ବିଭାଗ ମିଳିବା ପରେ ଦାୟିତ୍ୱ ଗ୍ରହଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
by Argus News
Tue, Jun 11 | 10:48 a.m.

ଅର୍ଗସ ବ୍ୟୁରୋ: ବିଭାଗ ମିଳିବା ପରେ ଦାୟିତ୍ୱ ଗ୍ରହଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ରେଳ ମନ୍ତ୍ରାଳୟରେ ପହଞ୍ଚି କାର୍ଯ୍ୟଭାର ନେଇଛନ୍ତି । ରେଳ ମନ୍ତ୍ରାଳୟରେ ଅଶ୍ୱିନୀ ବୈଷ୍ଣବଙ୍କୁ ଫୁଲ ତୋଡା ଓ କରତାଳି ସହ ସ୍ୱାଗତ କରାଯାଇଛି ।

ଦାୟିତ୍ୱ ନେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଦେଶବାସୀ ପୁଣିଥରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଭରସା କରିଛନ୍ତି । ରେଳ ବିଭାଗ ଆଗରେ ଆଗକୁ ଅନେକ ଆହ୍ୱାନ ଅଛି । ଗତ ୧୦ ବର୍ଷରେ ମୋଦୀ ସରକାର ରେଳ ବିଭାଗକୁ ଅନେକ ଆଗକୁ ନେଇଛନ୍ତି । ଏହି ପ୍ରକ୍ରିୟା ଆଗାମୀ ଦିନରେ ବି ଜାରି ରହିବ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ରେଳ ବିଭାଗ ସହ ସୂଚନା ଓ ପ୍ରସାରଣ ବିଭାଗ ମଧ୍ୟ ମିଳିଛି ଅଶ୍ୱିନୀ ବୈଷ୍ଣବଙ୍କୁ ମିଳିଛି ।

ସେହିପରି କେନ୍ଦ୍ରମନ୍ତ୍ରୀ ଏସ୍. ଜୟଶଙ୍କର ମଧ୍ୟ ନିଜ ମନ୍ତ୍ରାଳୟରେ ପହଞ୍ଚି ଦାୟିତ୍ୱ ନେଇଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଦାୟିତ୍ୱ ଦ୍ୱିତୀୟ ଥର ପାଇଁ ଗ୍ରହଣ କରିଛନ୍ତି ଜୟଶଙ୍କର । ଦାୟିତ୍ୱ ଗ୍ରହଣ କରିବା ପରେ ଜୟଶଙ୍କର କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତିନିଧିତ୍ୱରେ ଭାରତର ବୈଦେଶିକ ନୀତି ଅନେକ ଆଗକୁ ଯାଇଛି । ତୃତୀୟ ଥର ପାଇଁ ଭାରତର ନେତୃତ୍ୱ ନେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଆଗକୁ ଭାରତର ବୈଦେଶିକ ନୀତି ଆହୁରି ସଫଳ ହେବ ବୋଲି ଆଶା ରଖିଛନ୍ତି ଜୟଶଙ୍କର। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ