ଆଜିଠୁ 3 ଦିନିଆ ୟୁଏଇ ଗସ୍ତରେ ଯାଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
by Argus News
Wed, Nov 01 | 8:21 a.m.

ଅର୍ଗସ ବ୍ୟୁରୋ: ଆଜିଠୁ 3 ଦିନିଆ ୟୁଏଇ ଗସ୍ତରେ ଯାଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ଉଭୟ ଦେଶର ଶିକ୍ଷା ଓ ଦକ୍ଷତା ଉପରେ ହବେ ଗୁରୁତ୍ବପୂର୍ଣ୍ଣ ଆଲୋଚନା। ୟୁଏଇର ଅନେକ ପ୍ରମୁଖ ମନ୍ତ୍ରୀ, ଅଧିକାରୀ, ଶିକ୍ଷାବିତଙ୍କ ସମେତ ପ୍ରବାସୀ ଭାରତୀୟଙ୍କ ବିଶିଷ୍ଟ ପ୍ରତିନିଧି ଏବଂ ବ୍ୟବସାୟୀ ମୁଖ୍ୟମାନଙ୍କୁ ଭେଟିବା ସହ ଉଭୟ ଦେଶର ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଦିଗ ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। 

ପ୍ରଥମ ଦିନରେ କେନ୍ଦ୍ରମନ୍ତ୍ରୀ ୟୁଏଇର ଶିକ୍ଷା ମନ୍ତ୍ରୀ ଡ. ଅହମ୍ମଦ ବେଲହୋଲ ଅଲ୍ ଫଲାସୀ,  ପ୍ରାଥମିକ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ତଥା ଆବୁଧାବି ଶିକ୍ଷା ଓ ଜ୍ଞାନ ବିଭାଗର ଅଧ୍ୟକ୍ଷା ସାରା ମୁସଲ୍ଲମ ଏବଂ ୟୁଏଇର ବୈଦେଶିକ ମନ୍ତ୍ରୀ ଶେଖ୍ ଅବଦୁଲ୍ଲା ବିନ୍ ଜାୟେଦଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ଏହି ଦିନ ଆଇଆଇଟି ଦିଲ୍ଲୀ-ଆବୁଧାବୀର କ୍ୟାମ୍ପସ ପରିଦର୍ଶନ କରିବା ସହ ୪୨ ଆବୁଧାବୀ, ସ୍କୁଲ ଫର୍ ପ୍ରୋଗ୍ରେସିଭ୍ ଲର୍ଣ୍ଣିଂ ଅନୁଷ୍ଠାନକୁ ପରିଦର୍ଶନ କରିବେ କେନ୍ଦ୍ରମନ୍ତ୍ରୀ । ଏହାବ୍ୟତିତ ଭାରତୀୟ ଦୂତାବାସ ଅଡିଟୋରିୟମରେ ୟୁଏଇର ଓଡ଼ିଆ ସମୁଦାୟଙ୍କୁ ଭେଟିବାର କାର୍ଯ୍ୟସୂଚି ରହିଛି । ସେହିପରି ନଭେମ୍ବର ୨ ରେ  ଆବୁଧାବୀର ଗ୍ଲୋବାଲ ଟେକ୍ ଇକୋସିଷ୍ଟମ୍ ହବ୍ ୭୧ ପରିଦର୍ଶନ କରିବା ପରେ ବିଏପିଏସ୍ ମନ୍ଦିର ଦର୍ଶନ କରିବେ ଧର୍ମେନ୍ଦ୍ର ପ୍ରଧାନ। ଦୁବାଇରେ ମ୍ୟାନେଜମେଣ୍ଟ କମ୍ପାନୀ ଇଏଫଏସ ପରିଦର୍ଶନ ସହ କମ୍ପାନୀର ପ୍ରଶିକ୍ଷଣ କେନ୍ଦ୍ର ବୁଲି ଦେଖିବେ। 

ଅଧିକ ପଢ଼ନ୍ତୁ ଭାରତ ଖବର
 

BOBBY DAS
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ