ମେରୁଯାତ୍ରା ଆମ ଲୋକପରମ୍ପରାରେ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି : ଧର୍ମେନ୍ଦ୍ର ପ୍ରଧାନ
by Argus News
Mon, Apr 15 | 7:57 p.m.

ଅର୍ଗସ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଦେବଗଡ଼ ଜିଲ୍ଲା ଆଁଉଳୀ ଠାରେ  ମା’ ଭଦ୍ରକାଳୀ ମେରୁ ଯାତ୍ରା ପର୍ବରେ ସାମିଲ ହେବା ସହ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । 

ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେବଗଡରେ ମା’ ଭଦ୍ରକାଳୀ ମେରୁଯାତ୍ରାରେ ସାମିଲ ହେବା ମୋ ପାଇଁ ପରମ ସୌଭାଗ୍ୟ । ଶିବ ଓ ଶକ୍ତି ଉପାସନାର ପର୍ବ ମେରୁ ଯାତ୍ରା । ମେରୁ ଯାତ୍ରା ଆମ ଲୋକପରମ୍ପରାରେ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି । ଏହି ଅବସରରେ ପୁରାତନ ବନ୍ଧୁ ମାନଙ୍କୁ ଭେଟି ମନ ଆନନ୍ଦ ହେଲା । ଦେବଗଡରେ ପ୍ରତିଷ୍ଠିତ ସଂସ୍କୃତ ବିଶ୍ୱବିଦ୍ୟାଳୟ ଏ ଅଞ୍ଚଳର ବୌଦ୍ଧିକ କ୍ଷମତାର ପରିଚୟ  ଦେଉଛି ବୋଲି କହିଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଶ୍ରୀ ପ୍ରଧାନ ଆଁଉଳୀ ଠାରେ ମା’ ଭଦ୍ରକାଳୀ, ଡଙ୍ଗାଘାଟ ରିଆମାଳ ସ୍ଥିତ କାଳୀ ମନ୍ଦିରରେ ଦର୍ଶନ କରିବା ସହ ବିଶ୍ୱରେ ଶାନ୍ତି, ସଦିଚ୍ଛା ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ବଢିବା ନେଇ କାମନା କରିଥିଲେ ।  ସେହିପରି ଦେବଗଡ଼ ରିଆମାଳ ଦଲକ ଝରଣ ଠାରେ ବାବା ସ୍ୱର୍ଗତ ପ୍ରଭାକର ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ଦ୍ୱିତୀୟ ଯୋରନ୍ଦାଧାମ “ଅଲେଖ ମହିମା ପୀଠ” ଦର୍ଶନ କରିଥିଲେ କେନ୍ଦ୍ରମନ୍ତ୍ରୀ । ସେ କହିଥିଲେ ମହିମା ଧର୍ମର ପରମ୍ପରା ସମାଜରେ ଭାତୃଭାବକୁ ସୁଦୃଢ କରିବା ସହ ଶୂନ୍ୟ ଭଗବାନଙ୍କ ନିକଟରେ ଶରଣ ପଶିବାର ଦୁର୍ମୂଲ୍ୟ ବିଚାର ସମାଜକୁ ଦେଉଅଛି । ଏହି ପରମ୍ପରା ସମାଜକୁ ସର୍ବୋପରି ମାର୍ଗଦର୍ଶନ ଦେଉ । ଦେବଗଡ଼ ନିର୍ବାଚନମଣ୍ଡଳୀରେ ବିଭିନ୍ନ ସ୍ଥାନରେ କାର୍ଯ୍ୟକର୍ତ୍ତାମାନେ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ ।

EMPLOYEES
15m ago
କମ୍ପାନୀରେ ବାରମ୍ବାର ବିଷାକ୍ତ ଗ୍ୟାସ ଲିକ ଯୋଗୁଁ ଘଟୁଛି ଅଘଟଣ
ଅର୍ଗସ ବ୍ୟୁରୋ: ମହିଳା କର୍ମଚାରୀଙ୍କ ଜୀବନ ସହ ଖେଳ । ବାଲେଶ୍ଵରରେ ଛତୁ ଫୁଟିଲା ଭଳି ମାଳ ମାଳ ଚିଙ୍ଗୁଡ଼ି କମ୍ପାନୀ । କମ୍ପାନୀରେ ନିୟୋଜିତ ମହିଳା କର୍ମଚାରୀଙ୍କ ଜୀବନ ସହ ଖେଳୁଛନ୍ତ
BAJRANG PARTY
40m ago
ଗୋମାଂସ କଟାକୁ ବିରୋଧ: ବଜରଙ୍ଗ ଦଳର କର୍ମୀଙ୍କୁ ଆକ୍ରମଣ, ୧୫ ଆହତ
ଅର୍ଗସ ବ୍ୟୁରୋ: ଧର୍ମକ୍ଷେତ୍ର କାକଟପୁରରେ ଗୋମାଂସ କଟାକୁ ନେଇ ବିବାଦ । ପବିତ୍ର ସମେଶ୍ୱର ମନ୍ଦିର ନିକଟର ଥିବା ବସ୍ତିରେ ଗୋମାଂସ କଟାକୁ ବିରୋଧ କରାଯିବାରୁ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ
TIGER
56m ago
ବାରିପଦା ସହରରେ କଲରାପତରିଆ ବାଘ ଆତଙ୍କ
ଅର୍ଗସ ବ୍ୟୁରୋ: ବାରିପଦା ସହରରେ ବାଘ ଆତଙ୍କ ।ଏହା ଏକ କଲରା ପତରିଆ ବାଘ ବୋଲି ପ୍ରତ୍ୟକ୍ଷଦର୍ଶୀ ଙ୍କ ପକ୍ଷରୁ ସୂଚନା । ଆଜି ସକାଳ ୬.୪୦ ମିନିଟ ସମୟରେ ସହରର ଭଞ୍ଜପୁ