭେଲାନ୍ସ ଜାରି ରହିଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ  ଡାକ୍ତର ବିଜୟ ମହାପାତ୍ର । ଏବେ ଯାଏଁ ନୂଆ ଭାରିଏଣ୍ଟ ରାଜ୍ୟରେ ଚିହ୍ନଟ ହୋଇନାହିଁ । ଯଦି ଆସେ, ଜିନୋମ ସିକ୍ବେନ୍ସ ପାଇଁ ପଠାଯିବ । ଜ୍ବର, ଥଣ୍ଡା ହେଲେ ଘରୁ ନ ବାହାରିବା ସହ ଲକ୍ଷଣ ଥିଲେ ପିକ୍‌ନିକ୍ ନ ଯିବାକୁ ପରାମର୍ଶ ଦେଇଛନ୍ତି  ଡାକ୍ତର ବିଜୟ ମହାପାତ୍ର। 

ରାଜ୍ୟରେ ଲାଗୁ ହେବ
24m ago
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବା ପାଇଁ ପୁନଃଗଠିତ ହେଲା ଟାସ୍କ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥ
LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର