ଅର୍ଗସ ବ୍ୟୁରୋ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ବିଳାସପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ l1954 ମସିହାରେ ସ୍ଥାପିତ ଜିଲ୍ଲାର ଏହି ସର୍ବ ପୁରାତନ ବିଦ୍ୟାଳୟ ଅବସ୍ଥା ଅତ୍ୟନ୍ତ ଶୋଚନୀୟ । କେଉଁଠି ଭଙ୍ଗା ଆଜବେଷ୍ଟରୁ ପାଣି ଗଳୁଛି ତ ଆଉ କେଉଁଠି କାନ୍ଥ ଫାଟି ଆଁ କରିଛି । ବିଦ୍ୟାଳୟ ଝରକା କବାଟ ମଧ୍ୟ ଭାଙ୍ଗି ଗଲାଣି l ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ 126ଜଣ ଛାତ୍ରଛାତ୍ରୀ ଓ ଚାରିଜଣ ଶିକ୍ଷକ ଥିବାବେଳେ ମାତ୍ର ଦୁଇଟି ଶ୍ରେଣୀ କୋଠରୀରେ ଚାଲିଛି ପାଠପଢା । ବର୍ଷା ହେଲେ ପାଣି ଗଳିଲେ ପାଠପଢାରେ ବ୍ୟାହତ ସୃଷ୍ଟି ହେଉଥିବା ଅଭିଯେୋଗ ହୋଇଛି ।
କେବଳ ଶ୍ରେଣୀ ଗୃହ ନୁହେଁ ବିଦ୍ୟାଳୟରେ ରୋଷେଇ ଘର ମଧ୍ୟ ନାହିଁ l ଦୀର୍ଘଦିନରୁ ଯେଉଁ ଗୋଟିଏ ଛାତଘର ଅଛି ସେଠାରେ ଅଫିସ ପାଠ୍ୟପୁସ୍ତକ, ମଧ୍ୟାହ୍ନ ଭୋଜନ ଚାଉଳ ଓ ଅନ୍ୟାନ୍ନ ସାମଗ୍ରୀ ରହୁଛି l ତାହା ମଧ୍ୟ ଛାତରେ ପାଣି ଗଳୁଥିବାରୁ ଭିଜି ନଷ୍ଟ ହୋଇଯାଉଛି l ନାହିଁ ନାହିଁରେ ଚାଲିଛି ଏହି ବିଦ୍ୟାଳୟ l ପ୍ରଧାନଶିକ୍ଷକ ବିଦ୍ୟାଳୟର ଅବ୍ୟବସ୍ଥାକୁ ସ୍ବୀକାର କରିଛନ୍ତି । ସେପଟେ ବିପର୍ଯ୍ୟସ୍ତ ଶିକ୍ଷା ଦାନକୁ ନେଇ କଣ କହୁଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ନଜର ପକାନ୍ତୁ ।
ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଗତ ସରକାର ଅନେକ ଯୋଜନା କରିଥିବା ଡିଣ୍ଡିମ ପିଟୁଥିଲେ । କିନ୍ତୁ ଏହା କେତେ ସତ ବିଳାସପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଦେଖିଲେ ସ୍ପଷ୍ଟ ବାରି ହେଉଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: