ଓଡ଼ିଶା ପରିବର୍ତ୍ତନ ଆଡକୁ ମୁହାଁଇଛି, ମୋଦିଙ୍କ ସାଙ୍ଗରେ ଓଡ଼ିଶା ଅଛି - ଧର୍ମେନ୍ଦ୍ର ପ୍ରଧାନ
by Argus News
Mon, Feb 26 | 4:56 p.m.

ଅର୍ଗସ ବ୍ୟୁରୋ : ଓଡ଼ିଶା ବଡ ପରିବର୍ତ୍ତନ ଆଡକୁ ମୁହାଁଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାଙ୍ଗରେ ଓଡ଼ିଶା ଅଛି ବୋଲି ଅନୁଗୋଳ ଜିଲ୍ଲା ତାଳଚେର ନିର୍ବାଚନମଣ୍ଡଳୀର ଧରମପୁର ପଞ୍ଚାୟତରେ ବିଜେପିର ଲାଭାର୍ଥୀ ସମ୍ପର୍କ ଅଭିଯାନରେ ଲାଭାର୍ଥୀଙ୍କ ସହ ଆଲୋଚନା କରିବା ଅବସରରେ କହିଛନ୍ତି  କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

କେନ୍ଦ୍ରମନ୍ତ୍ରୀ କ୍ରମାଗତଃ ଢେଙ୍କାନାଳ, ଦେବଗଡ଼, ସମ୍ବଲପୁର ପରେ ଆଜି 'ଲାଭାର୍ଥୀ ସମ୍ପର୍କ ଅଭିଯାନ' ଅଧୀନରେ ଧରମପୁର ପଞ୍ଚାୟତର  ହିତାଧିକାରୀ ମାନଙ୍କୁ ଭେଟିଥିଲେ । ଦେଶବ୍ୟାପୀ ଦଳ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ କେନ୍ଦ୍ରମନ୍ତ୍ରୀ ଲାଭାର୍ଥୀ ମାନଙ୍କ ସହ ମୋଦୀଙ୍କ ଯୋଜନାରେ ସେମାନେ କିଭଳି ଉପକୃତ ହେଉଛନ୍ତି ଏବଂ ସେହି ଯୋଜନା ସେମାନଙ୍କ ଜୀବନରେ କଣ ପରିବର୍ତ୍ତନ ଆଣିଛି ତାହା ଉପରେ ଚର୍ଚ୍ଚା କରିଥିଲେ । 

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ମୋଦୀ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ମାଧ୍ୟମରେ ସମସ୍ତ ଲାଭାର୍ଥୀଙ୍କୁ ଚାଉଳର ଗ୍ୟାରେଣ୍ଟି ଦେଇଛନ୍ତି । ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟର ଗ୍ୟାରେଣ୍ଟି ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରାୟ ୩୪ ଲକ୍ଷ ଘର ଓଡ଼ିଶାକୁ ଯୋଗାଇ ଦେଇଛନ୍ତି । ଓଡ଼ିଶା ପ୍ରତି କଂଗ୍ରେସ ସରକାର ଶେଷ ୧୦ ବର୍ଷରେ ୩ ଲକ୍ଷ କୋଟି ଟଙ୍କାର ଦାୟିତ୍ୱ ନେଇଥିବା ବେଳେ ମୋଦି ସରକାର ଏବେ ସୁଦ୍ଧା ୧୮ ଲକ୍ଷ କୋଟି ଟଙ୍କାର ଦାୟିତ୍ୱ ନେଇଛନ୍ତି । କରୋନା ସମୟରେ ମାଗଣାରେ ଟିକା ଉପଲବ୍ଧ କରାଯାଇଛନ୍ତି ।  

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏସଏଚଜି ମହିଳା ମାନଙ୍କୁ ସ୍ୱଳ୍ପ ସୁଧରେ ଋଣ ଦେଉଛନ୍ତି । ୩ କୋଟି ଲକ୍ଷପତି ଦିଦି ବନାଇବାର କଳ୍ପନା ହୋଇଛି । ମୋଦୀଙ୍କ ନେତୃତ୍ୱରେ ଦେଶର ଗୌରବ ବଢିଛି । ଦେଶର ସର୍ବାଙ୍ଗୀନ ବିକାଶ ହେଉଛି । ଗରିବ, ଯୁବକ, ମହିଳା ଓ ଚାଷୀମାନେ ମୋଦୀଙ୍କୁ ଆଶୀର୍ବାଦ କରିବା ପାଇଁ ଏକାଠି ହୋଇଛନ୍ତି । ମୋଦୀ ଗ୍ୟାରେଣ୍ଟି, ଭରସାର ଗ୍ୟାରେଣ୍ଟି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଏହି ଅଭିଯାନ ଅଧୀନରେ କେନ୍ଦ୍ରମନ୍ତ୍ରୀ ଘର ଘର ବୁଲି ମୋଦୀଙ୍କ ଷ୍ଟିକର ଲଗାଇବା ସହ ଲିଫଲେଟ୍ ବାଣ୍ଟିଥିଲେ । ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଙ୍କୁ ଘରେ ଘରେ ପହଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ ।

ଆସନ୍ତା ଦୁଇ ଦିନ ମଧ୍ୟର
3m ago
ଆସନ୍ତା ଦୁଇ ଦିନ ମଧ୍ୟରେ ଅବପାତରେ ପରିଣତ ହେବ ଲଘୁଚାପ
ଅର୍ଗସ ବ୍ୟୁରୋ: ଘନୀଭୂତ ହେଉଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ। ଲଘୁଚାପ ଆହୁରି ଘନୀଭୂତ ହେବାକୁ ବଳଗୋଟାଉଛି। ଆସନ୍ତା ଦୁଇ ଦିନ ମଧ୍ୟରେ ଅବପାତରେ ପରିଣତ ହେବ ଲଘୁଚାପ। ଉତ୍ତର-ପଶ୍ଚି
ଆଜି ଚାଷୀଙ୍କୁ
13m ago
ଆଜି ଚାଷୀଙ୍କୁ ମିଳିବ ସିଏମ୍ କିଷାନ ସହାୟତା
ଅର୍ଗସ ବ୍ୟୁରୋ: ନୂଆଁଖାଇ ଉପଲକ୍ଷେ ଚାଷୀଙ୍କ ପାଇଁ ଖୁସି ଖବର । ଆଜି ଚାଷୀଙ୍କୁ ସିଏମ୍ କିଷାନ ସହାୟତା ଭେଟି ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସିଏମ୍ କିଷାନ ସହାୟତା ଅନ୍ତର୍ଗତ ଉପକୃତ ହେବ
ଗଣପର୍ବ ନୂଆଁଖାଇକୁ
37m ago
ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା
ଅର୍ଗସ ବ୍ୟୁରୋ: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା । ଘର ଲିପା ପୋଛା ସହ ସାଜସଜ୍ଜା । କୃଷି ଭିତ୍ତିକ ଗଣପର୍ବକୁ ପାଳନ କରିବାକୁ ପ୍ରତି ଘରେ, ପ୍ରତି ପରିବାରର