ଯିଏ ଜାଣିନାହାନ୍ତି ଓଡ଼ିଆ ଝିଅ ରାଷ୍ଟ୍ରପତି, ତାଙ୍କ ହାତରେ ଆମେ ଶାସନ ଦେବା କେମିତି ?
by Argus News
Sun, May 26 | 9:25 p.m.

ଅର୍ଗସ ବ୍ୟୁରୋ: ଓଡ଼ିଆ ଝିଅ ଦେଶର ରାଷ୍ଟ୍ରପତି ନାଁ ପ୍ରଧାନମନ୍ତ୍ରୀ ? ଠିକ୍‌ରେ ଜାଣିନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏମିତି ସ୍ଥିତିରେ ସେ ଶାସନ କେମିତି କରିବେ ? ୨୫ ବର୍ଷ ହେଲାଣି ଶାସନ କରୁଛନ୍ତି, ରାଜ୍ୟରୁ ଓଡ଼ିଆ ଝିଅ ଯାଇ ଦେଶର ସର୍ବୋଚ୍ଚ ସ୍ଥାନରେ ପହଞ୍ଚିଲେଣି । ତାଙ୍କୁ ବି ଠିକ୍‌ରେ ସମ୍ମାନ ଦେଇପାରୁନାହାନ୍ତି । ପୂର୍ବରୁ ମହାପୁରୁଷ, ବରପୁତ୍ରଙ୍କ ନାଁ ତ ଯାହା ଭୁଲଭାଲ କହୁଥିଲେ କହୁଥିଲେ ଏବେ ନିଜ ମାଟିରେ ହିଁ ରାଷ୍ଟ୍ରପତିଙ୍କୁ ପ୍ରଧାନମନ୍ତ୍ରୀ କହୁଛନ୍ତି । ଆଗାମୀ ୫ ବର୍ଷର ଶାସନ ଡୋରି ନବୀନଙ୍କ ହାତରେ କେଉଁ ବିଶ୍ଵାସରେ ଜନତା ଦେବେ ? ବାରିପଦା ନିର୍ବାଚନୀ ସଭାରେ ଏମିତି କିଛି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସ୍ଥାନ-ମୟୂରଭଞ୍ଜ । କାର୍ଯ୍ୟକ୍ରମ-ନିର୍ବାଚନୀ ସଭା । ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବାକୁ ପହଞ୍ଚିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବାରିପଦା ମାଟିର ଝିଅ ଆଜି ଦେଶର ପ୍ରଧାନମନ୍ତ୍ରୀ । ହେଲେ ମୟୂରଭଂଜ ମାଟିର ଝିଅ ଦେଶର ପ୍ରଧାନମନ୍ତ୍ରୀ ନୁହେଁ ବରଂ ରାଷ୍ଟ୍ରପତି ଅଛନ୍ତି । ଏ କଥା ବି ନବୀନ ବାବୁ ଭଲରେ ଜାଣିଛନ୍ତି । କାରଣ ପୂର୍ବରୁ ଦ୍ରୌପଦୀଙ୍କୁ ନିଜ ଭଉଣୀ କହିବା ସହ ତାଙ୍କୁ ଭୋଟ ଦେବାକୁ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ । ହେଲେ ମଂଚ ଉପରେ ନବୀନଙ୍କୁ ଭୁଲ ଲେଖାଥିବା କାଗଜ ପାଣ୍ଡିଆନ ଜାଣିଶୁଣି ଦେଇଥିବା ଚର୍ଚ୍ଚା ହେଲା ।

ନିର୍ବାଚନୀ  ସଭା କରିବାକୁ ଏବେ ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି ନବୀନ ବାବୁ । ହେଲେ ସଭାରେ ସମାନ ସ୍କ୍ରିପ୍ଟ ପଢୁଛନ୍ତି । ଆଉ ଏହି ସମୟରେ ମାଇକ ଧରି ଛିଡା ହେଉଛନ୍ତି ଗୁମାସ୍ତା । ଖାଲି ମାଇକ ଧରୁଛନ୍ତି ତାହା ନୁହେଁ ବରଂ ପ୍ରମ୍ପଣ୍ଟିଂ ବି କରୁଛନ୍ତି । ଏ ସବୁ ଚିତ୍ର ଦେଖିବା ପରେ ଅନେକ ପ୍ରଶ୍ନ ସାଧାରଣ ଜନତାଙ୍କ ମନରେ ଉଙ୍କି ମାରୁଛି । ଲୋକେ କହୁଛନ୍ତି, ଯିଏ ନିଜେ ଦୁଇଧାଡି ମନରୁ କହିପାରୁନାହାନ୍ତି, ନିଜ ମାଇକ ନିଜେ ଧରିପାରୁନାହାନ୍ତି? ତାଙ୍କୁ କେଉଁ ଭରସାରେ ଶାସନ କରିବାକୁ ଭୋଟ ଦିଆଯିବ ? 

ମୋଟ୍‌ ଉପରେ, ନିର୍ବାଚନୀ ସଭାରେ ଯୋଗ ଦେବା ପାଇଁ ଦୁଇଦିନ ତଳେ ମୟୂରଭଂଜ ଗସ୍ତ କରିଥିଲେ ନବୀନ ବାବୁ । ସାଙ୍ଗରେ ଥିଲେ ବିଜେଡିର ନମ୍ବର-୨ ନେତା ଭି.କେ ପାଣ୍ଡିଆନ । ଆଉ ଚିରାଚରିତ ଢଙ୍ଗରେ ନବୀନ ବାବୁ ଆରମ୍ଭରୁ ପ୍ରଶ୍ନ କରିଥିଲେ ଅମକ ଯୋଜନା ଭଲ କି ? ସମକ ଯୋଜନା ଭଲ କି ? ନବୀନ ପଟ୍ଟନାୟକ ଭଲ କି ? ବାସ୍‌ ଏହାପରେ ମାଟିର ଝିଅ କଥା କହୁକହୁ କହିଲେ, ଏଇ ମାଟିର ଝିଅ ଆଜି ଦେଶର ପ୍ରଧାନମନ୍ତ୍ରୀ । ବାସ୍‌ ଏତିକି କଥା କହିବା ପରେ ପାଖରେ ଥିବା ପାଣ୍ଡିଆନ ସଙ୍ଗେ ସଙ୍ଗେ ଏହା ଭୁଲ ବୋଲି କହିବା ସହ କ୍ଷମା ପ୍ରାର୍ଥନା କରିବାକୁ କହିଲେ । ଆଉ ନବୀନ ବି ବିନା ସଂକୋଚରେ କ୍ଷମା ପ୍ରାର୍ଥନା କରିବା ସହିତ ମାଟିର ଝିଅ ରାଷ୍ଟ୍ରପତି କହିଲେ । ନବୀନ ବାବୁ ଜାଣିଶୁଣି ଭୁଲ କହିଲେ ଆମୋ ଆଦୌ କହୁନାହୁଁ । ହେଲେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଏମିତି ଭୁଲ ସ୍କ୍ରିପ୍ଟ କେମିତି ପାଣ୍ଡିଆନ ଲେଖିକି ଦେଲେ ସେନେଇ ପ୍ରଶ୍ନ ହେଉଛି । କିନ୍ତୁ ଏମିତି ଶାସନକର୍ତ୍ତାକୁ ଆଉ ସମୟ ଦେଇହେବ ନାହିଁ ବୋଲି ଆଜି ଧର୍ମେନ୍ଦ୍ର କହିବା ପରେ ଚର୍ଚ୍ଚା ଜୋର ଧରିଛି ।
 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ