ପ୍ୟାରିସରେ ଭାରତର ପଦକ ସଂଖ୍ୟା ୨୯କୁ ବୃଦ୍ଧି,ଭାଙ୍ଗିଲା ଟୋକିଓ ପଦକ ରେକର୍ଡ
by Argus News
Sun, Sep 08 | 10:28 a.m.

ଅର୍ଗସ ବ୍ୟୁରୋ:ପ୍ୟାରିସ ପାରା ଅଲମ୍ପିକ୍ସରେ ଭାରତର ପଦକ ବର୍ଷା। ପଦକ ସଂଖ୍ୟା ୨୯କୁ ବୃଦ୍ଧି ହୋଇଛି। ୧୦ମ ଦିନରେ ଭାରତକୁ ମିଳିଛି ୨ଟି ମେଡାଲ, କମାଲ କରିଛନ୍ତି ନବଦୀପ ଏବଂ ସିମରନ ଶର୍ମା। ପୁରୁଷ ଜାଭେଲିନ ଥ୍ରୋ ଏଫ୍ ୪୧ ବିଭାଗରେ ନଭଦୀପ ସିଂ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ସହ ରୌପ୍ୟ ମେଡାଲ ହାତେଇଥିଲେ,ଇରାନର ବିଟ୍ ସାୟା ସାଜେଦ ୪୭.୬୪ ମିଟର ସହ ସ୍ବର୍ଣ୍ଣ ପଦକ ଜିତିନେଇଥିଲେ,କିନ୍ତୁ ସେ ଆଯୋଗ୍ୟ ଘୋଷିତ ହେବା ପରେ ନଭଦୀପଙ୍କୁ ସ୍ବର୍ଣ୍ଣ ପଦକ ପ୍ରଦାନ କରାଯାଇଛି।  

ନବଦୀପ ୪୭.୩୨ ମିଟରର ପର୍ସନାଲ ବେଷ୍ଟ ଥ୍ରୋ କରିଥିଲେ। ସେହିଭଳି ସେହିପରି ସିମରନ ଶର୍ମା ଓମେନ ୨୦୦ ମିଟର ଟି୧୨ର ଇଭେଣ୍ଟ ଫାଇନାଲରେ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ମେଡାଲ କବଜା କରିଛନ୍ତି।  ସିମରନ ୨୪.୭୫ର ପର୍ସନାଲ ବେଷ୍ଟ ସହ ରେସକୁ ଶେଷ କରିଥିଲେ। ଟୋକିଓ ପାରଅଲମ୍ପିକ୍ସ ୨୦୨୦ରେ ଭାରତ ୫ ସ୍ବର୍ଣ୍ଣ,୮ ରୌପ୍ୟ,୬ କାଂସ୍ୟ ସହ ମୋଟ ୧୯ ପଦକ ଜିତିଥିବାବେଳେ ୨୦୨୪ ପ୍ୟାରିସ ପାରା ଅଲମ୍ପିକ୍ସରେ ଭାରତ ପୂର୍ବ ରେକର୍ଡ ଭାଙ୍ଗିଛି ବର୍ତ୍ତମାନ ସୁଦ୍ଧା ପଦକ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି ସେଥିରେ ୬ ସ୍ବର୍ଣ୍ଣ,୯ ରୌପ୍ୟ,୧୪ କାଂସ୍ୟ ରହିଛି

 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା