ପୁଣି ଓଡ଼ିଆଙ୍କ ଅସ୍ମିତାର କଥା କହିଲେ ଧର୍ମେନ୍ଦ୍ର
by Argus News
Wed, Apr 03 | 3:53 p.m.

ଅର୍ଗସ ବ୍ୟୁରୋ: ପୁଣି ଓଡ଼ିଆଙ୍କ ଅସ୍ମିତା ଓ ଆକାକ୍ଷାଂର କଥା କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେମିତି ପ୍ରତିଟି ଓଡ଼ିଆଙ୍କ ମନପ୍ରାଣରେ ଥାଏ ଜଗା ଦର୍ଶନ କରିବାର ସେ କଥା ବି ସେ କହିଲେ । ସେଇଥି ଲାଗି ତ ଖୋଲା ମଂଚରେ ଏମିତି କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଖାଲି ଏତିକି ନୁହେଁ ବରଂ ଶ୍ରୀରାମ, ମାଆ ବିରଜାଙ୍କ ଶରଣରେ ପଶିବାକୁ ଆମ ଇଚ୍ଛାଥାଏ ବୋଲି ସେ କହିଲେ । ଧର୍ମେନ୍ଦ୍ର ଓଡ଼ିଆଙ୍କ ମନର କଥା କହିଥିବାରୁ ଏବେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରତି ମୁହୂର୍ତ୍ତରେ ଓଡିଆଙ୍କ ଅସ୍ମିତା ଓ ଆକାକ୍ଷାଂର କଥା କହୁଥିବା ନେତା । ପଲ୍ଲୀରୁ ଦିଲ୍ଲୀ...ଯୁଆଡେ ଗଲେ ବି ଓଡ଼ିଆଙ୍କର କଥା କହିବାକୁ ସେ କେବେ ବି ଭୁଲନ୍ତି ନାହିଁ । ସେଇଥି ଲାଗି ତ ସରକାରୀ ସଭାରେ ଓଡ଼ିଆଙ୍କୁ ଭୂରିଭୂରି କରନ୍ତି ପ୍ରଶଂସା । ୨୦୧୪ରୁ କେନ୍ଦ୍ରରେ ଗୁରୁତ୍ଵପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ଅଛନ୍ତି, ପ୍ରତିଦିନ ଅନେକ ସ୍ଥାନକୁ ଗସ୍ତ ବି କରୁଛନ୍ତି । ଆଉ ପ୍ରତି ଗସ୍ତ ସମୟରେ ଓଡ଼ିଆଙ୍କର କଥା କୁହନ୍ତି, ପ୍ରଶଂସା କରନ୍ତି । ନିଜେ ଓଡ଼ିଆର ପରିଚୟ ଦେବା ସହିତ ଓଡ଼ିଶାର ବିକାଶ ହେଲେ ଦେଶର ବିକାଶ ହେବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି । ଆଉ ଧର୍ମେନ୍ଦ୍ରଙ୍କର ଏମିତି ଓଜସ୍ଵନୀୟ ଭାଷଣକୁ ନେଇ ଅନେକ ସମୟରେ ଚର୍ଚ୍ଚା ଚାଲେ । କିନ୍ତୁ ଓଡ଼ିଆଙ୍କ ଆକାକ୍ଷାଂର କଥା କହିଥିବାରୁ ଏବେ ଆଲୋଚନା ଜୋର  ।

ଓଡ଼ିଆଙ୍କୁ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ସବୁବେଳେ ପ୍ରଶଂସା କରନ୍ତି ଧର୍ମେନ୍ଦ୍ର । ରାଜ୍ୟରୁ ନିର୍ବାଚିତ ହୋଇନଥିଲେ ବି ପ୍ରତିଦିନ ରାଜ୍ୟର ବିକାଶ ଗାଡି କେମିତି ଘାଏଁ ଘାଏଁ ଗଡିବ ସେନେଇ ଚିନ୍ତା କରନ୍ତି । ଆଉ ଏହାରି ଭିତରେ ସମ୍ବଲପୁରରୁ ତାଙ୍କୁ ଲୋକସଭା ପ୍ରାର୍ଥୀ କରିଛି ବିଜେପି । ବାସ୍‌ ଏହି ଖବର ସମ୍ବଲପୁରରେ ପହଞ୍ଚିବା ପରେ ବାଜା ବଜାଇ ବାଣ ଫୁଟାଇ ନାଚଗୀତ କରିଥିଲେ ସମ୍ବଲପୁରବାସୀ । ଖାଲି ଏତିକି ନୁହେଁ ବରଂ ତାଙ୍କ ଉପରେ ଜାଲ ପକାଇଥିଲେ ଶୁଭେଚ୍ଛୁ । ଏ ସବୁ ଦୃଶ୍ୟ ଦେଖିବା ପରେ ଗୋଟିଏ କଥା ସ୍ପଷ୍ଟ ଧର୍ମେନ୍ଦ୍ରଙ୍କ ପ୍ରତି ଓଡ଼ିଆ ନେତା ବିରଳ । 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ