ବିଜେଡିର ଇସ୍ତାହାରକୁ ନେଇ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
by Argus News
Fri, May 10 | 11:05 a.m.

ଅର୍ଗସ ବ୍ୟୁରୋ: ବିଜେଡିର ଇସ୍ତାହାରକୁ ନେଇ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। `ବିଜେଡି ଇସ୍ତାହାରରେ କିଛି ନୂଆ ନାହିଁ, କାଗଜର ଦସ୍ତାବିଜ୍' । `ବିଜେଡିର ଇସ୍ତାହାର ଲୋକଦେଖାଣିଆ, କାଗଜର ଦସ୍ତାବିଜ୍' । `ବିଜେପି ସଂକଳ୍ପପତ୍ରକୁ ବିଜେଡି ତା'ର ଇସ୍ତାହାରରେ କପି କରିବାକୁ ଚେଷ୍ଟା କରିଛି' । ବିଜେଡି କହୁଛି 2 ଲକ୍ଷ ଚାକିରି ଦେବୁ, 24 ବର୍ଷ ହେଲା ଥିଲ, କ'ଣ କରୁଥଲ ? ।  

ବିଧାନସଭାରେ ଏକ ଲକ୍ଷ ଚାକିରି ଖାଲି ଥିବା କହିଥିଲେ ମଧ୍ୟ ଏପର୍ଯ୍ୟନ୍ତ କାହିଁକି ପୂରଣ ହୋଇନି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଶ୍ନ କରିଛନ୍ତି । ବିଜେଡି 2014 ଓ 19 ଇସ୍ତାହାର ଭଳି ଏଥର ବି ପ୍ରତାରଣା କରିବ । ବିଜେଡିର ବିଚାରଶୂନ୍ୟତା ଇସ୍ତାହାର, କଳ୍ପନାର ଅଭାବ ରହିଛି । ବାରମ୍ବାର ଲୋକଙ୍କୁ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଆସୁଛି ବିଜେଡି ସରକାର।

ଓଡ଼ିଶାରେ ବିଜେପି ସରକାର କଲେ ଚାଷୀଙ୍କ ହିତ ପାଇଁ ଅନେକ କାର୍ଯ୍ୟ କରାଯିବ । ଚାଷୀମାନଙ୍କ ସୁବିଧା ପାଇଁ ଶୀତଳଭଣ୍ଡାର କରାଯିବ । ଧାନର MSP କ୍ଵିଣ୍ଟାଲ୍ ପିଛା 3100 ଟଙ୍କା ଦିଆଯିବ । ଯୁଯୁମୁରା ନିଲଡୁଙ୍ଗୁରିରେ ଟର୍ମିନାଲ୍ ମାର୍କେଟ୍ କମ୍ପ୍ଲେକ୍ସ ଆଗେଇଲାନି । ଶିଳାନ୍ୟାସର 10 ବର୍ଷ ପରେ ବି ନିର୍ମାଣ କାମ ହେଲାନି ବୋଲି ଲୋକେ ପ୍ରଶ୍ନ କରୁଛନ୍ତି। ବିଜେପି ସରକାର ଆସିଲେ ଚାଷୀଙ୍କ ଦୁଃଖ ଦୂର ହେବା ସହ ବିଭିନ୍ନ ସମସ୍ୟାର ସମାଧାନ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। 

ଅଧିକ ପଢ଼ନ୍ତୁ ରାଜନୀତି ଖବର 
 

ପୋଲିସ
2m ago
ପୋଲିସର ବର୍ରରତା, ମହିଳାଙ୍କ ଉପରେ ଲାଠିଚାର୍ଜ ସହ ଗୁଳିମାଡ
ବୌଦ୍ଧ : ଭୋଟ୍ ବିବାଦ । ପୋଲିସ ଜନତା ମୁହାଁମୁହିଁ । ବୌଦ୍ଧ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ମହେଶ୍ବରପିଣ୍ଡାରେ ପୋଲିସର ବର୍ବର ଗୁଳି ଚାଳନା । ଗାଁ ଲୋକ କଲେ ପୋଲିସ ଉପରକୁ ପଥରମାଡ଼
ସମ୍ବିଧାନ ମୁଖବନ୍ଧରେ
ସମ୍ବିଧାନ ମୁଖବନ୍ଧରେ ଅହିଂସା ଦାବି କରୁଥିବା ଦଳ, ଘଟାଉଛି ରାଜରାସ୍ତାରେ ହିଂସା
ଅର୍ଗସ ବ୍ୟୁରୋ: ବିଜେଡି ସାଜିଛି ରକ୍ତମୁଖା। ନିର୍ବାଚନକୁ ନେଇ ଗଡିଲା ମୁଣ୍ଡ। ରାଜନୈତିକ ହିଂସାର ଶିକାର ନିରୀହ ଲୋକ । ବରଗଡ଼ରେ ବିଜେଡି ଗୁଣ୍ଡାଙ୍କ ଶିକାର ହୋଇଛନ୍ତି ଜଣେ ଅଟୋ ଚାଳକ
ସମ୍ଭାବ୍ୟ ବାତ୍ୟାକୁ
ସମ୍ଭାବ୍ୟ ବାତ୍ୟାକୁ ନେଇ ମତ୍ସଜୀବୀଙ୍କ ପାଇଁ ଜାରି ହେଲା ସତର୍କ ସୂଚନା
ଅର୍ଗସ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମ୍ଭାବ୍ୟ ବାତ୍ୟାକୁ ନେଇ ଓଡିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ସତର୍କ ସୂଚନା ଜାରି କରିଛନ୍ତି । ଆଜି ପୂର୍ବାହ୍