ଛାତ୍ରଛାତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ପରାମର୍ଶ, ନିଜ ପାଇଁ ନୁହେଁ ସମୂହଙ୍କ ପାଇଁ ବଞ୍ଚିବା ଦରକାର
by Argus News
Mon, Nov 20 | 7:26 p.m.

ଅର୍ଗସ ବ୍ୟୁରୋ:  ସମାଜ ଗଠନ ଓ ଦେଶ ନିର୍ମାଣ କରିବାରେ ଆମ ସମସ୍ତଙ୍କର ଭୂମିକା ରହିବା ଦରକାର । ଆମେ ସାମଜରେ ବଞ୍ଚୁଛେ । ସମାଜର ଭଲ ମନ୍ଦ ସବୁ ଆମ ଉପରେ ପରୋକ୍ଷରେ ହେଉ କି ପ୍ରତ୍ୟେକ ଭାବରେ ଫରକ ପକାଉଛି । କେବଳ ଡକ୍ଟର, ଇଞ୍ଜିନିୟର, ଓକିଲ, ବଡ ବ୍ୟବସାୟ କରିବା ପାଇଁ ନୁହେଁ ବରଂ ସମାଜର କଲ୍ୟାଣ ପାଇଁ ପିଲାମାନଙ୍କର ଲକ୍ଷ୍ୟ ରହିବା ଦରକାର । ନିଜ ପାଇଁ ନୁହେଁ ସମୂହଙ୍କ ପାଇଁ ବଞ୍ଚିବା ଦରକାର । ବରଗଡ଼ରେ ‘କ୍ରୀଷ୍ଣା ବିକାଶ ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁସନ’ର ବାର୍ଷିକ ସମାରୋହରେ ଯୋଗ ଦେଇ ଏପରି କହିଛନ୍ତି କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ଜାତୀୟ ଶିକ୍ଷା ନୀତିର ଏହି ଆହ୍ୱାନକୁ ସାକାର କରିବା ଦିଗରେ କ୍ରୀଷ୍ଣା ବିକାଶ ଗ୍ରୁପ ଇନଷ୍ଟିଚ୍ୟୁସନ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରଖୁ । ଏହାର ସ୍କୁଲ ସମୂହ ଉତ୍ତମ ମଣିଷ ତିଆରି କରିବାର ଏକ ଅନୁଷ୍ଠାନ ହେଉ ବୋଲି ଆଶାବ୍ୟକ୍ତ କରିଛନ୍ତି କେନ୍ଦ୍ରଶିକ୍ଷା ମନ୍ତ୍ରୀ ।  

ଛାତ୍ରଛାତ୍ରୀମାନେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ବିପ୍ଲବୀ ବୀର ସୁରେନ୍ଦ୍ର ସାଏଙ୍କ ଭଳି ହେବା ପାଇଁ ପାଠ ପଢିବା ଦରକାର । ହାତୀ ସିଂହ ଓ ମାଧୋ ସିଂହଙ୍କ ପରି ଚରିତ୍ର ଓ ବ୍ୟକ୍ତିତ୍ୱ ଗଠନ ପାଇଁ ପାଠ ପଢିବା ଦରକାର । ତେବେ ଯାଇ ଆମ ଦେଶ ଅମୃତକାଳରେ ବିଶ୍ୱରେ ୧ ନମ୍ବର ହେବ ।  

ଆମ ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନାରେ ଜାତୀୟ ଶିକ୍ଷା ନୀତି ପ୍ରଣୟନ କରାଯାଇଛି । ଏହି ଶିକ୍ଷାନୁଷ୍ଠାନରେ ପିଲାମାନେ ବୀର ସୁରେନ୍ଦ୍ର ସାଏ, ମାଧୋ ସିଂହ ଏବଂ ହାତୀ ସିଂହଙ୍କ ଭଳି ବଳିଷ୍ଠ ବ୍ୟକ୍ତିତ୍ୱ ଗଠନ କରିବା ପାଇଁ ପାଠ ପଢିବା ଦରକାର । ଏହା ଦ୍ୱାରା ଆମ ଦେଶ ବିଶ୍ୱରେ ଅଗ୍ରଣୀ ହେବ । ଆମେ ଅମୃତକାଳରେ ଗୁଣାତ୍ମକ ଶିକ୍ଷା ସହ ଧନ୍ଦାମୂଳକ ଶିକ୍ଷାଦାନ ମାଧ୍ୟମରେ ଭାରତକୁ ବଡ଼ କରାଇବା ପାଇଁ ପ୍ରଚେଷ୍ଟା କରିବା ଦରକାର । 

ବରଗଡ଼ ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ଧର୍ମେନ୍ଦ୍ର
 

ଭାଙ୍ଗିଲା ଟୋକିଓରେକର୍ଡ
7m ago
ପ୍ୟାରିସରେ ଭାରତର ପଦକ ସଂଖ୍ୟା ୨୯କୁ ବୃଦ୍ଧି,ଭାଙ୍ଗିଲା ଟୋକିଓ ପଦକ ରେକର୍ଡ
ଅର୍ଗସ ବ୍ୟୁରୋ:ପ୍ୟାରିସ ପାରା ଅଲମ୍ପିକ୍ସରେ ଭାରତର ପଦକ ବର୍ଷା। ପଦକ ସଂଖ୍ୟା ୨୯କୁ ବୃଦ୍ଧି ହୋଇଛି। ୧୦ମ ଦିନରେ ଭାରତକୁ ମିଳିଛି ୨ଟି ମେଡାଲ, କମାଲ କରିଛନ୍ତି ନବଦୀପ ଏବଂ ସିମରନ ଶର୍ମା
ପବିତ୍ର ନୂଆଁଖାଇ
24m ago
ପବିତ୍ର ନୂଆଁଖାଇ ଅବସରରେ ପଶ୍ଚିମ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ମନ୍ତ୍ରୀ
ଅର୍ଗସ ବ୍ୟୁରୋ: ଆଜି ହେଉଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପର୍ବ। ପବିତ୍ର ନୂଆଁଖାଇ ପର୍ବ ଅବସରରେ ପଶ୍ଚିମ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍
ନୂଆଁଖାଇରେ
31m ago
ନୂଆଁଖାଇରେ ସମ୍ବଲପୁର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ
ଅର୍ଗସ ବ୍ୟୁରୋ: ନୂଆଁଖାଇରେ ସମ୍ବଲପୁର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସମ୍ବଲପୁର ଆସିବେ। କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇର